Sonu Sood: ରାସ୍ତାକଡରେ ଗୀତ ଗାଉଥିଲ ଦିବ୍ୟାଙ୍ଗ, କୂଳରେ ଲଗାଇଲେ ସୋନୁସୁଦ
Advertisement
Article Detail0/zeeodisha/odisha1446705

Sonu Sood: ରାସ୍ତାକଡରେ ଗୀତ ଗାଉଥିଲ ଦିବ୍ୟାଙ୍ଗ, କୂଳରେ ଲଗାଇଲେ ସୋନୁସୁଦ

Sonu Sood: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ। ରିଲ୍ ଲାଇଫରେ ଭିଲେନ ଭାବେ ପରିଚିତ ଥିବା ବେଳେ ରିୟଲ ଲାଇଫରେ ଦେଶବାସୀଙ୍କ ପାଇଁ ହିରୋ ସାଜିଛନ୍ତି ସେ। କୋରୋନା ମହାମାରୀରେ ଦେଶବାସୀଙ୍କ ସେବା କରି ଚର୍ଚ୍ଚାକୁ ଆସିଥିଲେ ସୋନୁ । ସେ ସେଠାରୁ ସାମାଜ ସେବାରେ ଲାଗିଛନ୍ତି ।

Sonu Sood: ରାସ୍ତାକଡରେ ଗୀତ ଗାଉଥିଲ ଦିବ୍ୟାଙ୍ଗ, କୂଳରେ ଲଗାଇଲେ ସୋନୁସୁଦ

Sonu Sood: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ। ରିଲ୍ ଲାଇଫରେ ଭିଲେନ ଭାବେ ପରିଚିତ ଥିବା ବେଳେ ରିୟଲ ଲାଇଫରେ ଦେଶବାସୀଙ୍କ ପାଇଁ ହିରୋ ସାଜିଛନ୍ତି ସେ। କୋରୋନା ମହାମାରୀରେ ଦେଶବାସୀଙ୍କ ସେବା କରି ଚର୍ଚ୍ଚାକୁ ଆସିଥିଲେ ସୋନୁ । ସେ ସେଠାରୁ ସାମାଜ ସେବାରେ ଲାଗିଛନ୍ତି । ତେବେ,ତାଙ୍କ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା।  ସୋସିଆଲ ମିଡିଆରେ ଯେ କୌଣସି ଲୋକେ ସାହାର୍ଯ୍ୟ ମାଗିଲେ ଦେବଦୂତ ସାଜି ତାଙ୍କ ପାଖରେ ପହଞ୍ଚି ଯାଆନ୍ତି  । ଆଉ ସାହାର୍ଯ୍ୟର ହାତ ମଧ୍ୟ ବଢାଇ ଥାନ୍ତି । ତେବେ, ଏପରି ଆଉ ଏକ ମହାନ କାର୍ଯ୍ୟ କରି ସେ  ପୁଣି ଚର୍ଚ୍ଚାକୁ ଆସିଛନ୍ତି । 

ଝାଡଖଣ୍ତ ବୋକାରୋ ନିବାସୀ, ମହମ୍ମଦ ମାକସୁଦ (Mohammad Maqsood)।  ୨୦୧୭ ମସିହାରେ ରିୟଲିଟି ଶୋ' ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଗୀତ ଗାଇଥିବା ସମସ୍ତଙ୍କ ମନ ଜିଣିଥିଲେ ସେ । ଏପରିକି ସେ ରାଉଣ୍ତ ୨୪ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ । ହେଲେ ସେଠାରୁ ସଫଳତା ପାଇଁ ନ ଥିଲେ। ପରେ ସେ ପରିବାରର ଭରଣ ପୋଷଣ ପାଇଁ ରାସ୍ତା କଡରେ ଗୀତ ଗାଉଥିଲେ । ଏହି ଭିଡିଓ ଭାଇରାଲ ହୋଇଥିଲା । ଏହାଦେଖି ମହମ୍ମଦଙ୍କୁ ସହାୟତାର ହାତ ବଢାଇ ଥିଲେ ସୋନୁ । ବର୍ତ୍ତମାନ ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କୁ ଏକ ଚାକିରି ମଧ୍ୟ ଅଫର କରିଛନ୍ତି । ସୋନୁ ସୁଦ ତାଙ୍କୁ ପାଟଣାର ଏକ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟ କରିବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବୋଧହୁଏ ସେ ଏହି ଅଫରକୁ ପସନ୍ଦ କରୁନାହାଁନ୍ତି ।  ମହମ୍ମଦ ମାକସୁଦଙ୍କ ଭାଇରାଲ୍ ଭିଡିଓରେ ସୋନୁ ସୁଦ ଲେଖିଛନ୍ତି- 'ମକସୁଦ ଭାଇଙ୍କୁ ଚାକିରି ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ରାସ୍ତା କଡ଼ରେ ନୁହେଁ, ନିଜ ଘରେ ଗୀତ ଗାଇ ସମସ୍ତଙ୍କୁ ଶିକ୍ଷା ଦିଅ । ତେବେ ଏକ ସାକ୍ଷାତକାର ସମୟରେ ମକସୁଦ କହିଛନ୍ତି ଯେ 'ସୋନୁ ସୁଦଙ୍କ କାର୍ଯ୍ୟାଳୟରୁ ଏହି କଲ ଆସିଛି। ପାଟଣାର ଏକ ବିଦ୍ୟାଳୟରେ ଚାକିରି ବିଷୟରେ ଆଲୋଚନା ହୋଇଛି, କିନ୍ତୁ ବେତନ ବିଷୟରେ ଏ-ପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ।'

 

ଏହାବି ପଢନ୍ତୁ : Priyanka Chopra: କଙ୍ଗନାଙ୍କ ପରେ ବଲିଉଡକୁ ନେଇ ବଡ ଖୁଲାସା କଲେ ଦେଶୀ ଗାର୍ଲ, କହିଲେ କିଛି ଏମିତି

ନିକଟରେ, ସୋନୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ନଜର ଆସିଥି୍ଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଅଭିନେତା ଟ୍ରେନର ଏକ ଝରକା ପାଖରେ ବସି ବାହାରକୁ ଚାହିଁ ରହିଛନ୍ତି। ଏହି ସମୟରେ ଅଭିନେତା ଗଭୀର ଚିନ୍ତାରେ ଥିବା  ନଜର ଆସିଥାନ୍ତି । ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ଜୀବନ ହେଉଛି ଏକ ଯାତ୍ରା ...ଭଲ ଯାତ୍ରା କରନ୍ତୁ।' ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଅଭିନେତାଙ୍କ ସରଳତାକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ସ ନିଜ ମନ୍ତବ୍ୟ ଦେଇ ଲେଖିଛନ୍ତି, 'ରିୟଲ ହିରୋ' ।  ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ସାର୍ ଆପଣ ବହୁତ୍ ଭଲ ବ୍ୟକ୍ତି।' ଏହା ବ୍ୟତୀତ ଅନେକ ୟୁଜର୍ସ ଏହି ଭିଡିଓରେ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।