Advertisement
Article Detail0/zeeodisha/odisha695401
Zee OdishaGanjamରାଜ୍ୟର ୨ ପୋଲିସ ଅଧିକାରୀଙ୍କୁ କୋରୋନା

ରାଜ୍ୟର ୨ ପୋଲିସ ଅଧିକାରୀଙ୍କୁ କୋରୋନା

ଆଜି(ଶନିବାର) ଜିଲ୍ଲାରେ ପୁଣି ୨୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି(ଶନିବାର) ଜିଲ୍ଲାରେ ପୁଣି ୨୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ହେଲେ ଏଥର ହୋମ କ୍ବାରେଣ୍ଟାଇନ୍ ତୁଳନାରେ ଅଧିକ ସଂକ୍ରମିତ ରହିଛନ୍ତି କୋରୋନା ଯୋଦ୍ଧା । ଛତ୍ରପୁରରୁ ୪ ଜଣ, ପାତ୍ରପୁରରୁ ୨ ଜଣ, ଚିକିଟି, ଭଞ୍ଜନଗର ଓ ଆସିକାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଅନ୍ୟପକ୍ଷେ ୧୧ ଜଣ କୋରୋନା ଯୋଦ୍ଧା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସବୁ ବେଳେ ଆଗ ଧାଡିରେ ରହି ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ଦୁଇ ଜଣ ପୋଲିସ ଅଧିକାରୀ ଛତ୍ରପୁର ଏସଡିପିଓ ଓ ଛତ୍ରପୁର ଥାନା ଅଧିକାରୀ କୋରୋନା ଜାଲରେ ଛନ୍ଦି ହୋଇଛନ୍ତି । ଯାହାକୁ ନେଇ ଏବେ ଗଞ୍ଜାମ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି । ଆଗକୁ ଗୋଷ୍ଠୀ ସଂକ୍ରମଣ ଭୟ ରହିଥିବା ବେଳେ ଏହାକୁ କିଭଳି ମୁକାବିଲା କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ ଅଫିସରଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କ ଆସୁ ଆରୋଗ୍ଯ କାମନା କରିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ କୁମାର ।

About the Author