ଲୁଚିଲେ ଖୋଜି ବାହାର କରିବ,ଜାଗା ବଦଳାଇଲେ ଗୋଡ଼ାଇ ଗୋଡ଼ାଇ ମାରିବ
Advertisement
Article Detail0/zeeodisha/odisha1904175

ଲୁଚିଲେ ଖୋଜି ବାହାର କରିବ,ଜାଗା ବଦଳାଇଲେ ଗୋଡ଼ାଇ ଗୋଡ଼ାଇ ମାରିବ

ତା’ ନଜରରୁ କେହି ବଂଚିବେ ନାହିଁ ଯେଉଁଠି ଲୁଚିବେ ବି ଖୋଜି ବାହାର କରିବ ଜାଗା ବଦଳାଇଲେ ବି ବର୍ତ୍ତିବେ ନାହିଁ ଥରେ ପଛରେ ପଡ଼ିଲେ ମାରିଲା ପର୍ଯ୍ୟନ୍ତ ଗୋଡାଇବ ନାଁ ହେଉଛି ‘ଅସ୍ତ୍ର’ ଭାରତୀୟ ବାୟୁସେନାର ସାମିଲ ହେବାକୁ ଯାଉଛି ‘ଅସ୍ତ୍ର’ । ‘ଅସ୍ତ୍ର’ର ନାଁ ଶୁଣିଲେ ଶତ୍ରୁଙ୍କ ଛାତିରେ ଛନକା ଆସୁଛି । କାରଣ ଇଏ ଏମିତି କ୍ଷେପଣାସ୍ତ୍ର,ଯିଏ ଶତ

SOCIAL MEDIA

ତା’ ନଜରରୁ କେହି ବଂଚିବେ ନାହିଁ

ଯେଉଁଠି ଲୁଚିବେ ବି ଖୋଜି ବାହାର କରିବ

ଜାଗା ବଦଳାଇଲେ ବି ବର୍ତ୍ତିବେ ନାହିଁ

ଥରେ ପଛରେ ପଡ଼ିଲେ

ମାରିଲା ପର୍ଯ୍ୟନ୍ତ ଗୋଡାଇବ

ନାଁ ହେଉଛି ‘ଅସ୍ତ୍ର’

ଭାରତୀୟ ବାୟୁସେନାର ସାମିଲ ହେବାକୁ ଯାଉଛି ‘ଅସ୍ତ୍ର’ । ‘ଅସ୍ତ୍ର’ର ନାଁ ଶୁଣିଲେ ଶତ୍ରୁଙ୍କ ଛାତିରେ ଛନକା ଆସୁଛି । କାରଣ ଇଏ ଏମିତି କ୍ଷେପଣାସ୍ତ୍ର,ଯିଏ ଶତ୍ରରୁ ପିଛା ଛାଡ଼େନି । ଗୋଡାଇ ଗୋଡ଼ାଇ ମାରେ । ଶତ୍ରୁ ବଂଚିବା ପାଇଁ ସ୍ଥାନ ବଦଳାଇଲେ ବି କିଛି ଫରକ ପଡ଼ିବନି । କାରଣ ଆଧୁନିକ ବୈଶୟିକ ଜ୍ଞାନକୌଶଳରେ ବଳିୟାନ ଏହି ମିଶାଇଲରେ ଏମିତି ଟେକ୍ନୋଲଜି ବ୍ୟବହାର ହୋଇଛି,ଯାହା ଟାର୍ଗେଟ ହିଟ୍ ନକଲା ପର୍ଯ୍ଯନ୍ତ ଟାର୍ଗେଟ୍ ପଛରେ ପଡିଥାଏ । ଅର୍ଥାତ ଯଦି ଟାର୍ଗେଟ୍ ବଂଚିବା ପାଇଁ ସ୍ଥାନ ବଦଳାଏ ତେବେ ମିଶାଇଲ ବି ତା’ ପଛରେ ଗୋଡାଏ ।

ଚଳିତ ବର୍ଷର ଅନ୍ତ ସୁଧା ‘ଅସ୍ତ୍ର’ ଭାରତୀୟ ବାୟୁସେନାରେ ସାମିଲ ହେବ । ଆକାଶରୁ ଆକାଶକୁ ନିକ୍ଷେପିତ ହେଉଥିବା ଏହି ମିଶାଇଲର ବିଶେଷତା ହେଉଛି ଏହା ବିୟୋଣ୍ଡ୍ ଭିଜୁଆଲ ରେଂଜ୍ ବା ପାଇଲଟ୍ ନଜରକୁ ଆସୁନଥିବା ଟାର୍ଗେଟକୁ ବି ହିଟ୍ କରିପାରେ । ଆସନ୍ତୁ ୩ ପଏଣ୍ଟରେ ଜାଣିବା କେମିତି ଓ କାହିଁକି  ‘ଅସ୍ତ୍ର’ ମାରାତ୍ମକ ।

ଦ ହିନ୍ଦୁ ଅନୁସାରେ ଡିଆରଡିଓ ଦ୍ୱାରା ନିର୍ମିତ ୨୪୮ଟି  ଅସ୍ତ୍ର ଏମକେ-୧ବିଭିଆର ପାଇଁ ବାୟୁସେନା ଅର୍ଡର ଦେଇଥିଲା । ଅସ୍ତ୍ରର ପ୍ରଥମ ବିଶେଷତା ହେଉଛି ଟାର୍ଗେଟ୍ ହଲିଲେ ମଧ୍ଯ ଏହା ପିଛା ଛାଡେ ନାହିଁ । ଏଥିରେ ଲାଗିଥିବା ଅପଟିକାଲ ପ୍ରକ୍ସିମିଟି ଫ୍ୟୁଜ୍ ଟାର୍ଗେଟକୁ ନଜରରୁ ହଟିବାକୁ ଦିଏନାହିଁ । ଟାର୍ଗେଟରେ ମୁଭମେଣ୍ଟ ଆସିଲେ ଏହା ଅଟକି ନଯାଇ ପିଛା କରେ ।ଟାର୍ଗେଟ ଗତି ସମାନ ଗତିରେ ଯାଏ ଟାର୍ଗେଟକୁ ଧ୍ୱଂସ କରେ ।

ଦ୍ୱିତୀୟତଃ ଏହାର ଗତି ଏହାକୁ ମାରକ କରିଛି । ୧୨.୬ ଫୁଟ ଲମ୍ବ ଓ ୧୫୪ କିଲୋ ଓଜନର ଅସ୍ତ୍ର ୧୫ କିଲୋ ବିସ୍ଫୋରକ ନେଇ ଟାର୍ଗେଟ ହିଟ୍ କରିପାରେ ।୧୬୦କିମି ରେଂଜରେ ଏହା ୬୬ ହଜାର ଫୁଟ ଉଚ୍ଚତା ପର୍ଯ୍ଯନ୍ତ ଯାଇପାରେ ।

ତୃତୀୟରେ ଏହାର ଟାର୍ଗେଟକୁ ମଝି ରାସ୍ତାରେ ବଦଳା ଯାଇପରେ । ଥରେ ଟାର୍ଗେଟ୍ ସେଟ୍ ହେବା ପରେ ଏହା ଘଣ୍ଟା ପ୍ରତି ୫୫୫୬.୬ କିମି ବେଗରେ ଶତ୍ରୁ ଆଡକୁ ଗତିମାନ ହୋଇଥାଏ ।ସବୁଠାରୁ ବଡ଼ କଥା ହେଉଛି ଏଥିରେ ଲାଗିଥିବା ଅପ୍ଟିକ୍ ଗାଇରୋ ୱେଷ୍ଟ୍ ଇନର୍ସିଆଲ ନାଭିଗେସନ୍ ସିଷ୍ଟମ ଯୋଗୁ ମଝି ରାସ୍ତାରେ ଏହାର ଗତିପଥକୁ ବଦଳା ମଧ୍ଯ ଯାଇପାରେ । ଅର୍ଥାତ ଯଦି ଟାର୍ଗେଟ୍ ସ୍ଥାନ ବଦଳାଇବ ତେବେ ଏହାର ଗତିପଥକୁ ମଧ୍ୟ ବଦଳା ଯାଇପାରିବ ।