କୁମାରୀତ୍ୱରୁ ମାତୃତ୍ୱ: ନାବାଳିକାର ମୃତ୍ୟୁ ପରେ ଶିଶୁକନ୍ୟାକୁ ନେଲେନି ପରିବାର
Advertisement
Article Detail0/zeeodisha/odisha851044

କୁମାରୀତ୍ୱରୁ ମାତୃତ୍ୱ: ନାବାଳିକାର ମୃତ୍ୟୁ ପରେ ଶିଶୁକନ୍ୟାକୁ ନେଲେନି ପରିବାର

ଅତ୍ୟାଚାରର ଶିକାର ହୋଇଥିବା ଜଣେ ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ୧୪ ବର୍ଷୀୟା ନାବାଳିକା ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର । ସେପଟେ ଦୁଷ୍କର୍ମକାରୀ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

କୁମାରୀତ୍ୱରୁ ମାତୃତ୍ୱ: ନାବାଳିକାର ମୃତ୍ୟୁ ପରେ ଶିଶୁକନ୍ୟାକୁ ନେଲେନି ପରିବାର

ପ୍ରେମାନନ୍ଦ ପୂଜାରୀ, ମୋହନା: ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା । ରାଜ୍ୟରେ ଥମୁନି ପାଶବିକ ଅତ୍ୟାଚାର । ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ କୁମାରୀ ମାତୃତ୍ବ ଲାଭ କରି ପ୍ରାଣ ହାରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ଆତରସିଂ ପଞ୍ଚାୟତର କେରେ ଗ୍ରାମରେ । ଅତ୍ୟାଚାରର ଶିକାର ହୋଇଥିବା ଜଣେ ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ୧୪ ବର୍ଷୀୟା ନାବାଳିକା ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର । ସେପଟେ ଦୁଷ୍କର୍ମକାରୀ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

ଜପତି ଜିଲ୍ଲା ନୂଆଁଗଡ ବ୍ଲକ ଆତରସିଂ ପଞ୍ଚାୟତର କେରେ ଗାଁର ନାବାଳିକା ନୂଆଁଗଡ କସ୍ତୁରବା ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । କୋରୋନା ମହାମାରୀ (Corona Pandemic) ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଯିବା ହେତୁ ଘରକୁ ଆସି ରହୁଥିବା ସମୟରେ ନାବାଳିକା ଜଣକ ଅସୁସ୍ଥ ହୋଇଥିଲେ । ପରିବାର ଲୋକେ ଚିକିତ୍ସା ପାଇଁ ନାବାଳିକା ଗାଁରେ ଚେର ମୂଳ ଦେଇଥିଲେ କିନ୍ତୁ କାରଣ ଜଣାନପଡିବାରୁ ଗାଁ ର ଆଶା ଦିଦି ଗତ ଏକ ମାସ ତଳେ ଆର ଉଦୟଗିରି ମେଡିକାଲରେ କିଟ୍ ସାହାଯ୍ୟରେ ପରୀକ୍ଷା କରିଥିଲେ। ସେଥିରେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡିଥିବା ବେଳେ ପରେ ପାରଳାଖେମୁଣ୍ଡି ମେଡିକାଲରେ ଅଲଟ୍ରାସାଉଣ୍ଡ କରାଯିବାରୁ ଆଠ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଉକ୍ତ ନାବାଳିକାର  21.01.21ରେ ଜନନୀ ସୁରକ୍ଷା ରେଡ କାର୍ଡ ରେ ପଞ୍ଜିକୃତ କରାଯାଇଥିଲା । ଶିଶୁ ସୁରକ୍ଷା ସଦସ୍ୟ ଉକ୍ତ ଖବର ଟି ଜାଣିବା ପରେ ଆର ଉଦୟଗିରି ଥାନାରେ ପିଡିତା ପକ୍ଷରୁ 12.02.2021ରେ ଲିଖିତ ଅଭିଯୋଗ ହୋଇଥିଲା । ନାବାଳିକାର ବୟାନକୁ ଭିତ୍ତିକରି ପୋଲିସ ତଦନ୍ତରେ ଧରାପଡିଥିବା ଉକ୍ତ ଗ୍ରାମର ଉପରସାହିର ସୋମନାଥ ମଣ୍ଡଳ (27) କୁ 12.02.2021 ରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୀଡ଼଼ିତାଙ୍କ ଅଭିଯୋଗ ପ୍ରକାରରେ ତାଙ୍କ ଗ୍ରାମର ସୋମନାଥ ମଣ୍ଡଳ ଅନେକ ମାସ ତଳେ ଶାରିରୀକ ସଂପର୍କ ରଖିବା ସହ ସଂପର୍କ କୁ ନେଇ କାହା ଆଗରେ ପ୍ରକଟ ନ କରିବା କୁ ଧମକ ଦେଇଥିଲା । 

Also Read: କୋମଳମତି ପରୀକୁ କେମିତି ମାରିଥିଲା ଅଭିଯୁକ୍ତ, କହିଲା ଲୋମଟାଙ୍କୁରା କାହାଣୀ...

ପୀଡିତାଙ୍କ ଅଭିଯୋଗ ଆଧାରରେ ଆର ଉଦୟଗିରି ଥାନା କେସ ନମ୍ବର 26/21 ରେ ମାମଲା ରୁଜୁ କରାଯାଇଥିବା ବେଳେ 376(2)n, 376(3),506,(6) ଆଇପିସି ଧାରାରେ ଏଫଆଇଆର ପଞ୍ଜିକୃତ କରାଯାଇଥିଲା ଏବଂ ଅଭିଯୁକ୍ତ ସୋମନାଥ ମଣ୍ଡଳକୁ ଗିରଫ କରାଯାଇଛି । ଶେଷରେ ନାବାଳିକା ନଅ ମାସର ଗର୍ଭାବସ୍ଥାରେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ତାରିଖ 16.02.21 ରେ ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇ ପୀଡିତାଙ୍କ ମୃତ୍ୟୁ ଘଟିଛି । ନବଜାତ ଶିଶୁକନ୍ୟାକୁ ମେଡିକାଲରେ ରଖାଯାଇ ଚିକିତ୍ସା ଚାଲିଥିବା ବେଳେ ପରିବାର ଲୋକେ ଶିଶୁକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସମାଜକୁ ପୁଣି କଳଙ୍କିତ କରିଛି । ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମାତୃତ୍ବ ଲାଭ କରି ପ୍ରାଣ ହାରିଛି । ଏଭଳି ଘଟଣାଟି ଘଟିଛି, ଗଜପତି ଜିଲ୍ଲା ନୂଆଁଗଡ ବ୍ଲକର ଆତରିସଂ ପଞ୍ଚାୟତର କେରେ ଗ୍ରାମରେ । ଆଦିବାସୀ ଗ୍ରାମରେ ଏବେ ଅନ୍ଧବିସ୍ବାସ ଓ କୁସଂସ୍କାର ଲାଗି ରହିଥିବା ବେଳେ ନାବାଳିକାର ଅସୁସ୍ଥ ସତ୍ତ୍ବେ ଗର୍ଭବତୀ ଥିବା ଜାଣିପାରିନଥିଲେ ପରିବାର ଲୋକେ । 

Also Read: ଛାଡ଼ନ୍ତୁ Google map ଆପଣାନ୍ତୁ ସ୍ବଦେଶୀ ଆପ୍

ଚିକିତ୍ସା ପାଇଁ ଚଳାଇଆସୁଥିଲେ ଚେରମୂଳ ଉପଚାର । ପରିଣାମ ସ୍ବରୁପ ଶେଷରେ ଅସହ୍ୟ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ୧୪ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଛି । ଗରିବ ଦୀନଦୁଃଖି ଭାବେ ନିଜ ପେଟରୁ ଦାନା କାଟି ପିଲାକୁ ଅତି ଗେହ୍ଲା ଅବସରରେ ବଢାଇବା ପରିବାର ଏବେ ଝିଅକୁ ହରାଇ ଅଜସ୍ର ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଚାରି ଚାରୋଟି କୁନି କୁନି ପିଲାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡିଥିବା ବେଳେ ମୃତ ନାବାଳିକାର ନବଜାତ ଶିଶୁକୁ କିପରି ରଖିବି ବୋଲି ପ୍ରଶ୍ନ କରିଛନ୍ତି ପୀଡିତାଙ୍କ ବାପା । ଅତି ଗରିବ ହୋଇଥିବା ବେଳେ କମ ବୟସର ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡି଼ଛନ୍ତି , ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସମାଜରେ କୁମାରୀ ମାତୃତ୍ବ (Virgin Motherhood) ଭଳି ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ତୃଣ ମୁଳସ୍ତରରୁ ଆଶା ଅଙ୍ଗନୱାଡି ରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଥିବା ବେଳେ ବାରମ୍ବାର କାର୍ଯ୍ୟରେ ଦାୟିତ୍ବ ହୀନତା ପ୍ରଦର୍ଶନ କରିଆସୁଛନ୍ତି ସରକାରୀ କର୍ମଚାରୀ ମାନେ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଅବହେଳିତ କର୍ମଚାରୀ ଓ ଅପରାଧୀ ବିରୁଦ୍ଦରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମାଜସେବୀ । ସେପଟେ ଗତ ନଅ ତାରିଖରେ ଏହି ଘଟଣା ଜଣାପଡିବା ପରେ ତଳୁଆ କର୍ମଚାରୀଙ୍କୁ ଦୋଷ ଦେଉଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ।

Also Read: ରାଜଧାନୀରେ ଆହୁରି କମିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

ସାମାଜିକ କୁସଂସ୍କାର ଓ ସଚେତନତା ଅଭାବରୁ ଚାଲିଗଲା ଜଣେ ଅତ୍ୟାଚାର ଶିକାର ହୋଇଥିବା ନାବାଳିକାର ଜୀବନ । ଚାରିପ୍ରାଣୀ କୁଟୁମ୍ବକୁ ନେଇ ଚଳିଆସୁଥିବା ଗରିବ ନିରିହ ଆଦିବାସୀ ପରିବାର ଲୋକ ଲଜ୍ଜ୍ୟା ସହିନପାରି ନିଜ ଝିଅ ର ଦୁଃଖ ପ୍ରକାଶ କରିପାରୁନଥିବା ବେଳେ ସରକାରୀ ସହାୟତା କୁ ଅପେକ୍ଷା କରି ବସିଛନ୍ତି ।

Edited: Zee Odisha Desk