Pathaan : ଶାହରୁକ୍ ଖାନଙ୍କ ଏହି ଫିଲ୍ମକୁ ଟ୍ରୋଲ କଲେ ୟୁଜର୍ସ, କହିଲେ ହଲିଉଡରୁ ହୋଇଛି କପି
Advertisement
Article Detail0/zeeodisha/odisha1424430

Pathaan : ଶାହରୁକ୍ ଖାନଙ୍କ ଏହି ଫିଲ୍ମକୁ ଟ୍ରୋଲ କଲେ ୟୁଜର୍ସ, କହିଲେ ହଲିଉଡରୁ ହୋଇଛି କପି

Pathaan:ବଲିଉଡ ସୁପରଷ୍ଟାର ଶାହରୁକ ଖାନ୍ । ନିକଟରେ ସେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏ ଅବସରରେ 'ପଠାନ' ନିର୍ମାତା ଶାହରୁକ ଖାନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ୍ କରିଥିଲେ। ଫିଲ୍ମର ଟିଜର କିଛି ଲୋକଙ୍କୁ ପସନ୍ଦ ଆସିନି। 

Pathaan : ଶାହରୁକ୍ ଖାନଙ୍କ ଏହି ଫିଲ୍ମକୁ ଟ୍ରୋଲ କଲେ ୟୁଜର୍ସ, କହିଲେ ହଲିଉଡରୁ ହୋଇଛି କପି

Pathaan: ବଲିଉଡ ସୁପରଷ୍ଟାର ଶାହରୁକ ଖାନ୍ । ନିକଟରେ ସେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏ ଅବସରରେ 'ପଠାନ' ନିର୍ମାତା ଶାହରୁକ ଖାନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ୍ କରିଥିଲେ। ଫିଲ୍ମର ଟିଜର କିଛି ଲୋକଙ୍କୁ ପସନ୍ଦ ଆସିନି। କିଛି ଯୁଜର୍ସ କହିଛନ୍ତି ଏହି ଫିଲ୍ମଟି ହଲିଉଡ ଫିଲ୍ମରୁ କପି ହୋଇଛି । ଏଭଳି କହି ଟ୍ରୋଲର୍ସ ଏବେ ଫିଲ୍ମକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଶାହାରୁଖଙ୍କ ଆଗାମୀ ଫିଲ୍ମ 'ପଠାନ' ହେଉଛି ଜଣେ ଭାରତୀୟ ଗୁପ୍ତଚରଙ୍କ କାହାଣୀ। ଚାରି ବର୍ଷରୁ ଅଧିକ ବ୍ୟବଧାନ ପରେ ଶାହାରୁକ ଏବେ ବଡ ପରଦାରେ ନଜର ଆସିବେ । ଏହାପୂର୍ବରୁ, ଶାହରୁଖଙ୍କୁ ଶେଷ ଥର ପାଇଁ ୨୦୧୮, ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସରେ ଏତେ ଭଲ ପ୍ରଦର୍ଶନ କରି ନ ଥିଲା । 

'ପଠାନ' ଫିଲ୍ମ କପି ହୋଇଥିବା କହିଲେ ଟ୍ରୋଲର୍ସ :

ଟିଜର ରିଲିଜ ହେବା ପରେ ଠାରୁ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଟିଜରକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଜଣେ ନେଟ୍‌ଜେନ୍‌ 'ପଠାନ'ର ଏକ ଦୃଶ୍ୟକୁ ପ୍ରଭାସଙ୍କ ୨୦୧୮ ଫିଲ୍ମ ' ସାହୋ 'ସହିତ ତୁଳନା କରିଛନ୍ତି । ଏହି ଦୃଶ୍ୟରେ ଶାହରୁଖ ଜେଟପ୍ୟାକ୍ ବ୍ୟବହାର କରି ଉଡୁଥିବା ନଜର ଆସିଛନ୍ତି।

ଏହାବି ପଢନ୍ତୁ : Janhvi Kapoor Bold Look: ଜାହ୍ନବୀଙ୍କ ବୋଲ୍ଡ ଲୁକ୍, ଫ୍ୟାନ୍ସ ହେଲେ ଘାଇଲା

ସୋସିଆଲ ମିଡିଆରେ ଫିଲ୍ମକୁ ଟ୍ରୋଲ :

ଟିଜର ରିଲିଜ୍ ପରେ ପରେ ଫିଲ୍ମ ପଠାନ କୁ ଜୋରଦାର ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଟ୍ରୋଲର୍ସ । କେହି କେହି ଏହି ଫିଲ୍ମକୁ କପି ଫିଲ୍ମର ମିଶ୍ରଣ ବୋଲି ମଧ୍ୟ କହିଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ, '୨୦୦୫ରେ ରିଲିଜ୍ ହୋଇଥିଲା ବଲିଉଡ ଫିଲ୍ମ 'ଡୁସ୍'(Dus)ର ଏକ ଦୃଶ୍ୟ ପଠାନରେ ରହିଛି,ଯେଉଁଥିରେ ଜାଏଦ ଖାନ ଏକ ବାଇକ ଚଳାଉଥିବା ସମୟରେ ଟ୍ୟାଙ୍କ ବିସ୍ଫୋରଣ କରିବା ପାଇଁ ଗ୍ରେନେଡ ବ୍ୟବହାର କରିଥିଲେ'। ସେହିପରି ଅନ୍ୟଜଣେ ୟୁଜର୍ସ କହିଛନ୍ତି ଯେ,ହ୍ରିତିକ ରୋଶନ ଏବଂ ଟାଇଗର ସରାଫଙ୍କ ଷ୍ଟାରର 'ଓ୍ବର'ର ଫିଲ୍ମକୁ ତୁଳନା ମଧ୍ୟ କରିଛନ୍ତି, ଏହି ଫିଲ୍ମ ସହ ପଠାନକୁ ତୁଳନା କରି ଫଟୋ ସହ ସେୟାର ମଧ୍ୟ କରିଛନ୍ତି। ଅନ୍ୟ ଜଣେ ୟୁଜର୍ସ,  'ପଠାନ'ରେ ବ୍ୟବହୃତ ହୋଇଥିବା ଭିଏଫଏକ୍ସ ବିଷୟରେ ମନ୍ତବ୍ୟ ଦେଇ ଏହାକୁ ଟ୍ରୋଲ କରିଛନ୍ତି । ଅନ୍ୟ ଜଣେ  କହିଛନ୍ତି ଯେ,'ଏହା ହେଉଛି ଓଲିଉଡର ବି ଗ୍ରେଡ୍ ଆକ୍ସନ୍ ଫିଲ୍ମ'।

ପଠାନ ଫିଲ୍ମ କପି କରାଯାଇଥିବା କହିଲେ ୟୁଜର୍ସ :

ଆଉ ଜଣେ ୟୁଜର୍ସ କହିଛନ୍ତି ଯେ, ଟିଜରକୁ ଦେଖିଲା ପରେ 'କ୍ୟାପଟେନ୍ ଆମେରିକା', ' ଡାଏ ଆନଓଦର ଡେ' ' ଏବଂ 'ବିଷ୍ଟ ଏବଂ ବିବେଗମ୍' ଦେଖିବା ଭଳି ଅନୁଭବ ହେଉଛି।  ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ 'ପଠାନ୍' ଆସନ୍ତାବର୍ଷ , ଜାନୁୟାରୀ ୨୫ରେ ପ୍ରେକ୍ଷାଳୟକୁ ଆସିବ।