• ଆଜି ବିଜ୍ଞାନ ଓ ବାଣିଜ୍ୟ ଦ୍ଵାଦଶ ଶ୍ରେଣୀ ଫଳାଫଳ
  • orissaresults.nic.in ରେ ମିଳିବ ରେଜଲ୍ଟ
  • ଭୁବନେଶ୍ବରରେ ଶତ ପ୍ରତିଶତ କୋଭିଡ ଟିକାକରଣ: BMC
  • ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୯୩ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ଆଜି ୧,୫୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଆଜି ଅପରାହ୍‌ଣ ୩ଟା ୩୦ରେ SRC ପ୍ରଦୀପ ଜେନାଙ୍କ ପ୍ରେସ୍ ବିବୃତି
  • ଘୋଷଣା ହୋଇପାରେ ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ୍
  • ସାର ସଙ୍କଟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଲେ CM ନବୀନ

ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ

ଜବତ ହୋଇଥିବା ସମସ୍ତ ଔଷଧର ଆନୁମାନିକ ମୁଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ ବୋଲି ଜଣାପଡିଛି। 

ସମ୍ବଲପୁରରୁ ନକଲି କୋରୋନା ଔଷଧ ଜବତ

ସମ୍ବଲପୁର: ସହରରୁ ନକଲି କରୋନା ଔଷଧ ଜବତ। ସ୍ଥାନୀୟ ଜଗନ୍ନାଥ କଲୋନୀ ସ୍ଥିତ ମେଡିଲାଇନ ଏଜେନ୍ସି ଠାରେ ସମ୍ବଲପୁର ଡ୍ରଗ ବିଭାଗ ର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣରେ ନୋକଲି କରୋନା ଔଷଧ ଜବତ କରାଯାଇଛି। ଏଥିରେ ୩ ପ୍ରକାର ନକଲି ଔଷଧ ଜବତ ହୋଇଛି କରାଯାଇଛି। 

ଚଢାଉ ବେଳେ ୩୩୦ଟି ଟ୍ରିଟ -୨୦୦ ବଟିକା , ୬୧୦ଟି ଟ୍ରିଟ ବିଏଲ ବଟିକା, ୬୦ଟି ଫେଡର ଏସ ବଟିକା ଜବତ ହୋଇଛି। ଏହି ସମସ୍ତ ଔଷଧର ଆନୁମାନିକ ମୁଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ ବୋଲି ଜଣାପଡିଛି। ନକଲି ଔଷଧ ହିମାଚଳ ପ୍ରଦେଶସ୍ଥି ସୋଲାନ ଅଞ୍ଚଳରେ ଥିବା ମେକ୍ସ ରିଲିଫ ହେଲଥ କେୟାର ଦ୍ଵାରା ପ୍ରସ୍ତୁତ ହୋଇଛି। ହେଲେ କମ୍ପାନୀ ସରକାରଙ୍କ ଦ୍ଵାରା ପଞୀକୃତ ହୋଇନାହିଁ। ଏହି କମ୍ପାନୀ ରାଜ୍ୟରେ ବିଭିନ୍ନ ବିତରକଙ୍କୁ ଔଷଧ ଯୋଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।