ଝାରସୁଗୁଡା: ରାଜ୍ୟରେ ଏବେ ଘୁରି ବୁଲୁଛି ନକଲି କମ୍ପାନୀର ନକଲି ମେଡ଼ିସିନ। ପ୍ରଥମେ କଟକ ପରେ ରାଉରକେଲା ଏବଂ ଏବେ ଝାରସୁଗୁଡ଼ାରେ ମଧ୍ୟ ସେହି ନକଲି  କମ୍ପାନୀ ନିର୍ମିତ ମେଡ଼ିସିନ ମିଳିଥିବା ଜଣାପଡ଼ିଛି। ଗତ ୨ ଦିନ ହେବ ଝାରସୁଗୁଡ଼ା ଜିଲ୍ଲା ଭେଷଜ ନିରୀକ୍ଷଣ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ବେଳେ ସେହି କମ୍ପାନୀର ମେଡ଼ିସିନ ଅମିତ ମେଡିକାଲ ଏଜେନ୍ସି ପାଖରେ ରହିଥିବାର ଜଣାପଡିଥିଲା।


COMMERCIAL BREAK
SCROLL TO CONTINUE READING

ଯେହେତୁ ସେହି କମ୍ପାନୀର ଏକମାତ୍ର ଷ୍ଟକିଟ ହେଉଛି ଜିଲ୍ଲା ସରବାହାଲସ୍ଥିତ ଅମିତ ମେଡିକାଲ ଏଜେନ୍ସି। ଏଠାରୁ ହିମାଚଳ ପ୍ରଦେଶସ୍ଥିତ ମ୍ୟାକ୍ସ ରିଲିଫ ହେଲଥ କେୟାର (Max Relief Health Care) ନାମକ କମ୍ପାନୀ ଦ୍ୱାରା ନିର୍ମିତ ଦୁଇଟି ବ୍ରାଣ୍ଡର ଔଷଧକୁ ଜବତ କରିଛି ଝାରସୁଗୁଡ଼ା ଭେଷଜ ନିରୀକ୍ଷଣ ବିଭାଗ। ଜବତ ହୋଇଥିବା ଔଷଧ ହେଉଛି ମେଡ଼ି ଟ୍ରିଟ କମ୍ପାନୀ (Medi Treat Company) ଦ୍ୱାରା ନିର୍ମିତ ମେଡି ଟିବିଆ (MEDI TBR) ଏବଂ ଟ୍ରିଟ ୨୦୦ ଏସବି (TREAT 200 SB)। 


Also Read: ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ


ଏବେ ମଧ୍ୟ ସେହି ଔଷଧ ଜିଲ୍ଲାର ଅନ୍ୟ ଔଷଧ ଦୋକାନ (Medicine Store) ଠାରେ ଅଛି କି ନାହିଁ ତାହା ଜାଣିବା ପାଇଁ ଯାଞ୍ଚ ଜାରି ରହିଛି ବୋଲି କହିଛନ୍ତି ଜିଲ୍ଲା ଡ୍ରଗ ଇନ୍ସପେକ୍ଟର। ପରୀକ୍ଷା ପରେ ହିଁ ଏହା ନକଲି ଔଷଧ ନା ନୁହେଁ ତାହା ଜଣାପଡିବ ବୋଲି ଔଷଧ ଦୋକାନୀ କହିଛନ୍ତି। ଆମେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ସହାୟତା କରୁଛୁ ଯଦି ନକଲି ଔଷଧ ଥିବ ତାହେଲେ ଆମେ ଏହାକୁ ପୁନଃ କମ୍ପାନୀକୁ ଫେରାଇ ଦେବୁ ବୋଲି ଦୋକାନୀ କହିଛନ୍ତି।