Brahmastra box office collection Day 2, ଦ୍ବିତୀୟ ଦିନରେ ମାଟି କାମୁଡି ପଡିଲା ବ୍ରହ୍ମାସ୍ତ୍ର
Advertisement
Article Detail0/zeeodisha/odisha1346614

Brahmastra box office collection Day 2, ଦ୍ବିତୀୟ ଦିନରେ ମାଟି କାମୁଡି ପଡିଲା ବ୍ରହ୍ମାସ୍ତ୍ର

ଶନିବାର ଦିନ ଫିଲ୍ମଟି ପାଖାପାଖି 37.50 କୋଟି ଇନକମ କରିଥିବା ବେଳେ ଦୁଇ ଦିନରେ  69.50 କୋଟି ରୋଜଗାର କରିଛି। ଯାହା ପୁରା  ବ୍ରହ୍ମାସ୍ତ୍ର ଟିମ ପାଇଁ ବଡ ସଫଳତା ।  

Brahmastra box office collection Day 2, ଦ୍ବିତୀୟ ଦିନରେ ମାଟି କାମୁଡି ପଡିଲା ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ : ରିଲିଜ ହୋଇଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର(Brahmastra) । ବକ୍ସ ଅଫିସରେ ଦ୍ବିତୀୟ ଦିନରେ ବି ରେକର୍ଡ ଭାଙ୍ଗିଛି ଏ ଫିଲ୍ମ। ଦ୍ବିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଛି ଫିଲ୍ମ। ବଲିଉଡ ହଙ୍ଗାମା (Bollywood Hungama )ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଦ୍ବିତୀୟ ଦିନରେ 41.25 ରୁ 43.25  କୋଟି ଟଙ୍କା ରୋଜଗାର କରିଛି। ତେବେ, ଫିଲ୍ମଟି ଦୁଇ ଦିନରେ ମୋଟ 79 କୋଟି ରୋଜଗାର କରିଛି। ଛୁଟି ଦିନରେ ଫିଲ୍ମଟି ରିଲିଜ ହୋଇ ନ ଥିଲେ ମଧ୍ୟ ଫ୍ୟାନ୍ସଙ୍କ ଭଲ ରେସପନସ ମିଳିଛି। ଡ୍ରାମା ,ଆକ୍ସାନ ଓ ରୋମାନ୍ସ ଭରା ଏ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ତେବେ, ଆଜି ଛୁଟି ଦିନ ରହିଛି । ଆଜି ମଧ୍ୟ ଫିଲ୍ମଟି ଭଲ ଇନକମ କରିବ ବୋଲି ଆଶା ରହିଛି। ଶନିବାର ଦିନ ଫିଲ୍ମଟି ପାଖାପାଖି 37.50 କୋଟି ଇନକମ କରିଥିବା ବେଳେ ଦୁଇ ଦିନରେ  69.50 କୋଟି ରୋଜଗାର କରିଛି। ଯାହା ପୁରା  ବ୍ରହ୍ମାସ୍ତ୍ର ଟିମ ପାଇଁ ବଡ ସଫଳତା ।  

ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar), ଦିବ୍ୟେନ୍ଦୁ (Divyenndu)ଭଳି ଅଭିନେତା ରହିଛନ୍ତି। ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଡ୍ୟୁସର ଭାବେ ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta),  ନମିତ ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । ଫିଲ୍ମର ବଜେଟ ରହିଛି ୪୧୦ କୋଟି। 

Also Read; Ranveer Singh: ଦୀପିକାଙ୍କୁ ଲକ୍ଷ୍ମୀ ବୋଲି ସମ୍ବୋଧନ କଲେ ରଣବୀର, ଜାଣନ୍ତୁ କାହିଁକି ?

ଚଳିତ ବର୍ଷ ବଲିଉଡ ପାଇଁ ଏକ ଖରାପ ବର୍ଷ। କାହିଁକିନା ,ଗାଙ୍ଗୁବାଇ କାଥିଆୱାଡି (Gangubai Kathiawadi), ଭୁଲଭୁଲେୟା2 (Bhool Bhulaiyaa 2),  ଦ' କାଶ୍ମୀର ଫାଇଲ(The Kashmir Files)କୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ। ତେବେ ଏ ଫିଲ୍ମଟି ବୁଲଗେରିଆ (Bulgaria), ଲଣ୍ଡନ (London) , ନ୍ୟୁୟର୍କ(New York) , ଏଡିନବର୍ଗ(Edinburgh) , ଥାଇଲ୍ୟାଣ୍ଡ(Thailand), ମନାଲି (Manali), ମୁମ୍ବାଇ (Mumbai)ଏବଂ ବାରାଣାସୀ (Varanasi) ରେ ସୁଟିଂ ହୋଇଛି। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା। ଜୁଲାଇ 2014 ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର  (Brahmastra:Part One – Shiva) ଫିଲ୍ମର ଫଟୋଗ୍ରାଫି ଫେବୃଆରୀ 2018 ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା।  ଶେଷରେ 2022 ରେ ସେପ୍ଚେମ୍ବର 9ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ ।