Sidharth Kiara Wedding: ସିଦ୍ଧାର୍ଥ ଓ କିୟାରାଙ୍କ ବିବାହକୁ ନେଇ ଆସିଲା ବଡ ଅପଡେଟ, ଜାଣନ୍ତୁ କେବେ ପଡିବ ହାତଗଣ୍ଠି ?
Advertisement
Article Detail0/zeeodisha/odisha1521473

Sidharth Kiara Wedding: ସିଦ୍ଧାର୍ଥ ଓ କିୟାରାଙ୍କ ବିବାହକୁ ନେଇ ଆସିଲା ବଡ ଅପଡେଟ, ଜାଣନ୍ତୁ କେବେ ପଡିବ ହାତଗଣ୍ଠି ?

Sidharth Kiara Wedding: ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ରିଲେସନସିପକୁ ନେଇ ବର୍ତ୍ତମାନ ବିଟାଉନରେ ଚର୍ଚ୍ଚା ଜୋପ ଧରିଛି । ଶୁଣିବାକୁ ମିଳିଛି ଯେ, ଏଭୟ ଏହି ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ ଫେବୃଆରୀ ପ୍ରଥମ ସପ୍ତାହରେ ଉଭୟ ରାଜସ୍ଥାନର ଜୈସଲମେରରେ ଉଭୟେ ବିବାହ କରିବାକୁ ଯାଉଛନ୍ତି।

Sidharth Kiara Wedding:  ସିଦ୍ଧାର୍ଥ ଓ କିୟାରାଙ୍କ ବିବାହକୁ ନେଇ ଆସିଲା ବଡ ଅପଡେଟ, ଜାଣନ୍ତୁ କେବେ ପଡିବ ହାତଗଣ୍ଠି ?

Sidharth Kiara Wedding:  ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ରିଲେସନସିପକୁ ନେଇ ବର୍ତ୍ତମାନ ବିଟାଉନରେ ଚର୍ଚ୍ଚା ଜୋପ ଧରିଛି । ଶୁଣିବାକୁ ମିଳିଛି ଯେ, ଏଭୟ ଏହି ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ ଫେବୃଆରୀ ପ୍ରଥମ ସପ୍ତାହରେ ଉଭୟ ରାଜସ୍ଥାନର ଜୈସଲମେରରେ ଉଭୟେ ବିବାହ କରିବାକୁ ଯାଉଛନ୍ତି। ତେବେ ଏ-ପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ। ଏସବୁ ମଧ୍ୟରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅଭିନେତା କିୟାରା ଆଡଭାନୀଙ୍କ ସହ ତାଙ୍କ ବିବାହ ବିଷୟରେ କଥା ହେଉଥିବାରର ନଜିର ଆସିଛନ୍ତି । 

ବାସ୍ତବରେ ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଲଭ୍ ବନସଲ ଏବଂ ଅଭିନେତ୍ରୀ ତଥା ମଡେଲ ଆରତୀ ଖେତାରପାଲଙ୍କ ଭାଇ ନନ୍ଦିନୀ ଗୁପ୍ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଉଭୟଙ୍କ ବିବାହର ରିସେପସନ୍ ପାର୍ଟି ଦିଲ୍ଲୀରେ ରଖାଯାଇଥିଲା। ଆରତୀ ଖେତ୍ରପାଲ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭାଇଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଅତିଥି ଭାବରେ ଏହି ବିବାହ ଉତ୍ସବରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ଅବଶ୍ୟ ସେହି ବିବାହ ଉତ୍ସବରେ ଏପରି କିଛି ଘଟିଲା। ଯାହା ପ୍ରଶଂସକ ମାନେଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 

ଏହାବି ପଢନ୍ତୁ : Aarav: ସୋସିଆଲ ମିଡିଆରେ ଖିଲାଡି କୁମାରଙ୍କ ପୁଅର ଫଟୋ ଭାଇରାଲ ,ଫ୍ୟାନ୍ସ କହିଲେ ୟେ ଝିଅ କିଏ ?

ଏହାବି ପଢନ୍ତୁ : Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍

ଏହାବି ପଢନ୍ତୁ : HBD Yash: 'କେଜିଏଫ ଚାପ୍ଟର ୨'ର ସକସେସ୍ ପରେ ପରଦାକୁ ଆସିବ ଚାପ୍ଟର ୩,ଜାଣନ୍ତୁ ବଡ ଅପଡେଟ୍

ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଛି ,ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ସେମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ କରିବାବେଳେ ଅଭିନେତା ଲୋକମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସିଦ୍ଧାର୍ଥଙ୍କ ପ୍ରତିକ୍ରିୟା ନିଜେ ଦେଖନ୍ତୁ | ଭିଡିଓରେ, ଆପଣ ଦେଖିପାରିବେ ଯେ ସିଦ୍ଧାର୍ଥ ମାଲହୋତ୍ରା ବିବାହ ବିଷୟରେ କହିବା ବେଳେ ଲାଜରେ ତାଙ୍କ ମୁହଁ ଲାଲ୍ ପଡିଯାଇଥିଲା। ଦୀର୍ଘ ସମୟ ଚିନ୍ତା କରିବା ପରେ ମଧ୍ୟ ଯେତେବେଳେ କୌଣସି  ଉତ୍ତର ଦିଆଯାଇନଥାଏ,ସେତେବେଳେ ଅଭିନେତାମାନେ ମଞ୍ଚରୁ ଦୈଡ଼ି ପଳାଉଥିବାର ଦେଖାଯାଏ । 

ଶୀଘ୍ର ବିବାହ କରିବେ  ଏହି ଲବ୍ ବାର୍ଡ :

ଇଣ୍ଡିଆ ଟୁଡେ ଅନୁଯାୟୀ, ସିଦ୍ଧାର୍ଥ ଓ କିୟାରାଙ୍କ ପରିବାର ସଦସ୍ୟ ପ୍ରି ଓ୍ବେଡିଂ ପାଇଁ ଏବେ ଠାରୁ ସପିଂ କରିବା ମଧ୍ୟ ଆରମ୍ଭ କଲେଣୀ । ଯଦି  ଏହି ରିପୋର୍ଟକୁ ବିଶ୍ବାସ  କରାଯାଏ, ତେବେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ହଲଦୀ,ମେହେନ୍ଦି ଏବଂ ସଂଗୀତ ଆସନ୍ତା ମାସ ଫେବୃଆରୀ ୪ ଏବଂ ଫେବୃଆରୀ ୫ ପାଇଁ ସ୍ଥିର କରାଯାଇଛି। ଏବଂ ଫେବୃଆରୀ ୬ରେ ଉଭୟଙ୍କ ବିବାହ ହେବ ବୋଲି ସ୍ଥିର ହୋଇଛି ।