Corona Pandemic: ଅନାଥ-ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି
Advertisement
Article Detail0/zeeodisha/odisha913889

Corona Pandemic: ଅନାଥ-ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି

କୋରୋନା ମହମାରୀ ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ।   

 

Corona Pandemic: ଅନାଥ-ଅସହାୟ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି

ଝାରସୁଗୁଡା: କୋରୋନା ମାନୁନାହିଁ ଧନୀ ଗରିବ, ବୟସ କିମ୍ବା ଧର୍ମ, ବର୍ଣ୍ଣ। ଦେଶ ସମେତ ସାରା ବିଶ୍ୱରେ ତାଣ୍ଡବ ଲୀଳା ଚଳାଉଛି ଏହି ବିଶ୍ୱ ମହାମାରୀ। ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ କୋଟିଏରୁ ଉର୍ଦ୍ଧ୍ୱ ଲୋକ କୋଭିଡ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ବେଳେ ଲକ୍ଷାଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି। ଏହା ଦ୍ୱାରା ଯଦି କେହି ଅଧିକ କ୍ଷତି ସହିଛି ସେମାନେ ହେଉଛନ୍ତି କୁନି କୁନି ପିଲା। 

କାରଣ ଦୁନିଆକୁ ଭଲ ଭାବେ ଜାଣିନଥିବା କିମ୍ବା ଦେଖିନଥିବା କୋମଳମତୀ ଶିଶୁ ଏଭଳି ସଂକଟ ସମୟରେ ନିଜର ବାପ-ମା କିମ୍ବା ଅଭିଭାବକଙ୍କୁ ହରାଇଅନାଥ ହୋଇଯାଇଛନ୍ତି। ଏହା ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ମଧ୍ୟ କୋରୋନା ଦ୍ଵାରା ଅନାଥ ଏବଂ ଅସହାୟ ହୋଇ ପଡୁଥିବା ଶିଶୁଙ୍କ (Orphans and Helpless Child) ତଥ୍ୟ ଆସନ୍ତା ଜୁନ ୫ ତାରିଖ ସୁଦ୍ଧା ଜାତୀୟ ଶିଶୁ ସୁରକ୍ଷା ସଂରକ୍ଷଣ ଆୟୋଗ-ଏନସିପିସିଆର (National Commission for Protection of Child Rights-NCPCR) ଅଧିନସ୍ଥ ‘ବାଲ୍ ସ୍ୱରାଜ’ ୱେବସାଇଟରେ (Bal Swaraj Website) ଅପଲୋଡ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Also Read: କୋଭିଡ ନେଇଗଲା ସମାଜସେବୀଙ୍କ ଜୀବନ; ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ଲୋକ

ଅନ୍ୟପଟେ ରାଜ୍ୟରେ କୋଭିଡ଼ ଜନିତ ମୃତ୍ୟୁ ଅଡିଟ ରିପୋର୍ଟ ବିଳମ୍ବିତ ହେଇଥିବାରୁ ଅନାଥ ହୋଇଥିବା ଅସହାୟ ଶିଶୁଙ୍କ ସମ୍ପର୍କରେ ତଥ୍ୟ ମିଳିବାରେ ବିଳମ୍ବ ହେଉଥିବାରୁ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ  କଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ସାମିଲ କରାଇବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି।

ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟିର ୧୫ ୱାର୍ଡର ବାସିନ୍ଦା ଲକ୍ଷ୍ମୀ ନାଗ। ଯିଏକି ଦୁଇ ବର୍ଷ ଆଗରୁ ନିଜର ବାପାଙ୍କୁ ହରାଇଥିଲେ ଆଉ ଏବେ ୭ ବର୍ଷ ବୟସରେ ନିଜ ମାଆଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। କେବଳ ତାଙ୍କର ଜଣେ ଯାଆଁଳା ଭାଇ। ଏତେ କଅଁଳ ବୟସରେ ଜାଣି ପାରୁନାହାନ୍ତି ଯେ ତାଙ୍କର ମାଆ ଆଉ ଏ ଦୁନିଆରେ ନାହାନ୍ତି। ଉଭୟ ଯାଆଁଳା ଭାଇ ଭଉଣୀ ଭାବୁଛନ୍ତି ମାଆଙ୍କୁ ଜ୍ୱର ହୋଇଛି ଏବଂ ସୁସ୍ଥ ହୋଇ ପୁଣି ଘରକୁ ଫେରିବେ। 

ଉଭୟ ଯାଆଁଳା ଭାଇଭଉଣୀଙ୍କ ବାବଦରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବା ସହ ସରକାରୀ ଯୋଜନାର ଲାଭ ସେମାନଙ୍କୁ କିଭଳି ମିଳିପାରିବ ଏବଂ ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶାସନ ସଚେତନ ରହିଥିବା ସଚେତନ ଜିଲ୍ଲାପାଳ ଟ୍ୱିଟ କରି ଜଣାଇଛନ୍ତି। 

Also Read: ଚିକିତ୍ସାଧିନ ଅଛନ୍ତି କୋରୋନା ଆକ୍ରାନ୍ତ ପତ୍ନୀ; ଆରପାରିରେ ବାପା-ମାଆ

ଏପରି ଅନ୍ୟ ଏକ ସମାନ ଘଟଣା ଓଡିଶା-ଛତିଶଗଡ଼ ସୀମାନ୍ତ ଅତାବିରା ପଞ୍ଚାୟତ ଅଧିନସ୍ଥ କଣ୍ଟାପାଲି ଗାଁର ସ୍ବର୍ଗତ ନରେନ୍ଦ୍ର ପଧାନଙ୍କ ପରିବାରରେ ଦେଖିବାକୁ ମିଳିଛି। ନରେନ୍ଦ୍ର କୋଭିଡ଼ ସଂକ୍ରମିତ ହେବା ପରେ ପ୍ରଥମେ ଝାରସୁଗୁଡା ପରେ ବରଗଡ଼ ଠାରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁରସ୍ଥିତ କୋଭିଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ। ହେଲେ ଗତ ମେ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଏବେ ତାଙ୍କ ପରିବାର ସମ୍ପୃର୍ଣ ରୂପେ ବେସାହାରା ଏବଂ ଅସହାୟ ହୋଇପଡିଛି। ଘରେ ବିଧବା ପତ୍ନୀ ସହ ପୁଅ ଝିଅ ଅଛନ୍ତି। ଉଭୟ ଝିଅ ଏବଂ ପୁଅର ଭବିଷ୍ୟତକୁ ନେଇ ଅନ୍ଧାରରେ ଅଛନ୍ତି ପରିବାର ଲୋକ। କେବଳ ନରେନ୍ଦ୍ର ନୁହଁନ୍ତି  ଜିଲ୍ଲାର ଅନେକ ପରିବାରର ଶିଶୁଙ୍କୁ ଅନାଥ କରିଦେଇଛି କୋରୋନା ମହାମାରୀ। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଗତ ମେ ୨୯ ତାରିଖ ପର୍ଯ୍ୟନ୍ତ ଦେଶରେ ୧୭୪୨ ଜଣ ଶିଶୁ କୋରୋନା କାରଣରୁ ଅନାଥ ହୋଇଥିବା ବେଳେ ୭୪୭୪ ଜଣ ଶିଶି ମାଆ କିମ୍ବା ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। 

Also Read: କୋରୋନା ଭୟରେ ଆସିଲେ ନାହିଁ କେହି; ମୃତକଙ୍କ ଶବ ସତ୍କାର କଲେ ଯୁବା ମଞ୍ଚ ସଦସ୍ୟ

ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଏଭଳି ଶିଶୁଙ୍କ ସଂଖ୍ୟା ହେଉଛି ୨୪। ପ୍ରକୃତ ସଂଖ୍ୟାକୁ ପ୍ରଶାସନ ଉଚିତ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାମାଜିକ କର୍ମୀ। ପ୍ରକୃତ ତଥ୍ୟ ସଂଗ୍ରହ ଏବଂ ଏନ୍‌ସିପିସିଆର ୱେବସାଇଟ୍‌ରେ ଅପଲୋଡ ହେବା ଏବେ ସନ୍ଦେହଘେରରେ ରହିଛି। ଯାହା ଦ୍ଵାରା ମହାମାରୀ କାରଣରୁ ଅନାଥ ଏବଂ ଅସହାୟ ଶିଶୁଙ୍କ ସାମାଜିକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଜିଲ୍ଲାରେ ଜଣେ ମଧ୍ୟ ଶିଶୁ ମହାମାରୀ ସମୟରେ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତୁ ବୋଲି ସାମାଜିକ କର୍ମୀ ମତ ରଖିଛନ୍ତି।

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ କୋଭିଡ଼ ଦ୍ଵାରା ଅନାଥ ଏବଂ ଅସହାୟ ହୋଇ ପଡ଼ିଥିବା ଶିଶୁଙ୍କ ତଥ୍ୟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଚଳଚଞ୍ଚଳ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ। ଝାରସୁଗୁଡା ଜିଲ୍ଲାରେ ସରକାରୀ ଭାବେ ଏ ପର୍ଯ୍ୟନ୍ତ କୋରୋନାରେ ୬୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ କୋଭିଡ଼ ପ୍ରୋଟୋକଲ ଅନୁଯାୟୀ ଜିଲ୍ଲାରେ ପ୍ରଶାସନ ପକ୍ଷରୁ  ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଦାହ ସଂସ୍କାର ଢେର ଅଧିକ ହୋଇଥିବା ଜଣାପଡ଼ିଛି। 

ଅନାଥ ଏବଂ ଅସହାୟ ଶିଶୁଙ୍କ ପ୍ରକୃତ ତଥ୍ୟ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଆଦିଙ୍କ ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ପଞ୍ଚାୟତର ସରପଞ୍ଚ ଏବଂ ଅନ୍ୟ ଜନପ୍ରତିନିଧିଙ୍କୁ ଏ ଦିଗରେ ସଚେତନ କରାଇ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଡିସିପିଓ (DCPO) ସୁନନ୍ଦ ମହାରଣା କହିଛନ୍ତି। ଝାରସୁଗୁଡା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଜିଲ୍ଲାରେ ୨୬ ଜଣ ଶିଶୁଙ୍କୁ ଚିହ୍ନଟ କରିସାରିଛି। 

Also Read: Corona ମୁକାବିଲା; Containment Zone-Shutdown ସ୍ଥିତି ପରଖିଲା Jharsuguda Dist Admin

ଅନ୍ୟ ଜିଲ୍ଲା ଭଳି ଏଠାରେ ମଧ୍ୟ କୋଭିଡ଼ ମୃତ୍ୟୁ ଅଡିଟ ରିପୋର୍ଟ ବିଳମ୍ବିତ ହେଉଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ତଥ୍ୟ ସଂଗ୍ରହ ପାଇଁ ଅସୁବିଧା ହେଉଥିବା କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଅନ୍ୟପକ୍ଷେ କୋଭିଡ଼ ମୃତ୍ୟୁକୁ ନେଇ ଜିଲ୍ଲାରେ କୌଣସି ଶିଶୁ ବଞ୍ଚିତ ହେବେ ନାହିଁ। ପ୍ରଶାସନ ପକ୍ଷରୁ ସବୁ କିଛି ଠିକଠାକ ଚାଲିଛି। କୋଭିଡ ମୃତ୍ୟୁ ଜନିତ ଅଡିଟ ରିପୋର୍ଟ ମଧ୍ୟ ଖୁବଶୀଘ୍ର  ପ୍ରଦାନ କରାଯିବ ବୋଲି କହିଛନ୍ତି କହିଛନ୍ତି ଝାରସୁଗୁଡା ସିଡ଼ିଏମଓ (Jharsuguda CDMO)।

କାରଣ ଯାହା ମଧ୍ୟ ହେଉ କିନ୍ତୁ ଅନେକ ସମୟରେ କୋଭିଡ କାରଣରୁ ନିଜର ମାଆ-ବାପା କିମ୍ବା ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ପାଖରେ ପ୍ରଶାସନ ପହଞ୍ଚିବାରେ ବିଳମ୍ବ ହେଉଛି। ଏପଟେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ତାହା ପୁଣି ଶେଷ ତାରିଖ ଭିତରେ ସମ୍ପୂର୍ଣ କରିବାର ଚାପ ମଧ୍ୟରେ ଜିଲ୍ଲାର କୌଣସି ଅସହାୟ ଅନାଥ ଶିଶୁ ଯେପରି ଏହି ବାଲ-ସ୍ୱରାଜ ଯୋଜନାରୁ ବଞ୍ଚିତ ନହୁଅନ୍ତୁ  ସେଥିପ୍ରତି ଜିଲ୍ଲା ପ୍ରଶାସନ  ଦୃଷ୍ଟି ଦେବା ଆବଶ୍ୟକ।