ଶାଳ ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି କନ୍ଧମାଳର ଆଦିବାସୀ
Advertisement

ଶାଳ ପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି କନ୍ଧମାଳର ଆଦିବାସୀ

ର୍ତ୍ତମାନ ଯାଏ ଦେଶରେ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬୯୬ ପହଞ୍ଚିଛି । ଏଥିରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅର୍ଥାତ ଗୁରୁବାର ଆଉ ଏକ କୋରୋନା ରୋଗୀ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି ।

ଫାଇଲ ଫଟୋ

କନ୍ଧମାଳ: ଦେଶରେ ବଢ଼ି ବଢ଼ି ଚାଲିଛି ମହାମାରୀ କୋରୋନା ଭୂତାଣୁ । ଏହାର ପ୍ରତିରୋଧ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ଅନ୍ତର୍ଗତ ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ କରାଯାଇଛି । ଏହାସହ ଲୋକଙ୍କୁ ନିଜ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନାକୁ ଆମେ ଚାହିଁଲେ ହିଁ ରୋକି ପାରିବା । ଏଥିପାଇଁ ସରକାରଙ୍କ କଥାକୁ ମାନି ଚଳିଲେ ହିଁ କୋରୋନାକୁ ରୋକି ହେବ । କୋରୋନାକୁ ନେଇ ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନତା କରାଇବା ଆବଶ୍ୟକ । କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ରହୁଥିବା ଗରିବ ଆଦିବାସୀମାନେ ଢ଼େର ସଚେତନ ଅଛନ୍ତି । କାରଣ କୋରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଦିଗରେ ଜଙ୍ଗଲରୁ ଶାଳ ପତ୍ର ତୋଳି ଆଣି ସେଥିରେ ସେମାନେ ମାସ୍କ ତିଆରି କରି ମୁହଁରେ ପିନ୍ଧୁଛନ୍ତି । ଯାହାକି ସହରରେ ରହି ମାସ୍କ ବ୍ୟବହାର କରୁନଥିବା ଲୋକଙ୍କ ପାଇଁ ଏକ ସଚେତନତାର ବାର୍ତ୍ତା ସାଜିଛି ।

ଅନ୍ୟପକ୍ଷେ ଦେଶରେ କୋରୋନା ଦ୍ରୁତଗତିରେ କାୟା ବିସ୍ତାର କରି ଚାଲିଛି । ବର୍ତ୍ତମାନ ଯାଏ ଦେଶରେ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬୯୬ ପହଞ୍ଚିଛି । ଏଥିରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅର୍ଥାତ ଗୁରୁବାର ଆଉ ଏକ କୋରୋନା ରୋଗୀ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି ।