KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା
Advertisement

KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା

 ଆମିର ଖାନଙ୍କ ଦଙ୍ଗଲ ଫିଲ୍ମକୁ ଖୁବ ସହଜରେ ଏବଂ କମ୍ ଦିନ ଭିତରେ ହିଁ ପଛରେ ପକାଇ ଦେଇଛି କେଜିଏଫ ଚାପ୍ଟର ୨ ।  ଆମିରଙ୍କ ଫିଲ୍ମ ଦଙ୍ଗଲ ୨୦୧୬ରେ ବକ୍ସ ଅଫିସରେ ୩୮୭.୩୮ କୋଟି ଟଙ୍କା ଆୟ କରିଥିଲା ।  ରିଲିଜର ପ୍ରଥମ ଦିନରୁ ହିଁ ସାରା ଦୁନିଆରେ ଧୂଆଁଧାର କଲେକସନ କରୁଛି କେଜିଏଫ ଚାପ୍ଟର ୨

KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା

ନୂଆଦିଲ୍ଲୀ: କନ୍ନଡ ଫିଲ୍ମ ସୁପରଷ୍ଟାର ୟଶ  (Superstar Yash) କେଜିଏଫ ଚାପ୍ଟର ୨ (KGF Chapter 2) ବକ୍ସ ଅଫିସରେ ସୁନାମୀ ଆଣିଛି । ରିଲିଜ ଦିନରୁ ହିଁ ଫିଲ୍ମ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ପୁରୁଣା ରେକର୍ଡ ବ୍ରେକ କରି ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି କେଜିଏଫ ଚାପ୍ଟର ୨ । ବକ୍ସ ଅଫିସ (Box Office) ରେ ୟଶଙ୍କ ଫିଲ୍ମ ଧମାଲ କରିବାରେ ଲାଗିଛି । ବହୁ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଇତିହାସ ରଚିବାକୁ ଯାଉଛି ଏହି ଫିଲ୍ମ ।

ସର୍ବାଧିକ ଆୟ କରୁଥିବା ତାଲିକାର ଦ୍ୱିତୀୟ ସ୍ଥାନ  କବଜା କଲା କେଜିଏଫ ଚାପ୍ଟର ୨  

କେଜିଏଫ ଚାପ୍ଟର ୨  ବହୁ ଭାଷାରେ ରିଲିଜ ହୋଇଛି । କନ୍ନଡ , ତାମିଲ , ତେଲୁଗୁ , ମଲୟାଲମ ,ହିନ୍ଦୀ ଭାଷାରେ ରିଲିଜ ହୋଇଛି ଏହି ଫିଲ୍ମ । ଖାସ୍ କରି ହିନ୍ଦୀ ବେଲ୍ଟରେ ଏହି ଫିଲ୍ମ ସର୍ବାଧିକ କଲେକସନ କରୁଛି । ଫିଲ୍ମ କେବଳ ହିନ୍ଦୀ ବେଲ୍ଟରେ ସର୍ବାଧିକ ଆୟ କରିଥିବା ଟପ୍ ୩ ଫିଲ୍ମ ଲିଷ୍ଟରେ ନିଜ ନାଁ ସାମିଲ କରିବାରେ ସଫଳ ହୋଇଛି । ଟପ୍ ୩ ସର୍ବାଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛି ଏସ ଏସ ରାଜାମୌଲିଙ୍କ ଫିଲ୍ମ ବାହୁବଲୀ-୨  ଏବଂ ଦ୍ୱିତୀୟ ସ୍ଥାନକୁ ନିଜ କବଜାକୁ ନେଇଛି ପ୍ରଶାନ୍ଥ ନୀଲଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ । ଆମିର ଖାନଙ୍କ ଦଙ୍ଗଲ ଫିଲ୍ମକୁ ଖୁବ ସହଜରେ ଏବଂ କମ୍ ଦିନ ଭିତରେ ହିଁ ପଛରେ ପକାଇ ଦେଇଛି କେଜିଏଫ ଚାପ୍ଟର ୨ ।  ଆମିରଙ୍କ ଫିଲ୍ମ ଦଙ୍ଗଲ ୨୦୧୬ରେ ବକ୍ସ ଅଫିସରେ ୩୮୭.୩୮ କୋଟି ଟଙ୍କା ଆୟ କରିଥିଲା ।  ରିଲିଜର ପ୍ରଥମ ଦିନରୁ ହିଁ ସାରା ଦୁନିଆରେ ଧୂଆଁଧାର କଲେକସନ କରୁଛି କେଜିଏଫ ଚାପ୍ଟର ୨ ।

 

ଫିଲ୍ମର କଲେକସନ ନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।   ହିନ୍ଦୀ ବେଲ୍ଟରେ ଶୁକ୍ରବାର ୪.୨୫ କୋଟି , ଶନିବାର ୭.୨୫ କୋଟି , ରବିବାର ୯୨୭ କୋଟି ସୋମବାର ୩.୭୫ କୋଟି , ମଙ୍ଗଳବାର ୯.୫୭ କୋଟି ଏବଂ ବୁଧବାର ଏହି ଫିଲ୍ମ ୮.୭୫ କୋଟି ଟଙ୍କା କଲେକସନ କରିଥିବା ନେଇ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେବଳ ହିନ୍ଦୀ ବେଲ୍ଟରେ ଏହି ଫିଲ୍ମ ୩୯୧.୬୫ କୋଟି ଟଙ୍କା ଆୟ କରିସାରିଲାଣି । ଖୁବଶୀଘ୍ର ଏହି ଫିଲ୍ମ ୪ ଶହ କୋଟି ପାର କରିବ ବୋଲି ସିନେ ସମୀକ୍ଷକ ଅନୁମାନ କରିଛନ୍ତି ।

Also Read: କରନ ଜୋହରଙ୍କ ଟ୍ୱିଷ୍ଟ; ଟିଭି ନୁହେଁ, ଡିଜିଟାଲରେ ପ୍ରସାରଣ ହେବ କଫି ୱିଥ୍ କରନ୍

ରକି ଭାଇଙ୍କ ଏହି ଦମଦାର ଫିଲ୍ମ ହିନ୍ଦୀ ସୁପରଷ୍ଟାରଙ୍କ ବହୁ ଫିଲ୍ମକୁ ପଛରେ ପକାଇଦେଇଛି । ହିନ୍ଦୀ ବେଲ୍ଟରେ କଲେକସନ ମାମଲାରେ କେଜିଏଫ ଚାପ୍ଟର ୨  ରିଲିଜର କିଛି ଦିନ ଭିତରେ ହିଁ ସଲମାନ ଖାନ (Salman Khan)ଙ୍କ ସୁଲତାନ (Sultan) , ଆମିର ଖାନ (Aamir Khan) ଙ୍କ ପିକେ (PK) ଏବଂ ରଣବୀର କପୁର (Ranbir Kapoor) ଙ୍କ ସଞ୍ଜୁ (Sanju)ଫିଲ୍ମକୁ ମାତ୍ ଦେଇଛି । ଏହି ୱିକେଣ୍ଡରେ ଫିଲ୍ମ  ୪୦୦ କୋଟି ପାର କରିବ ବୋଲି ସିନେ ସମୀକ୍ଷକ ଅନୁମାନ କରିଛନ୍ତି ।ପ୍ରତିଦିନ ଗୋଟିଏ ପରେ ଗୋଟିଏ ପୁରୁଣା  ରେକର୍ଡ ବ୍ରେକ କରୁଛି ଏହି ଫିଲ୍ମ । ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt)ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tondon) ଏବଂ  ପ୍ରକାଶ ରାଜ( Prakash Raj)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।