ଝାରସୁଗୁଡା: ବାପାଙ୍କୁ ହରାଇବା ପରେ ପୁଣି କୋଭିଡ ନେଇଗଲା ମାଆଙ୍କୁ। ଏ ଖବର ପାଇବା ପରେ ବାପ-ମା ଛେଉଣ୍ଡ ଭାଇଭଉଣୀଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ। ଚାଇଲଡ଼ ଲାଇନ ପ୍ରଶାସନ ସମ୍ମୁଖରେ ଏହି ଶିଶୁ ଦ୍ବୟଙ୍କୁ ମାମୁ ମାଇଁ ନିଜ ଦାୟିତ୍ବରେ ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଝାରସୁଗୁ଼ଡା (Jharsuguda) ଜିଲ୍ଲା ବ୍ରଜରାଜନଗର (Brajaraja Nagar) ଅଞ୍ଚଳରେ ଶିଶୁ ଦ୍ୱୟଙ୍କ ବାପାଙ୍କ ବର୍ଷେ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ମାଆ ଗତ ମେ ୩୧ ତାରିଖରେ ମଙ୍ଗଳ ବଜାର କୋଭିଡ଼ ହସ୍ପିଟାଲ ଠାରେ  ଭର୍ତ୍ତି ହେଇଥିଲେ। ଗତ ଜୁନ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।


ମାଆ ବାପାଙ୍କୁ ହରାଇଥିବା ଏହି ଶିଶୁ ଦ୍ୱୟଙ୍କ ବାବଦରେ ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ (Child Line District Coordinator) ଆଶିଷ କୁମାର ପଣ୍ଡାଙ୍କୁ ଅବଗତ କରାଯାଇଥଲା। ଜିଲ୍ଲା ସଂଯୋଜକ ଏ ଘଟଣା ବାବଦରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (District Child Protection Officer) ସୁନନ୍ଦ ମହାରଣାଙ୍କୁ ଜଣାଇଥିଲେ। ଏହା ପରେ ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ, ଡି.ପି.ପି.ୟୁ. କାଉନସେଲର ପ୍ରମୁଖ ଶିଶୁ ଦ୍ବୟଙ୍କୁ ଭେଟିବା ପାଇଁ ଲମଟିବାହଲ ଠାରେ ଥିବା ତାଙ୍କ ମାମୁଁ ଘରକୁ ପହଞ୍ଚିଥିଲେ।


Also Read: Corona Pandemic: ଅନାଥ-ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି


ବାପ-ମା ଛେଉଣ୍ଡ ହୋଇଯାଇଥିବା ଶିଶୁଙ୍କ ବାବଦରେ ମାମୁଁ ମାଇଁଙ୍କ ସହ ଆଲୋଚନା କରିଥିଲା ଶିଶୁ ସୁରକ୍ଷା ବିଭାଗ। ପରେ ଅନ ଲାଇନ ମାଧ୍ୟମରେ ସେମାନଙ୍କୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା। କମିଟି ନିର୍ଦ୍ଦେଶ କ୍ରମେ ଏହି ଶିଶୁ ଦ୍ୱୟ ମାମୁଁ ମାଇଁଙ୍କ ହେପାଜତରେ ରହିବେ ବୋଲି ଜଣାଇଛି ଚାଇଲ୍ଡ ଲାଇନ। ଶିଶୁ ଦ୍ୱୟ ମାମୁଁ ମାଇଁଙ୍କ ପାଖରେ ରହିବୁ ବୋଲି କହିବା ସହ ସେମାନଙ୍କ ମାମୁଁ ମାଇଁ ସେମାନଙ୍କୁ ନିଜ ପାଖରେ ରଖିବେ ବୋଲି ଶିଶୁ ମଙ୍ଗଳ କମିଟି ଆଗରେ ରାଜି ହୋଇଥିଲେ। ଉଭୟ ପିତା ମାତାଙ୍କୁ ହରାଇଥିବା ଶିଶୁଦ୍ୱୟଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ-ଡିସିପିଓ (District Child Protection Office-DCPO) ଜଣାଇଛନ୍ତି।