Trending Photos
Maasir-i-Alamgiri:
ଜ୍ଞାନବାପୀ ମାମଲା ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ମୁସଲିମ ପକ୍ଷର ସମସ୍ତ ପାଞ୍ଚଟି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତର ଏହି ନିଷ୍ପତ୍ତିକୁ ମୁସଲମାନ ପକ୍ଷ ପାଇଁ ଏକ ବିରାଟା ଧକ୍କା ବୋଲି ବିବେଚନା କରାଯାଉଛି। ହିନ୍ଦୁ ପକ୍ଷର 1991 ମସିହାର ମାମଲାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ଏହି ଆବେଦନ କରିଥିଲେ। ଦାଖଲ ହୋଇଥିବା 5 ଟି ଆବେଦନ ମଧ୍ୟରୁ 3 ଟି ଜ୍ଞାନବାପୀ ପରିସରରେ ASI ସର୍ଭେ ବିରୁଦ୍ଧରେ ଥିବାବେଳେ 2 ଟି ଆବେଦନ ସିଭିଲ୍ ମକଦ୍ଦମାର ରକ୍ଷଣାବେକ୍ଷଣ ସହିତ ଜଡିତ ଥିଲା ।
ଏହି ସମଗ୍ର ବିଷୟ ଗୋଟିଏ ପ୍ରଶ୍ନ ସହିତ ଜଡିତ । ଆଉ ତା’ ହେଉଛି ଏହା ମନ୍ଦିର ନା ମସଜିଦ? ଏହା ହିଁ ହେଉଛି ଆଇନଗତ ଯୁଦ୍ଧର ମୂଳଦୁଆ । ଉଭୟ ହିନ୍ଦୁ ଏବଂ ମୁସଲମାନ ପକ୍ଷ ଜ୍ଞାନବାପୀ ପରିସର ଓ ଢାଞ୍ଚା ଉପରେ ନିଜର ଦାବି ରଖୁଛନ୍ତି । ମୁସଲିମ ପକ୍ଷର ଦାବି ଯେ ଏହି ମସଜିଦ 1 ହଜାର ବର୍ଷରୁ ଅଧିକ ପୁରୁଣା। ଯେଉଁଠାରେ ସେମାନେ ହଜାର ବର୍ଷ ଧରି ନମାଜ ଅର୍ପଣ କରୁଛନ୍ତି। ଅନ୍ୟପକ୍ଷରେ ହିନ୍ଦୁପକ୍ଷରେ ଦାବି ଯେ, ଏହା ହେଉଛି ଭଗବାନ ବିଶ୍ୱଶ୍ୱରଙ୍କ ମନ୍ଦିର । ଯାହାକୁ ପାଖାପାଖି ୨୦୫୦ ବର୍ଷ ପୂର୍ବେ ରାଜା ବିକ୍ରମଦିତ୍ୟ ନିର୍ମାଣ କରିଥିଲେ । ହିନ୍ଦୁ ପକ୍ଷ ଅନୁସାରେ ଏହି ମନ୍ଦିର ଭାରତରେ ମୁସଲମାନ ଶାସନ ଆଗରୁ ବିଦ୍ୟମାନ ଅଛି। ହିନ୍ଦୁ ପକ୍ଷ ନିଜ ଦାବିକୁ ମଜବୁତ କରିବାକୁ ମୋଗଲ ଶାସକ ଔରଙ୍ଗଜେବ ଅମଳରେ ଲେଖାଯାଇଥିବା ମାସିରି-ଇ-ଆଲମିଗିରି ପୁସ୍ତକକୁ ପ୍ରମାଣ ଭାବେ ଉପସ୍ଥାପନ କରନ୍ତି । ତେବେ ସେଥିରେ କ’ଣ ଲେଖାଯାଇଛି ଆସନ୍ତୁ ଜାଣିବା ।
ମାସିରି-ଇ-ଆଲାମଗିରିରେ କ’ଣ ଲେଖାଯାଇଛି?
ମନ୍ଦିର ପକ୍ଷ ନିଜ ଦାବିକୁ ବଳ ପ୍ରଦାନ ପାଇଁ ଔରଙ୍ଗଜେବ ଅମଳରେ ଲିଖିତ ଏକ ପୁସ୍ତକର ସାହାଯ୍ୟ ନେଇଥାନ୍ତି । ସାକି ମୁସ୍ତାଦ୍ ଖାନଙ୍କ ଲିଖିତ ଏହି ପୁସ୍ତକର ନାମ ହେଉଛି - ମାସିରି-ଇ-ଆଲାମଗିରି । ପୁସ୍ତକରେ ଔରଙ୍ଗଜେବର ଶାସନକାଳୀନ ଇତିହାସ ରହିଛି । ପୁସ୍ତକ ଆଧାରରେ ମନ୍ଦିର ପକ୍ଷ ଦାବି କରିଛି ଯେ ମୋଗଲ ସମ୍ରାଟ ଔରଙ୍ଗଜେବ ଶାସନ କାଳରେ ଆଦି ବିଶ୍ୱଶ୍ୱର ମନ୍ଦିର ଭଙ୍ଗା ଯାଇଥିଲା। ପରେ ସମାନ ସ୍ଥାନରେ ମୋଗଲ ଶାସକଙ୍କ ଆଦେଶର ଏକ ମସଜିଦ ନିର୍ମାଣ କରାଯାଇଥିଲା।
ମାସିର-ଇ-ଆଲାମଗିରି ଅନୁସାରେ '୧୮ ଏପ୍ରିଲ ୧୬୬୯ ରେ ସମ୍ରାଟ ଔରଙ୍ଗଜେବଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ, ମୁଲତାନ, ଥାଟା ଏବଂ ବାରଣାସୀର କେତେକ ବ୍ରାହ୍ମଣ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ଭୁଲ ସୂଚନା ଦେଉଛନ୍ତି। ଔରଙ୍ଗଜେବ ଏହି ଅଭିଯୋଗ ପାଇବା ପରେ ଉତକ୍ଷିପ୍ତ ହୋଇ ମୂର୍ତ୍ତି ପୂଜା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା । ଔରଙ୍ଗଜେବଙ୍କ ଆଦେଶ ପାଇବା ମାତ୍ରେ ମୋଗଲ ସୈନିକମାନେ ବିଭିନ୍ନ ସ୍ଥାନରେ ମନ୍ଦିର ଭାଙ୍ଗିଥିଲେ । ଏହି କ୍ରମରେ ଜ୍ଞାନବାପୀ ପରିସରରେ ଥିବା ଭଗବାନ ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗିଥିଲେ । ତେବେ ସେମାନେ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ନପାରି ଆଂଶିକ ଭାଙ୍ଗିଥିଲେ ।
ମସଜିଦ ପକ୍ଷର ଯୁକ୍ତିର ଆଧାର କ’ଣ ଥିଲା?
ଅନ୍ୟପକ୍ଷରେ ସମଗ୍ର ପ୍ରସଙ୍ଗରେ ମୁସଲମାନ ପକ୍ଷ ଭିନ୍ନ ଯୁକ୍ତି ରଖିଛନ୍ତି । ମୁସଲିମ ପକ୍ଷର କହିବା ହେଉଛି ଯେ, ୧୬୬୯ରେ କୌଣସି ମନ୍ଦିରକୁ ଭଙ୍ଗା ଯାଇନଥିଲା । ମସଜିଦର ଅଧିକାର ଅଞ୍ଜୁମାନ ଇନ୍ତେଜାମିଆ ପାଖରେ ରହିଛି । ମସଜିଦ ପକ୍ଷ ପ୍ରଶ୍ନ କରିଛି ଯେ, ଏହି ଘଟଣାରେ ହିନ୍ଦୁ ପକ୍ଷ ଯେଉଁ ଜିନଷର ଉଦାହରଣ ଦେଉଛି ତାହା କ’ଣ ଉତ୍ତରପ୍ରଦେଶ କିମ୍ବା ଭାରତ ସରକାରଙ୍କ ଗେଜେଟ୍(ରାଜପତ୍ର) କି ?
ବିବିସିର ଏକ ରିପୋର୍ଟରେ ମସଜିଦ ପକ୍ଷ ଦାବି କରିଛି ଯେ ଜ୍ଞାନବାପୀ ମସଜିଦ ଏକ ୱାକଫ ସମ୍ପତ୍ତି ତେଣୁ ସେଠାରେ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ଏହା ୱାକଫ ସମ୍ପତି ହୋଇଥିବାରୁ ଏହାର ଶୁଣାଣି କୋର୍ଟ ପରିବର୍ତ୍ତେ ୱାକଫ ଟ୍ରିବ୍ୟୁନାଲରେ ହେବା ଉଚିତ।
ଏଣେ ହିନ୍ଦୁ ପକ୍ଷର ଯୁକ୍ତି ଯେ, ଜ୍ଞାନବାପୀ ପରିସରରେ ପୌରାଣିକ କାଳର ଭଗବାନ ଶିବଙ୍କ ସ୍ୱୟମ୍ଭୁ ଜ୍ୟୋତିର୍ଲିଙ୍ଗ ଅଛି। ଯାହାର ବର୍ଣ୍ଣନା ସ୍କନ୍ଦ ପୁରାଣର କାଶୀ ଖଣ୍ଡରେ ରହିଛି । ଏହା ସହିତ ମସଜିଦରେ ଅନେକ ଦେବତା ଏବଂ ଦେବୀଙ୍କର ମୂର୍ତ୍ତି ଅଛି।
ନିଜ ଦାବିକୁ ବଳ ପ୍ରଦାନ ପାଇଁ ହିନ୍ଦୁ ପକ୍ଷ ବନାରସ ଇତିହାସ ନାମକ ଏକ ପୁସ୍ତକକୁ ଅଦଲାତ ସମ୍ମୁଖରେ ରଖିଛନ୍ତି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଇତିହାସ ବିଭାଗର ପ୍ରଫେସର ତଥା ଅଧ୍ୟକ୍ଷ ଡ। ଏଏସ୍ ଅଲଟେକରଙ୍କ ଦ୍ୱାରା ଲିଖିତ ତଥା 1930 ରେ ପ୍ରକାଶିତ ଏହି ପୁସ୍ତକରେ ଜ୍ଞାନବାପୀ ମସଜିଦର ନିର୍ମାଣ ଶୈଳୀ ବାବଦରେ ଆଲୋଚନା କରାଯାଇଛି । ପୁସ୍ତକରେ ଦାବି କରାଯାଇଛି ଯେ, ମସଜିଦ ଏକ ପ୍ରାଚୀନ ମନ୍ଦିରର ସ୍ତମ୍ଭ ଉପରେ ଛିଡା ହୋଇଛି। ମନ୍ଦିରର ବଡ଼ ଅଂଶକୁ ଅକ୍ଷୁର୍ଣ୍ଣ ରଖି ଔରଙ୍ଗଜେବର ଇଞ୍ଜିନିୟରମାନେ ମନ୍ଦିର କାନ୍ଥ ଉପରେ ମସଜିଦ ନିର୍ମାଣ କରିଥିଲେ।