ଚଳନ୍ତା ଟ୍ରେନରେ ଚଢ଼ୁଥିଲେ ଘୁଗୁନି ବିକାଳୀ ; ଆଉ ତାପରେ ...
Advertisement
Article Detail0/zeeodisha/odisha591905

ଚଳନ୍ତା ଟ୍ରେନରେ ଚଢ଼ୁଥିଲେ ଘୁଗୁନି ବିକାଳୀ ; ଆଉ ତାପରେ ...

ଜଗଦଲପୁର ହାୱଡା ସମଲେଶ୍ବରୀ ଏକ୍ସପ୍ରେସରେ  ଘୁଗୁନି ବିକିବା ପାଇଁ ଚଳନ୍ତା ଟ୍ରେନରେ  ଚଢିଥିଲେ ଘୁଗୁନି ବିକାଳୀ ଜଣକ । ବଗି ବଦଳି କରୁଥିବା ବେଳେ ସେ ତଳେ ଖସିପଡ଼ିଥିଲେ । 

 ଚଳନ୍ତା ଟ୍ରେନରେ ଚଢ଼ୁଥିଲେ ଘୁଗୁନି ବିକାଳୀ ; ଆଉ ତାପରେ ...

ମୁକେଶ ପ୍ରଧାନ,ଝାରସୁଗୁଡା: କଥାରେ ଅଛି, ରଖେ ହରି ତ ମାରେ କିଏ । ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ଏଭଳି ଏକ ଅବିଶ୍ୱାସନୀୟ ଘଟଣା ଦେଖିବାକୁ ମିଳିଛି । ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣଙ୍କ ଜଣେ ଘୁଗୁନି ବ୍ୟବସାୟୀ ବୋଲି ଜଣାପଡ଼ିଛି । ଜଗଦଲପୁର ହାୱଡା ସମଲେଶ୍ୱରୀ ଏକ୍ସପ୍ରେସରେ  ଘୁଗୁନି ବିକିବା ପାଇଁ ଚଳନ୍ତା ଟ୍ରେନରେ  ଚଢିଥିଲେ ଘୁଗୁନି ବିକାଳୀ ଜଣକ । ବଗି ବଦଳି କରୁଥିବା ବେଳେ ସେ ତଳେ ଖସିପଡ଼ିଥିଲେ । ସେଠାରେ ଉପସ୍ଥିତ ଯାତ୍ରୀ ସଙ୍ଗେସଙ୍ଗେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ମୃତ୍ୟୁ ମୁଖରୁ ବର୍ତ୍ତି ଥିବା ବ୍ୟକ୍ତି ଙ୍କର ପରିଚୟ ଜଣାପଡିନାହିଁ । 

ଏହି ଅଘଟଣ ରେଳଷ୍ଟେସନର ସିସିଟିଭି ରେ କଏଦ ହୋଇଛି । ଏହି ଭିଡିଓ କୁ ଦେଖି ସମସ୍ତେ ଆଚମ୍ବିତ ହେବ ସହ ମୃତ୍ୟୁ ମୁଖରୁ ଫେରାଇ ଆଣିଥିବା ଯାତ୍ରୀଙ୍କୁ ସମସ୍ତେ  ପ୍ରଶଂସା କରୁଛନ୍ତି ।