Trending Photos
Millet benefits: ସାଧାରଣତଃ ମାଣ୍ତିଆ (Millet) ଏକ ପୁଷ୍ଟିକର ଖାଦ୍ୟ ଅଟେ । ଏହା ସ୍ବାସ୍ଥ୍ୟା ପାଇଁ ବେଶ ହିତକର ହୋଇଥାଏ । ମାଣ୍ତିଆ ନିୟମିତ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ମାଣ୍ତିଆରେ ଡାଏଟାରୀ ଫାଇବର (fiber), କ୍ୟାଲସିୟମ୍ (calcium), ପ୍ରୋଟିନ୍, ପୋଟାସିୟମ୍ ଓ ପ୍ରଚୁର ପରିମାଣରେ ଆଇରନ୍ ଥାଏ । ଏଥିରେ ପ୍ରୋଟିନ୍ ଓ ଫାଇବର ଥିବାରୁ ଓଜନ ହ୍ରାସ ପାଇଁ ଏହା ବେଶ ଉପଯୋଗୀ ହୋଇଥାଏ ।
ମଧୁମେହକୁ କରିଥାଏ ନିୟନ୍ତ୍ରଣ - ଗହମ ଓ ଚାଉଳ ତୁଳନାରେ ମାଣ୍ତିଆରେ ପଲିଫେନୋଲ ଓ ଫାଇବରର (Fiber) ପରିମାଣ ଅଧିକ ରହିଥାଏ । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍ ଅଟେ । ତେଣୁ ଏହା ରକ୍ତରେ ଶର୍କରା ସ୍ତରକୁ(Blood Sugar Control) ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେୟ ରୋଗୀ (Diabetes Patient) ସକାଳ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ମାଣ୍ତିଆ ଖାଇଲେ ଏହା ବେଶ ଲାଭଦାୟୀ ହୋଇଥାଏ ।
ରକ୍ତହୀନତାରେ ଉପକାରୀ-
ମାଣ୍ତିଆକୁ ଆଇରନର ସର୍ବୋତ୍ତମ ଉତ୍ସ ବୋଲି କୁହାଯାଏ । ଯଦି କୌଣସି ବ୍ୟକ୍ତି ରକ୍ତହୀନତା ଶିକାର ହୋଇଥାଆନ୍ତି କିମ୍ବା ଶରୀରରେ ହେମୋଗ୍ଲୋବିନର (Hemoglobin) ସ୍ତର କମ୍ ଥାଏ ତେବେ ଏହି ବ୍ୟକ୍ତି ପ୍ରତ୍ୟେକ ଦିନ ମାଣ୍ତିଆ ଖାଇବା ଆବଶ୍ୟକ ।
ପ୍ରୋଟିନର ଉତ୍କୃଷ୍ଟ ଉତ୍ସ-
ମାଣ୍ତିଆରେ ଶରୀର ପାଇଁ ଅତ୍ୟାବଶ୍ୟକ ଆମିନୋ ଏସିଡ୍ (amino acid) ଓ ପ୍ରୋଟିନ୍ ଭରପୂର ମାତ୍ରରେ ରହିଥାଏ । ଶାକାହାରୀ ଲୋକଙ୍କ ଖାଦ୍ୟରେ ପ୍ରାୟତଃ ପ୍ରୋଟିନର ଅଭାବ ରହିଥାଏ । ଏପରି ପରିସ୍ଥିତିରେ ସେମାନେ ପ୍ରୋଟିନ୍ ଲାଗି ମାଣ୍ତିଆ ଖାଇବା ଆବଶ୍ୟକ ।
ମାନସିକ ଚାପ କମ୍ କରେ-
ମାଣ୍ତିଆରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ(antioxidant) ଥାଏ ଯାହା ଚାପକୁ ହ୍ରାସ (Mental Stress) କରିବାରେ ସାହାଯ୍ୟ କରେ । ଯଦି କୌଣସି ବ୍ୟକ୍ତି ଚିନ୍ତା, ଉଦାସୀନତା କିମ୍ବା ଅନିଦ୍ରାରେ ପୀଡ଼ିତ ଅଛନ୍ତି ତେବେ ପ୍ରତ୍ୟେକ ଦିନ ମାଣ୍ତିଆ ଖାଆନ୍ତୁ । ଏହା ଖାଇବା ଦ୍ବାରା ବେଶ ଲାଭ ମିଳିଥାଏ ।
ହାଡ଼ ମଜବୁତ କରେ-
ମାଣ୍ଡିଆରେ ଉଭୟ କ୍ୟାଲସିୟମ୍ ଓ ଭିଟାମିନ D ପ୍ରଚୁର ପରିମାଣରେ ରହିଛି। ହାଡକୁ ମଜବୁତ କରିବାରେ କ୍ୟାଲସିୟମ୍ ଓ ଭିଟାମିନ୍ (ଡି) ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ତେଣୁ ନିଜ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରନ୍ତୁ। ଏହା ପିଲାଙ୍କଠାରୁ ବୁଢା ପର୍ଯ୍ୟନ୍ତ ହାଡ଼ ଶକ୍ତ କରିଥାଏ। ଏହାସହ ହାଡରେ ଅଷ୍ଟିଓପୋରୋସିସ (Osteoporosis) ପରି ରୋଗର ଆଶଙ୍କା କମ୍ ହୋଇଥାଏ।
କଲେଷ୍ଟ୍ରୋଲ ହ୍ରାସ କରିଥାଏ-
ମାଣ୍ଡିଆରେ ଲେସିଥିନ ଓ ମେଥିଓନିନ୍ ନାମକ ୨ଟି ଆମିନୋ ଏସିଡ଼ ରହିଛି। ଏହା ରକ୍ତରେ କଲେଷ୍ଟ୍ରୋଲ୍ (cholesterol) ହ୍ରାସ କରିବାରେ ସାହାଯ୍ୟ କରେ। ଏହାଛଡା ଏଥିରେ ଥିବା ଥ୍ରିଓନାଇନ ଆମିନୋ ଏସିଡ ଯୋଗୁଁ ଲିଭରରେ ଫ୍ୟାଟ ଜମେ ନାହିଁ।
ନିଦ୍ରା ହୀନତା ଦୂର କରେ-
ମାଣ୍ଡିଆରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ (antioxidants) ରହିଛି। ଏଣୁ ମାଣ୍ଡିଆ ଖାଇଲେ ହାଇପରଟେନସନ, ଅବସାଦ ଓ ମୁଣ୍ଡବ୍ୟଥା ( headache) ଦୂର ହୋଇଥାଏ। ଏହା ଖାଇବା ଦ୍ୱାରା ନିଦ୍ରା ହୀନତାରୁ ଉପସମ ମିଳିଥାଏ।
ତ୍ୱଚା ସୁନ୍ଦରତା ବଜାୟ ରଖିବାରେ ସହାୟକ ହୁଏ-
ତ୍ୱଚାର କୋମଳତା ବଜାୟ ରଖିବା ପାଇଁ କୋଲାଜେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ତନ୍ତୁର ରକ୍ଷଣାବେକ୍ଷଣ କରିବା ପାଇଁ ମେଥିଓନିନ ଓ ଲାଇସିନ ନାମକ ୨ଟି ଆମିନୋ ଏସିଡ଼ ଆବଶ୍ୟକ। ମାଣ୍ଡିଆରେ ଏହି ୨ଟି ତତ୍ତ୍ୱ ଭରପୁର ପରିମାଣରେ ରହିଛି। ତେଣୁ ନିଜ ତ୍ୱଚାର ଚମକ ବଢାଇବା ପାଇଁ ମାଣ୍ଡିଆକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ମାଣ୍ଡିଆର ଏହି ସ୍ୱାସ୍ତ୍ୟ ଉପଯୋଗୀ ଗୁଣ ଯୋଗୁଁ କେନ୍ଦ୍ର ତଥା ରାଜ୍ଯ ସରକାର ଏହାର ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହା ସାହାଯ୍ୟରେ ମାଣ୍ଡିଆରୁ ଅନେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇ ବଜାରକୁ ବିକ୍ରୟ ପାଇଁ ଛଡା ଯାଉଛି। ଏଖି ଯୋଗୁଁ ଅନେକ ଲୋକ ସ୍ୱାବଲମ୍ବୀ ହେବା ସହ ମାଣ୍ଡିଆର ଚାହିଦା ଭାରତୀୟ ତଥା ଆନ୍ତର୍ଜାତିକ ମାର୍କେଟରେ ଦୃତ ଗତିରେ ବୃଦ୍ଧି ପାଇଛି।
ଭାରତରେ ମିଲେଟରେ ସ୍ଥିତି:
ଭାରତରେ ମଧ୍ୟ ମିଲେଟ ମିଶନ ଜରିଆରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି। ମାଣ୍ଡିଆ ଛଡା ମୋତି ମିଲେଟ (ବାଜ୍ରା), ଫିଙ୍ଗର ମିଲେଟ (ରାଗି), ଫକ୍ସଟେଲ ମିଲେଟ (କାଙ୍ଗନି), ପ୍ରୋସୋ ମିଲେଟ (ବାରଗୁ), ସୋରିମ୍ (ଜୱାର), ଲିଟିଲ ମିଲେଟ (ସାମାଇ), କୋଡୋ ଇତ୍ୟାଦି ୬ ରୁ ୭ ପ୍ରକାରର ମିଲେଟ ଚାଷ କରାଯାଉଛି।FAO ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୦-୨୧ ମସିହାରେ ଭାରତ ୧୨ ନିୟୁତ ଟନ୍ କଠିନ ଶସ୍ୟ ବା ମୋଟା ଅନାଜ ଉତ୍ପାଦନ କରିଥିଲା ଓ ୪୧ ପ୍ରତିଶତ ଅଂଶଧନ ସହ ଭାରତ ବିଶ୍ୱର ସବୁଠାରୁ ଅଧିକ ଉତ୍ପାଦକ ଦେଶ ହୋଇ ପାରିଛି। ପରିସଂଖ୍ୟନରୁ ଜଣା ପଡିଛି ଯେ, ଭାରତ ମିଲେଟ ରପ୍ତାନିରେ ବିଶ୍ୱର ପଞ୍ଚମ ସ୍ଥାନ ଅଧିକାର କରିଛି। ୨୦୨୧-୨୨ରେ ଭାରତ ୬୪.୨୮ ମିଲିୟନ ଡ଼ଲାରର କଠିନ ଶସ୍ୟ ରପ୍ତାନି କରିଥିଲା ଯାହାକି ୨୦୨୦-୨୧ ବର୍ଷରେ ୫୯.୭୫ ମିଲିୟନ ଡ଼ଲାର ଥିଲା। ସମଗ୍ର ଏସିଆ ମହାଦେଶରେ କଠିନ ଶସ୍ୟ ଉତ୍ପାଦନରୁ ୮୦% ଉତ୍ପାଦନ ଭାରତ ଭାରତରେ ହୋଇଥାଏ।
ମାଣ୍ଡିଆ ଚାଷ କରିବାରେ ଓଡିଶା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ଏହି ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ । ପୁଷ୍ଟିସାର ଭରପୂର ଥିବା ମାଣ୍ଡିଆରୁ ଅଙ୍ଗନୱାଡି କେନ୍ଦ୍ରର ପିଲାଙ୍କ ପାଇଁ ଛତୁଆ ପ୍ରସ୍ତୁତ ହୋଇଥାଏ । ଏହାକୁ ବିଦ୍ୟାଳୟର ପିଲାଙ୍କୁ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷକୁ ଅଧିକ ବୃଦ୍ଧି କରିବା ପାଇଁ ସରକାର ମିଲଟ ମିଶନ ଜରିଆରେ ଚାଷୀଙ୍କୁ ଧାଡି ପ୍ରଣାଳୀରେ ଚାଷ କରିବାର ତାଲିମ ଯୋଗାଇଦେବା ସହ ବିଭିନ୍ନ ପଞ୍ଚାୟତରେ ମଣ୍ଡି ଖୋଲିଛନ୍ତି। ଯାହା ଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ସିଧାସଳଖ ମଣ୍ଡିରେ ବିକ୍ରି କରିପାରୁଥିବା ବେଳେ ଟିଡିସିଏସ ଖାତାକୁ ଟଙ୍କା ପଠାଉଥିବା ସଂସ୍ଥା କର୍ମଚାରୀ ପ୍ରକାଶ କରିଛନ୍ତି। ଶରୀର ପାଇଁ ଅଧିକ ପୃଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆ ଶସ୍ୟକୁ ବ୍ୟବହାର ପାଇଁ ଡାକ୍ତରଙ୍କ ପରାମର୍ଶ ଦେଉଛନ୍ତି। ଉଚିତ୍ ଦରଦାମ ସହ ମଣ୍ଡିର ବ୍ୟବସ୍ଥା ଯୋଗୁଁ ଏହି ଚାଷରୁ ମୁହଁ ଫେରାଉଥି୍ବା ଚାଷୀ ଏବେ ମାଣ୍ଡିଆ ଫସଲ ପ୍ରତି ଆଗ୍ରହ ଦେଖାଇଛନ୍ତି।
ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)