Pollution prevent is important:ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ଅଭିଯାନ, ସ୍ଥାୟୀ ସମାଧାନ ଜରୁରୀ
Advertisement
Article Detail0/zeeodisha/odisha1932893

Pollution prevent is important:ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ଅଭିଯାନ, ସ୍ଥାୟୀ ସମାଧାନ ଜରୁରୀ

  ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏହା ନିଶ୍ଚିନ୍ତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବ ଏହି ଆଣ୍ଟି ଡ଼ଷ୍ଟ ଅଭିଯାନ । ବିଭିନ୍ନ ପ୍ରକାରର ଆୟୋଜନ ମାଧ୍ୟମରେ ପ୍ରଦୂଷଣ ରୋକିବା ପାଇଁ ଚେଷ୍ଟା କରାଯିବ । ଏଥିପାଇଁ ସରକାର ୫୯୧ ଟିମ୍ ସଂପୂର୍

SOCIAL MEDIA

Pollution prevent is important: 

ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏହା ନିଶ୍ଚିନ୍ତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବ ଏହି ଆଣ୍ଟି ଡ଼ଷ୍ଟ ଅଭିଯାନ । ବିଭିନ୍ନ ପ୍ରକାରର ଆୟୋଜନ ମାଧ୍ୟମରେ ପ୍ରଦୂଷଣ ରୋକିବା ପାଇଁ ଚେଷ୍ଟା କରାଯିବ । ଏଥିପାଇଁ ସରକାର ୫୯୧ ଟିମ୍ ସଂପୂର୍ଣ୍ଣ ଦିଲ୍ଲୀରେ ଗଠନ କରିଛନ୍ତି । ନୂଆ ଉପାୟ ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପ୍ରଦୂଷଣ ବିରୋଧରେ ମୋର୍ଚ୍ଚା ଗଠନ କରାଯିବା ନେଇ ଚେଷ୍ଟା ଚାଲିଛି । ପାଖାପାଖି ୮୨ ମେକାନିକାଲ ରୋଡ଼ ସ୍ବିପର ରହିବେ । ୫୩୦ ପାଣି ସିଞ୍ଚନକାରୀ ରହିବେ ଏବଂ ୨୫୮ ଆଣ୍ଟି ସ୍ମୋକ ଗନ ରହିବ । ଏହିଭଳି ଭାବେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଚେଷ୍ଟା କରାଯିବ ।

ଏହି ସମୟରେ ଦିଲ୍ଲୀରେ ପ୍ରଦୂଷଣର ବାଦଲ ଢ଼ାଙ୍କି ହୁଏ । କିନ୍ତୁ ସବୁ ପ୍ରୟାସ ପରେ ମଧ୍ୟ ସବୁଠୁ ବଡ଼ ସମସ୍ୟା ଯେ ଚତୁର୍ପାଶ୍ବରେ ହେଉଥିବା ପରିସ୍ଥିତି ଉପରେ ନିୟନ୍ତ୍ରଣ ନାହିଁ । ଉଦାହରଣ ସ୍ବରୂପ, ଫସଲ ଅମଳ ପରେ ବଂଚିଥିବା ନଡ଼ାକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ପଂଜାବରେ ଜଳାଇ ଦିଆଯାଏ । ସେସବୁ ଧୂଆଁ ସାରା ଦିଲ୍ଲୀରେ ବିଚ୍ଛୁରିତ ହୁଏ । ଏହାସହ ଏହି ସମୟରେ ମଧ୍ୟ ଦଶହରା ଦୀପାବଳି ପଡ଼େ । ପୂର୍ବବର୍ଷ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ କିଛି ଲୋକ ଏହାକୁ ବେଖାତିର କରିଥିଲେ । ଫଳରେ ଦିଲ୍ଲୀ ସମେତ ଆଖପାଖ ଅଂଚଳରେ ସ୍ଥିତି ମଧ୍ୟ ବିଗିଡ଼ିଥିଲା ।

ଯଦି ଚଳିତ ବର୍ଷ ନିୟମ କଡ଼ା କରିବା ସହ ଆଭିଯାନ ସଠିକ୍ ଭାବେ ପରିଚାଳିତ ହୁଏ ତାହେଲେ ଦିଲ୍ଲୀବାସୀ କିଛି ମାତ୍ରାରେ ଉପକୃତ ହେବେ । ଶୀତ ଦିନ ହୋଇଥିବାରୁ କୁହୁଡ଼ି ମଧ୍ୟ ଳାଗି ରୁହେ । ଆଉ ଯଦି କୁହୁଡ଼ିରେ ଧୂଆଁ ମିଶେ ତାହେଲେ ସ୍ଥିତି ଗମ୍ଭୀର ହୁଏ । କୁହୁଡ଼ି ଏବଂ ଧୂଆଁ ମଧ୍ୟରେ ପାର୍ଥକ୍ୟ ରହିଛି । କୁହୁଡ଼ି ସମସ୍ତ ଅଂଚଳରେ ବ୍ୟାପ୍ତ ହୁଏ କିନ୍ତୁ ଧୂଆଁ କେଉଁଠି କମ୍ ତ କେଉଁଠି ଅଧିକ ରୁହେ । ଆଉ ଯେତେବେଳେ କୁହୁଡ଼ି ଧୂଆଁ ମିଶି ଯାଏ ସେତେବେଳେ ଫଗ୍ ସୃଷ୍ଟି ହୁଏ । ଯାହା ବାୟୁ ପ୍ରଦୂଷଣର ସବୁଠୁ ବଡ଼ କାରଣ ଅଟେ ।

ବାୟୁ ପ୍ରଦୂଷଣ ଏଥିପାଇଁ ଅଧିକ ବିପଦଜନ୍ନକ ଯେ ସାରା ପୃଥିବୀର ସ୍ଥିତି କହୁଛି ବାୟୁ ପ୍ରଦୂଷଣ କାରଣରୁ ରୋଗୀ ମାନଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଛି । ସାରା ପୃଥିବୀରେ ୩୨.୩ ଲକ୍ଷ ମୃତ୍ୟୁ କେବଳ ସିଓପିଡ଼ି ମାନେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନରୀ ରୋଗ ଦ୍ବାରା ହେଉଛି । ଯାହା ଯକ୍ଷ୍ମା ସହ ଜଡ଼ୀତ ରୋଗ । ୟୁରୋପିୟାନ ରେସପ୍ରିରେଟ୍ରି ନାମକ ଏକ ପତ୍ରିକାରେ ଉଲ୍ଲେଖ ହୋଇଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ବାୟୁ ସଙ୍କଟ ବଢ଼ିବ । ଆଉ ଯଦି ଏଭଳି ହୁଏ ତାହେଲେ ଏହା ସିଧା ସଳଖ ଆମ ଶ୍ବସନ ତନ୍ତ୍ର ଉପରେ ପ୍ରଭାବ ପକାଇବ । ଅଧିକ ପ୍ରଭାବ ବୟସ୍କ ଲୋକ, ଶିଶୁ ଏବଂ ଶ୍ବାସ ରୋଗୀଙ୍କ ଉପରେ ପଡ଼ିବ ।

ଦିଲ୍ଲୀରେ ଅନେକ ବର୍ଷ ଧରି ପ୍ରଦୂଷଣ ବଢ଼ିବା କାରଣରୁ ଦିଲ୍ଲୀରେ ଶ୍ବାସ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କେବଳ ୨୦୧୯ରେ ଆସ୍ଥମା କାରଣରୁ ୪.୫୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଗାଡ଼ି ସଂଖ୍ୟା ବୃଦ୍ଧି ପ୍ରଦୂଷଣର ଆଉ ଏକ ବଡ଼ କାରଣ ମଧ୍ୟ । ଏହାଛଡ଼ା ବନାଗ୍ନି ମଧ୍ୟ ଆଉ ଏକ କାରଣ ଅଟେ ।

ବିଶ୍ବ ମୌସୁମୀ ସଙ୍ଗଠନର ରିପୋର୍ଟ ଅନୁଯାୟୀ କାର୍ବନ ଡ଼ାଇଅକ୍ସାଇଡ଼୍ ଏବଂ ଓଜନ ସ୍ତରରେ ମିଥେନ୍ ଗ୍ୟାସ ମଧ୍ୟ ବଢ଼ି ଚାଲିଛି । ଏହା ସୂଚାଉଛି ଯେ ଆମେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କୌଣସି ଦୃଢ଼ ପଦକ୍ଷେପ ନେଇ ନାହୁଁ । ବଡ଼ ବଡ଼ ସହର ମାନଙ୍କରେ ଜୀବନଶୈଳୀକୁ ସହଜ କରିବା ପାଇଁ ଆଧୁନିକ ଉପକରଣ ଏତେ ମାତ୍ରାରେ ବଢ଼ି ଗଲାଣି ଯେ ଆମେ ଏଥିରେ ଅଙ୍କୁଶ ଲଗାଇପାରିବା ନାହିଁ । ଫଳରେ ବାୟୁ ପ୍ରଦୂଷଣର ସ୍ଥାୟୀ ସମାଧାନ ମଧ୍ୟ ବାହାରି ପାରିବ ନାହିଁ ।

ସ୍ବଚ୍ଛ ବାୟୁର ଆବଶ୍ୟକ କେବଳ ଦିଲ୍ଲୀ ନୁହେଁ ସାରା ବିଶ୍ବ ପାଇଁ ଦରକାର । କିନ୍ତୁ ସ୍ଥାୟୀ ସମାଧାନ ସେତେବେଳେ ବାହାରିବ ଯେବେ ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଜୀବନଶୈଳୀ ଭଲ ହେବ । ଯେତେବେଳ ଯାଏଁ ଆମେ ଏହାକୁ ଗମ୍ଭୀରତାର ସହ ନନେବା ସେ ପର୍ଯ୍ୟନ୍ତ ପ୍ରଦୂଷଣର ସ୍ଥାୟୀ