ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ବେପାର ! ଆସୁଥିଲା ପେଟ୍ରୋଲ, ଯାଉଥିଲା ଗଞ୍ଜେଇ
Advertisement

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ବେପାର ! ଆସୁଥିଲା ପେଟ୍ରୋଲ, ଯାଉଥିଲା ଗଞ୍ଜେଇ

ପେଟ୍ରୋଲିୟମ ଟ୍ୟାଙ୍କର ( ନଂOD05 T 1177 )ଟି ଖୋର୍ଦ୍ଧାରୁ ବାଲିଗୁଡ଼ାକୁ ପେଟ୍ରୋଲ ନେଇ ଆସିଥିଲା । ଆଉ ପେଟ୍ରୋଲ ଖାଲି କରିବା ପରେ ଗଞ୍ଜେଇ ଲୋଡ୍ ହେଉଥିଲା । 

ପ୍ରତୀକାତ୍ମକ ଫଟୋ

ଫୁଲବାଣୀ: ପେଟ୍ରୋଲିୟମ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଗଞ୍ଜେଇ । ପାଖାପାଖି ୫୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ । ଘଟଣାରେ ପେଟ୍ରୋଲିୟମ ଟ୍ୟାଙ୍କରର ଡ୍ରାଇଭରକୁ ଗିରଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରିରହିଛି ।

ଯାହା ଜଣାପଡ଼ିଛି, ପେଟ୍ରୋଲିୟମ ଟ୍ୟାଙ୍କର ( ନଂOD05 T 1177 )ଟି ଖୋର୍ଦ୍ଧାରୁ ବାଲିଗୁଡ଼ାକୁ ପେଟ୍ରୋଲ ନେଇ ଆସିଥିଲା । ଆଉ ପେଟ୍ରୋଲ ଖାଲି କରିବା ପରେ ଗଞ୍ଜେଇ ଲୋଡ୍ ହେଉଥିଲା । ବାଲିଗୁଡ଼ା ଅଞ୍ଚଳରୁ ୫୦ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଖୋର୍ଦ୍ଧାକୁ ଚାଲାଣ ହେଉଥିଲା । ତେବେ ଏନେଇ ରାଇକିଆ ପୋଲିସକୁ କୌଣସି ସୂତ୍ରକୁ ଖବର ମିଳିବା ପରେ ଧରାପଡ଼ିଯାଇଛି ସବୁ କାରନାମା । ଗାଡ଼ି ଜବତ କରିବା ସହ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।  

ଗିରଫ ଡ୍ରାଇଭରକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଗଞ୍ଜେଇ କେଉଁଠୁ ଆସୁଥିଲା, କୁଆଡ଼େ ଚାଲାଣ ହେଉଥିଲା, ପୋଲିସ ଏନେଇ ତଦନ୍ତ କରୁଛି । ରାଇକିଆ ଥାନା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।