Bigg Boss Season 16: ବିଗବସରେ ନଜର ଆସିବେନି ସଲୁମିଆଁ ! ତାଙ୍କ ସ୍ଥାନ ନେଲେ ଏହି ଫିଲ୍ମ ମେକର
Advertisement
Article Detail0/zeeodisha/odisha1405948

Bigg Boss Season 16: ବିଗବସରେ ନଜର ଆସିବେନି ସଲୁମିଆଁ ! ତାଙ୍କ ସ୍ଥାନ ନେଲେ ଏହି ଫିଲ୍ମ ମେକର

Bigg Boss Season 16: ଲୋକପ୍ରିୟ ଶୋ' ବିଗବସ୍ (Bigg Boss Season 16) । ଏହି ଶୋ' ଘରେ ଘରେ ପରିଚିତ । ଏହା ଲୋକଙ୍କୁ ଅଧିକ  ଏଣ୍ଟରଟେନମେଣ୍ଟ କରିଥାଏ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । ନିକଟରେ ସଲମାନ ଖାନଙ୍କୁ ଏହି ସପ୍ତାହରେ ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଛି। 

ସୌଜନ୍ୟ : ସୋସିଆଲ ମିଡିଆ

Bigg Boss Season 16: ଲୋକପ୍ରିୟ ଶୋ' ବିଗବସ୍ (Bigg Boss Season 16) । ଏହି ଶୋ' ଘରେ ଘରେ ପରିଚିତ । ଏହା ଲୋକଙ୍କୁ ଅଧିକ  ଏଣ୍ଟରଟେନମେଣ୍ଟ କରିଥାଏ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏଥର ୱିକେଣ୍ଡ୍ କା ୱାର ଶନିବାର ଆଉ ରବିବାର ନୁହେଁ ବରଂ ଶୁକ୍ରାବର ଏବଂ ଶନିବାର ଦିନ ପ୍ରସାରିତ ହେଉଛି। ଯେଉଁ ଦିନ ସଲମାନ ଖାନ ଆସିବେ, ସେହି ଦିନର ଟିଆରପି ବାକି ଦିନ ତୁଳନାରେ ଅଧିକ ହୁଏ।  ଶୋ'କୁ ହୋଷ୍ଟ କରୁଥିବା ସଲମାନ ଖାନ୍ ଅସୁସ୍ଥ ହୋଇ ପଡିଛନ୍ତି । ସଲମାନ ଡେଙ୍ଗୁରେ ପୀଡିତ ଥିବା ସୂଚନା ମିଳିଛି । ଏଥିପାଇଁ ଆସନ୍ତା କିଛି ସପ୍ତାହ ଆଉ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ଶୋ' ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ନିକଟରେ ସଲମାନ ଖାନଙ୍କୁ ଏହି ସପ୍ତାହରେ ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଛି। କରଣ ଜୋହର ତାଙ୍କ ସ୍ଥାନ ନେବେ। ଅଭିନେତା ସୁସ୍ଥ ନ ହେବା ପର୍ଯ୍ୟନ୍ତ କରଣ ଜୋହର ଆୟୋଜନ କରିବେ । ତେବେ ଏପର୍ଯ୍ୟନ୍ତ ସଲମାନ ଖାନ କିମ୍ବା ନିର୍ମାତା ଏହି ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। 

ଅସୁସ୍ଥତା ଯୋଗୁଁ ସଲମାନଙ୍କୁ କୌଣସି ଇଭେଣ୍ଟରେ ମଧ୍ୟ ଦେଖିବାକୁ ମଳୁନି ।  ବର୍ତ୍ତମାନ ସର୍ବସାଧାରଣ ଇଭେଣ୍ଟରୁ ଦୂରେଇ ଯାଉଛନ୍ତି ସଲମାନ ।  ଏବଂ କୌଣସି ସେଲିବ୍ରେଟିଙ୍କ ଦ୍ୱାରା ଆୟୋଜିତ ଦିୱାଲୀ ପାର୍ଟୀରେ ଯୋଗ ଦେଉ ନାହାଁନ୍ତି । ବିଗବସ ହୋଷ୍ଟ ସଲମାନ ଅସୁସ୍ଥତା ଯୋଗୁଁ ସେ ବର୍ତ୍ତମାନ ତାଙ୍କ ବାସଭବନରେ ରହିଥିବା ବେଳେ ଶୋ' ର ଅନ୍ୟ କଳାକାର ମୁମ୍ବାଇର ଭିଲେ ପାର୍ଲର ଗୋଲଡେନ୍ ଟମାକୋରେ ସୁଟିଂ କରୁଛନ୍ତି।  ଏକ ସୂତ୍ର ଅନୁଯାୟୀ, “ସଲମାନ ସେଟକୁ ଫେରିବାକୁ ଆଗ୍ରହୀ ଅଟନ୍ତି କାରଣ ସେଠାରେ ଏକ ବିରାଟ ସେଟ୍ ଲାଇନ୍ ହୋଇଛି ଏବଂ ସେ ଶୀଘ୍ର କାର୍ଯ୍ୟସୂଚୀ ଶେଷ କରିବାକୁ ଚାହୁଁଛନ୍ତି”।  ଯେହେତୁ ଟାଇଗର -୩ ଅଭିନେତା ସୁସ୍ଥ ନାହାଁନ୍ତି, ତେଣୁ ସେ କିଛି ସମୟ ପାଇଁ ତାଙ୍କ ଫିଲ୍ମର ସେଟ୍ ମଧ୍ୟ ପରିଦର୍ଶନ କରି ନ ଥିଲେ । 

ଏହାବି  ପଢନ୍ତୁ : Kantara Box Office Collections: ଦର୍ଶକଙ୍କ ହୃଦୟ ଜିତିଲା କାନ୍ତରା, ବକ୍ସ ଅଫିସରେ ଆଜି କଲେକସନ କଲା ଏତିକି କୋଟି

ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ' ଟାଇଗର ୩ ' ଏହି ଫିଲ୍ମରେ ପୁଣି ଥରେ କ୍ୟାଟ୍ରିନା କୈଫ୍ ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ମହେଶ ଶର୍ମା ।  ଫିଲ୍ମଟିକୁ ଲେଖିଛନ୍ତି ଆଦିତ୍ୟ ଚୋପ୍ରା, ନିଲେଶ ଚୋପ୍ରା ଓ ଶ୍ରୀଧର ରାଘବ । ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିନା ଦେଇଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଲିଡ ରୋଲରେ  ସଲମାନ ଖାନ୍, ଶାହାରୁକ୍ ଖାନ୍, ଇମ୍ରାନ୍ ହାସମି ଓ କ୍ୟାଟ୍ରିନା କୈଫ୍  ଓ ଭିସାଲ୍ ଜେଟଓ୍ବା ନଜର ଆସିବେ।  ଫିଲ୍ମ ‘ଟାଇଗର-୩’ ପୂର୍ବରୁ ୨୦୨୩ ଇଦ୍ ଅର୍ଥାତ୍ ୨୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବ।