Rich people investment: ସୁନା,ଘର ନା ସେୟାର ମାର୍କେଟ୍ ? ସୁପର ଧନୀ କେଉଁଠି କରନ୍ତି ନିବେଶ ?
Advertisement
Article Detail0/zeeodisha/odisha2001567

Rich people investment: ସୁନା,ଘର ନା ସେୟାର ମାର୍କେଟ୍ ? ସୁପର ଧନୀ କେଉଁଠି କରନ୍ତି ନିବେଶ ?

  ଧନୀ ହେବା ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଠିକ୍ ସମୟରେ ଠିକ୍ ବାଟରେ ଟଙ୍କା ବିନିଯୋଗ କରିବା । କିନ୍ତୁ ଆପଣ ଜାଣିଛନ୍ତି କି ଧନୀ ଲୋକ କେଉଁଠି ଅଧିକ ଟଙ୍କା ବିନିଯୋଗ କରନ୍ତି । ଘର, ଇକ୍ବିଟି, କମର୍ସିଆଲ ପ୍ରୋପର୍ଟି, ବଣ୍ଡସ ନା ସୁନା । ଆସନ୍ତୁ ଜାଣିବା ନାଇଟ୍ ଫ୍ରାଙ୍କ ୨୦୨୩ ରିପୋର୍ଟ ଅନୁଯାୟୀ ଧନୀ ସବୁଠୁ ଅଧ

SOCIAL MEDIA

Rich people investment: 

ଧନୀ ହେବା ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଠିକ୍ ସମୟରେ ଠିକ୍ ବାଟରେ ଟଙ୍କା ବିନିଯୋଗ କରିବା । କିନ୍ତୁ ଆପଣ ଜାଣିଛନ୍ତି କି ଧନୀ ଲୋକ କେଉଁଠି ଅଧିକ ଟଙ୍କା ବିନିଯୋଗ କରନ୍ତି । ଘର, ଇକ୍ବିଟି, କମର୍ସିଆଲ ପ୍ରୋପର୍ଟି, ବଣ୍ଡସ ନା ସୁନା । ଆସନ୍ତୁ ଜାଣିବା ନାଇଟ୍ ଫ୍ରାଙ୍କ ୨୦୨୩ ରିପୋର୍ଟ ଅନୁଯାୟୀ ଧନୀ ସବୁଠୁ ଅଧିକ କେଉଁ ଟଙ୍କା ନିବେଶ କରନ୍ତି ।

ଧନୀ ହେବା ପାଇଁ କିଏ ନ ଚାହେଁ । କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଧନୀ ହେବା ପାଇଁ କେଉଁଠି ଏବଂ କେତେବେଳେ ଟଙ୍କା ବିନିଯୋଗ କରିବେ । ଆଜିକାଲି ନିବେଶ କରିବାର ବହୁ ବିକଳ୍ପ ରହିଛି । ଘର ଠାରୁ ଆରମ୍ଭ କରି ପ୍ରୋପର୍ଟି, ସୁନା, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଲୋକ କମ୍ ସମୟ ମଧ୍ୟରେ ମୋଟା ଟଙ୍କା ରୋଜଗାର କରୁଛନ୍ତି । ଜାଣିଛନ୍ତି କି ଧନୀ ଲୋକ କେଉଁଠି ଅଧିକ ଟଙ୍କା ନିବେଶ କରନ୍ତି । । ଘର, ଇକ୍ବିଟି, କମର୍ସିଆଲ ପ୍ରୋପର୍ଟି, ବଣ୍ଡସ କିମ୍ବା ସୁନା ! ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଅଛି ତାହେଲେ ଆସନ୍ତୁ ଜାଣିବା ଧନୀ ଲୋକ ଅଧିକ ଟଙ୍କା କେଉଁଠି ନିବେଶ କରନ୍ତି ।

ଅଲଟ୍ରା ହାଇ ନେଟ୍ ଓ୍ବର୍ଥ ଇଣ୍ଡିଭିଜୁଆଲ୍ସ (UHNWI) ନିଜ ଧନର ପାଖାପାଖି ୫୦ ଭାଗ ଘର ଏବଂ ଇକ୍ବିଟୀ କିଣିବାରେ ନିବେଶ କରନ୍ତି । ଏହି ବର୍ଗରେ ସେହି ମାନେ ଆସନ୍ତି ଯେଉଁମାନଙ୍କ ପାଖରେ ତିନି କୋଟି ଡ଼ଲାର କିମ୍ବା ତାଠୁ ଅଧିକ ଟଙ୍କା ଥାଏ । ରିପୋର୍ଟ ଅନୁଯାୟୀ ଏହି ବର୍ଗରେ ଆସୁଥିବା ଧନୀ ଲୋକ ମାନେ ମୋଟ ଧନର ପାଖାପାଖି ୩୨ ପ୍ରତିଶତ ଘର କିଣିବାରେ ଲଗାଇଥାନ୍ତି । ଏହି ବର୍ଗରେ ଆସୁଥିବା ଲୋକଙ୍କ ପାଖରେ ଅନେକ ଘର ଥାଏ ।

ଇକ୍ବିଟି କିଣିବାକୁ ପସନ୍ଦ କରନ୍ତି

ରିପୋର୍ଟ ଅନୁସାରେ UHNWI ବର୍ଗରେ ଆସୁଥିବା ଲୋକ ନିଜର ମୋଟ ଧନର ୧୮ ପ୍ରତିଶତ ଇକ୍ବିଟି ଅର୍ଥାତ ସେୟାର ମାର୍କେଟରେ ନିବେଶ କରନ୍ତି । ସେହିପରି ଏମାନେ ୧୪ ପ୍ରତିଶତ ଧନ କମର୍ସିଆଲ ପ୍ରୋପର୍ଟି କିଣିବାରେ ନିବେଶ କରନ୍ତି । ଏଥିରେ ଅଫିସ ସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ ରିଅଲ ଇଷ୍ଟେଟରେ ସିଧାସଳଖ ମାଲିକାନା ସାମିଲ ଥାଆନ୍ତି । ଏହି ବର୍ଗର ଲୋକ ନିଜ ଧନର ୧୨ ପ୍ରତିଶତ ବଣ୍ଡସରେ ନିବେଶ କରନ୍ତି । ଏହାସହ ୬ପ୍ରତିଶତ ଧନ ପ୍ରାଇଭେଟ୍ ଇକ୍ବିଟି,ଭେନ୍ଚର, କ୍ୟାପିଟାଲରେ ନିବେଶ କରନ୍ତି । ସେହିପରି ମୋଟ ଟଙ୍କାର ୫ପ୍ରତିଶତ କମର୍ସିଆଲ ପ୍ରୋପର୍ଟି ଫଣ୍ଡରେ ନିବେଶ କରନ୍ତି ।

ସୁନାରେ ନିବେଶ

ଏହି ଧନୀମାନେ ସୁନା, ବିଟ୍ କଏନ, କ୍ରିପ୍ଟୋ ଆସେଟ୍ସରେ ମଧ୍ୟ ନିବେଶ କରନ୍ତି । ଏମାନେ ମଧ୍ୟ ୩ ପ୍ରତିଶତ ଅର୍ଥ ନିଜ ରୁଚିରେ ବିନିଯୋଗ କରନ୍ତି । ଗୋଲ୍ଡ଼ ନିବେଶ ସବୁଠୁ ସୁରକ୍ଷିତ ବୋଲି ମନେ କରାଯାଏ । କିନ୍ତୁ ଧନୀମାନେ ୨ ପ୍ରତିଶତ ଅର୍ଥ ସୁନାରେ ନିବେଶ କରନ୍ତି ।