ସଞ୍ଜୟ ରାଉତ ପାୱାରଙ୍କୁ ପଠାଇଲେ ସନ୍ଦେଶ, ସମର୍ଥନ ଦେବ ଏନସିପି!
Advertisement

ସଞ୍ଜୟ ରାଉତ ପାୱାରଙ୍କୁ ପଠାଇଲେ ସନ୍ଦେଶ, ସମର୍ଥନ ଦେବ ଏନସିପି!

ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବ, ତାହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଶିବସେନା ୫୦-୫୦ ଫର୍ମୁଲାର ଦାବି କରୁଛି । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ସହ ସରକାର ଗଢିବାରେ ନାରାଜ ଶିବସେନା । ତେଣୁ ବର୍ତ୍ତମାନ ଶିବସେନା ଅନ୍ୟ ବିକଳ୍ପର ସନ୍ଧାନରେ ଲାଗି ପଡିଛି । ଏହି କ୍ରମରେ ବିଗତ ଦିନରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଖବର ଆସିଥିଲା ଯେ ଏନସିପି ଓ କଂଗ୍ରେସ ମେଣ୍ଟ ରାଜ୍ୟରେ ସରକାର ଗଢିବା ପାଇଁ ଶିବସେନାକୁ ସମର୍ଥନ ଦେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବ, ତାହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଶିବସେନା ୫୦-୫୦ ଫର୍ମୁଲାର ଦାବି କରୁଛି । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ସହ ସରକାର ଗଢିବାରେ ନାରାଜ ଶିବସେନା । ତେଣୁ ବର୍ତ୍ତମାନ ଶିବସେନା ଅନ୍ୟ ବିକଳ୍ପର ସନ୍ଧାନରେ ଲାଗି ପଡିଛି । ଏହି କ୍ରମରେ ବିଗତ ଦିନରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ଏନସିପି ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଖବର ଆସିଥିଲା ଯେ ଏନସିପି ଓ କଂଗ୍ରେସ ମେଣ୍ଟ ରାଜ୍ୟରେ ସରକାର ଗଢିବା ପାଇଁ ଶିବସେନାକୁ ସମର୍ଥନ ଦେବ ।

ପରେ ଶରଦ ପାୱାର ଓ କଂଗ୍ରେସ ନେତାମାନେ ବିରୋଧୀ ଆସନରେ ବସିବା କଥା କହି ଶିବସେନାର ସ୍ୱପ୍ନକୁ ଧୂଳିସାତ କରିଦେଇଥିଲେ । ଅନ୍ୟପକ୍ଷେ ବିଜେପି ମଧ୍ୟ ସରକାର ଗଢିବା ପାଇଁ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନଭେମ୍ୱର ୫ରେ ଶପଥ ନେଇ ପାରନ୍ତି ବୋଲି ଖବର ଆସୁଛି । ଏଥିପାଇଁ ବିଜେପି ପକ୍ଷରୁ ୱାନଖେଡେ ଷ୍ଟାଡିୟମକୁ ବୁକ୍ କରାଯାଇଛି ବୋଲି ଜଣାପଡିଛି ।

ଏହି ସବୁ ଘଟଣା ମଧ୍ୟରେ ରବିବାର ନୂଆ ମୋଡ଼ ଆସିଛି । ଶିବସେନା ନେତା ସଞ୍ଜୟ ରାଉତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାୱାରଙ୍କୁ ମେସେଜ ପଠାଇଛନ୍ତି । ଏହି ମେସେଜରେ ଜୟ ମହାରାଷ୍ଟ୍ର ଲେଖା ହୋଇଛି । ଏହାପୂର୍ବରୁ ରାଉତ ଦାବି କରିଥିଲେ ଯେ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଯାହା ବୃଦ୍ଧି ପାଇଁ ୧୭୫ ମଧ୍ୟ ହୋଇପାରେ ।

ଏହା ଉପରେ ଅଜିତ ପାୱାର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ ଯଦି ସେମାନଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ତେବେ ଏହାର ତଥ୍ୟ ରଖିପାରିବେ । ଆମ ପାଖରେ ୧୧୦ ବିଧାୟକ ଅଛନ୍ତି । ଏନସିପି ଓ କଂଗ୍ରେସ ମିଶି ନିର୍ବାଚନ ଲଢିଥିଲା । ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆଲୋଚନା କରାଯିବ ।

ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି, ତେଣୁ ସେମାନେ ସରକାର ଗଢିବା ଆବଶ୍ୟକ । ଆସନ୍ତାକାଲି ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ଆମେର ନେତା ଶରଦ ପାୱାର କାଲି ଦିଲ୍ଲୀ ଯିବେ । ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବେ । ଶିବସେନା ସହ ମେଣ୍ଟ କରିବା ଉପରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଅଜିତ ପାୱାର କହିଛନ୍ତି ।

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।