କୋରୋନା ରୋକିବାର ଉପାୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement

କୋରୋନା ରୋକିବାର ଉପାୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଏହି ରୋଗ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି କିନ୍ତୁ ଏହାର ଔଷଧ ବାହାରି ନାହିଁ ତେଣୁ ସଚେତନ ହିଁ ଏହାର ଏକ ମାତ୍ର ବିକଳ୍ପ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

କୋରୋନା ରୋକିବାର ଉପାୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା: କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ପାଲଟିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଭାଇରସର ମୁକାବିଲା କରିବା ପାଇଁ ପ୍ରସ୍ତୁତି କରୁଛି । ଓଡ଼ିଶାରେ କୋରୋନା ଭାଇରସ ଯାଞ୍ଚ କରିବା ପାଇଁ ଯନ୍ତ୍ର ଆସିଯାଇଛି । SCB ମେଡ଼ିକାଲ କଲେଜରେ ମଧ୍ୟ କରୋନା ଭାଇରସର ରକ୍ତ ନମୁନା ଯାଞ୍ଚ କରିବା ପାଇଁ ମେସିନ ଯୋଗେଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ଅନ୍ୟ ପକ୍ଷରେ ଏହି ରୋଗ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି କିନ୍ତୁ ଏହାର ଔଷଧ ବାହାରି ନାହିଁ ତେଣୁ ସଚେତନ ହିଁ ଏହାର ଏକ ମାତ୍ର ବିକଳ୍ପ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଝାରସୁଗୁଡ଼ା ଜିଲ୍ଲା ରେ ବିମାନବନ୍ଦର ଥିବାରୁ ଏହି କରୋନା ଭାଇରସ ସଂକ୍ରମଣ ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଅନ୍ୟ ପକ୍ଷରେ  ଆଜି ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଯୁବକ କରୋନା ଭୂତାଣୁ ସଂକ୍ରମଣ କରିଥିବା ସନ୍ଦେହରେ ଆସିଛନ୍ତି ।  ସେ ନିକଟ ଅତୀତରେ ମାଲେସିଆ ବୁଲିବାକୁ ଯାଇଥିଲେ ଏବଂ ଫେରିଛନ୍ତି ବୋଲି ସୂଚନା ମିଳିଛି । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାର ବାଗଡ଼ିହି ଅଞ୍ଚଳରେ । 

ତେବେ ତାଙ୍କୁ ଏହି ଭୁତାଣୁ ସଂକ୍ରମଣ କରି ଥିବା ନେଇ ସନ୍ଦେହ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାଖରେ କୌଣସି ଲକ୍ଷଣ ନଥିବା କହିଛନ୍ତି ସିଡ଼ିଏମଓ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖା ଯାଇଛି । ଏବଂ ଭୟଭୀତ ନହେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।