Vikram Vedha box office collection Day 1: ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ଫିଲ୍ମ
Advertisement

Vikram Vedha box office collection Day 1: ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ଫିଲ୍ମ

Vikram Vedha box office collection Day 1: ସେପ୍ଚେମ୍ବର ୩୦ରେ ପରଦାକୁ ଆସିଛି  ଫିଲ୍ମ ବିକ୍ରମ ବେଧା(Vikram Vedha) । ପ୍ରଥମ ଦିନରେ ହିଁ ଜବରଦସ୍ତ କଲେକସନ କରିଛି ଏହି ଫିଲ୍ମ । ପ୍ରଥମ ଦିନରେ ହିଁ ଅଧିକାଂଶ ପ୍ରେକ୍ଷାଳୟ ହାଉସ୍‌ଫୁଲ୍‌ ହୋଇଥିଲା।

ସୌଜନ୍ୟ : ସୋସିଆଲ ମିଡିଆ

Vikram Vedha box office collection Day 1: ସେପ୍ଚେମ୍ବର ୩୦ରେ ପରଦାକୁ ଆସିଛି  ଫିଲ୍ମ ବିକ୍ରମ ବେଧା(Vikram Vedha) । ପ୍ରଥମ ଦିନରେ ହିଁ ଜବରଦସ୍ତ କଲେକସନ କରିଛି ଏହି ଫିଲ୍ମ । ପ୍ରଥମ ଦିନରେ ହିଁ ଅଧିକାଂଶ ପ୍ରେକ୍ଷାଳୟ ହାଉସ୍‌ଫୁଲ୍‌ ହୋଇଥିଲା। ଫିଲ୍ମଟି ଫ୍ୟାନ୍ସଙ୍କୁ କାଫି ପସନ୍ଦ ଆସିଛି ବୋଲି କୁହାଯାଇପାରିବ । ଆଡଭାନ୍ସ ବୁକିଂ ଦୃଷ୍ଟିରୁ ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ବିକ୍ରମ ବେଧା ବର୍ଷର ଅଷ୍ଟମ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଛି। ପ୍ରଥମ ଦିନ କଲେକସନ୍‌ ଡବଲ ଡିଜିଟ୍‌ ହୋଇଛି ଏବଂ ଅଧିକାଂଶ ବାଣିଜ୍ୟ ବିଶେଷଜ୍ଞ କହିଛନ୍ତି ଯେ ବିକ୍ରମ ବେଧାଙ୍କ ପ୍ରଥମ ଦିନର ସଂଗ୍ରହ ୧୦ କୋଟି ମଧ୍ୟରେ ରହିଛି। ଅନ୍ୟ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବା ପର୍ଯ୍ୟନ୍ତ ବିକ୍ରମ ବେଧା ଏ ବାବଦରେ କିଛି ବିଶେଷ କରିପାରି ନାହାଁନ୍ତି। ବିଶ୍ୱାସ କରାଯାଉଥିଲା ଯେ ଏହି ଜବରଦସ୍ତ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର କାର୍ତ୍ତିକ ଆର୍ଯ୍ୟନଙ୍କ ଚଳଚ୍ଚିତ୍ର ଭୁଲ ଭୁଲେଆଁ-୨ ର ରେକର୍ଡ ଭାଙ୍ଗିବ। ହେଲେ ଏହା ହୋଇପାରିଲା ନାହିଁ। ଏହା ଜଣା ଯେ ଭୁଲ ଭୁଲେଆଁ -୨ ପ୍ରଥମ ଦିନରେ ୧୪ କୋଟି ୧୧ ଲକ୍ଷ ଟଙ୍କା କଲେକସନ୍‌ କରିଥିଲା ​​। ବିକ୍ରମ ବେଧା ଏହି ଦୌଡ଼ରେ ବହୁତ ପଛୁଆ ରହିଯାଇଛି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଫିଲ୍ମର କଲେକସନ କେତେ ରହିବ ତାହ ଫ୍ୟାନ୍ସଙ୍କ ରେସପନ୍ସ ହିଁ କହିବ ।  

ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ତିନିଟି ଲୁକରେ ଦେଖିବାକୁ ମିଳିଛି । ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।  ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ । ଯାହା ୨୦୧୭ ତାମିଲ ଭାଷାରେ ରିଲିଜ ହୋଇଥିଲା।  ବିକ୍ରମ ବେଧାର ଫିଲ୍ମର ନିର୍ଦ୍ଦେଶକ ପୁସ୍କର ଗାୟତ୍ରୀ ରହିଛନ୍ତି । ଫିଲ୍ମଟିର ବଜେଟ ରହିଛି ୧.୭୫ ବିଲିୟନ୍ ।  ଯଦି ହ୍ରିତିକ ରୋଶନଙ୍କ କାମର କଥା କହିବା । ତେବେ ଏହି ଅଭିନେତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି।  ବିକ୍ରମ ବେଧା(Vikram Vedha ) ବ୍ୟତିତ ତାଙ୍କ ହାତରେ ଫାଇଟର(Fighter),  କ୍ରିସ ୪(Krrish 4) ଓ  ଓ୍ବାର୍ ୨ (War 2) ଭଳି ଫିଲ୍ମରେ ସେ ନଜର ଆସିବେ। ସେହିପରି, ସୈଫ୍ ଅଲ୍ଲୀଙ୍କ କାମର କଥା ଯଦି କହିବା ,ସୈଫଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଦିପୁରୁଷ, ଗୋ ଗୋଆ ଗନ୍ ସିକ୍ବିଏଲ,ହଣ୍ଟର ଭଳି  ମୁଭିରେ ସେ ନଜର ଆସିବେ । 

 ଏହା ବି ପଢନ୍ତୁ : Phone Bhoot: ସାମ୍ନାକୁ ଆସିଲା 'ଫୋନ୍ ଭୂତ'ର ପୋଷ୍ଟର ! ଜାଣନ୍ତୁ କେବେ ପରଦାକୁ ଆସିବ ଫିଲ୍ମ ?

ସୈଫ୍ ଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ (Adipurush) । ଏହା ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।