Vikram Vedha Box Office Collections: ବକ୍ସ ଅଫିସରେ ଚତୁର୍ଥ ଦିନରେ ଏତିକି କୋଟି କଲେକସନ୍ କଲା ଫିଲ୍ମ
Advertisement

Vikram Vedha Box Office Collections: ବକ୍ସ ଅଫିସରେ ଚତୁର୍ଥ ଦିନରେ ଏତିକି କୋଟି କଲେକସନ୍ କଲା ଫିଲ୍ମ

Vikram Vedha Box Office Collections: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ବିକ୍ରମ ବେଧା (Vikram Vedha)।  ହ୍ରିତିକ ରୋଶନ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଅଭିନୀତ ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Vikram Vedha Box Office Collections: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ବିକ୍ରମ ବେଧା (Vikram Vedha)।  ହ୍ରିତିକ ରୋଶନ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ଅଭିନୀତ ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ତେବେ ଫିଲ୍ମଟି ଚତୁର୍ଥ ଦିନରେ ୫.୩୯ କୋଟି ଟଙ୍କା ରୋଜଗାର କରିଛି । ପ୍ରଥମ ସପ୍ତାହରେ ଫିଲ୍ମଟି ବିଶ୍ବବ୍ୟାପି ୬୫ କୋଟି ଟଙ୍କା କଲେକସନ କରିଛି। ଦଶହରା ପୂଜା ଅବସରରେ ଦୁଇଟି ଫିଲ୍ମ ପୋନିୟିନ୍ ସେଲଭାନ୍(Ponniyin Selvan:I) ଓ ବିକ୍ରମ ବେଧା (Vikram Vedha) ପରଦାକୁ ଆସିଛି । ବିକ୍ରମ ବେଧା ଓ ପୋନିୟିନ୍ ସେଲଭାନ୍-୧ର ବକ୍ସ ଅଫିସ ଭଲ କଲେକସନ୍ କରୁଛି । ପୋନିୟିନ୍ ସେଲଭାନ୍ ତିନି ଦିନରେ ମୋଟ ଶହେ କୋଟି କଲେକସନ୍‌ ଅତିକ୍ରମ କରିଥିବାବେଳେ ବିକ୍ରମ ବେଧାଙ୍କ ସଂଗ୍ରହରେ ମଧ୍ୟ ଏକ ଧମାଲ କରିଥିବାର ଦେଖିବାକୁ ମିଳିଛି।  

। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ତିନିଟି ଲୁକରେ ଦେଖିବାକୁ ମିଳିଛି । ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।  ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ । ଯାହା ୨୦୧୭ ତାମିଲ ଭାଷାରେ ରିଲିଜ ହୋଇଥିଲା।  ବିକ୍ରମ ବେଧାର ଫିଲ୍ମର ନିର୍ଦ୍ଦେଶକ ପୁସ୍କର ଗାୟତ୍ରୀ ରହିଛନ୍ତି । ଫିଲ୍ମଟିର ବଜେଟ ରହିଛି ୧.୭୫ ବିଲିୟନ୍ ।  ଯଦି ହ୍ରିତିକ ରୋଶନଙ୍କ କାମର କଥା କହିବା । ତେବେ ଏହି ଅଭିନେତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି।  ବିକ୍ରମ ବେଧା(Vikram Vedha ) ବ୍ୟତିତ ତାଙ୍କ ହାତରେ ଫାଇଟର(Fighter),  କ୍ରିସ ୪(Krrish 4) ଓ  ଓ୍ବାର୍ ୨ (War 2) ଭଳି ଫିଲ୍ମରେ ସେ ନଜର ଆସିବେ। ସେହିପରି, ସୈଫ୍ ଅଲ୍ଲୀଙ୍କ କାମର କଥା ଯଦି କହିବା ,ସୈଫଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଦିପୁରୁଷ, ଗୋ ଗୋଆ ଗନ୍ ସିକ୍ବିଏଲ,ହଣ୍ଟର ଭଳି  ମୁଭିରେ ସେ ନଜର ଆସିବେ । 

ଏହାବି ପଢନ୍ତୁ : Box office collection Day 3 : ପୋନିୟିନ୍ ସେଲଭାନ୍ ୧ ଓ ବିକ୍ରମ ବେଧାର ବକ୍ସ ଅଫିସ୍ କଲେକସନ୍ କେତେ ଜାଣନ୍ତୁ ?

ସୈଫ୍ ଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ (Adipurush) । ଏହା ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ (Saif Ali Khan) ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ତେବେ, ପ୍ରଭାସଙ୍କ ବାହୁବଳୀ ପରି ଆଦିପୁରୁଷ (Adipurush)  ଫିଲ୍ମ ମଧ୍ୟ ବକ୍ସ ଅଫିସରେ ହିଟ୍ କରିବ ବୋଲି ଆଶା କରାଯାଉଛି ।