Advertisement
photoDetails0hindi

Freedom fighters: ଇଂରେଜ ବିରୋଧରେ ଲଢ଼ି ଏହିପରି ମୃତ୍ୟ ବରଣ କରିଥିଲେ ବୀର ଓଡ଼ିଆ ପୁଅ

ଭାରତର ସ୍ୱାଧିନତା ସଂଗ୍ରାମ ବିଶ୍ୱବ୍ୟାପି ପ୍ରସିଦ୍ଧ।ଭାରତକୁ ଇଂରେଜମାନଙ୍କ ଠାରୁ ମୁକ୍ତ କରିବା ପାଇଁ ଆମ ବୀର ସ୍ୱାଧୀନତା ସଂଗ୍ରାମୀମାଙ୍କର ସଙ୍ଘର୍ଷ ଓ ବଳୀଦାନ ଅବିସ୍ମରଣୀୟ। ଯେତେବେଳେ ଇଂରେଜମାନଙ୍କର ପ୍ରଭୂତ୍ୱ ଭାରତର କୋଣ ଅନୁକୋଣରେ କାୟା ବିସ୍ତାର କରି ଆମ ସ୍ୱାଧିନତା ଆମଠାରୁ ଛଡ଼େଇ ନେବାକୁ ପଣ କରିଥିଲା ସେତେବେଳେ ନିଜ ଜୀବନକୁ ବାଜି

1/6

ଜୟୀ ରାଜଗୁରୁ- ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜ ପୁରୋହୀତ ଓ ସେନାପତି ଭାବେ କାର୍ଯ୍ୟରତ ଥିଲେ। ଇତିହାସ କହେ ୟେ ସେ  ଇଂରେଜମାନଙ୍କ ବିରୁଦ୍ଧରେ ସେ ଭାରତର ପ୍ରଥମ ଶହୀଦ ଥିଲେ। ଯଦିଓ ଏହି ପ୍ରସଙ୍ଗ ଏବେ ବି ବିବାଦିତ ମାତ୍ର ତାଙ୍କ ବଳିଦାନ ଓଡ଼ିଶାରେ ସ୍ୱାଧିନତା ସଂଗ୍ରାମ ନିଆଁକୁ ଉଦଜୀବିତ କରିଥିଲା । ଇଂରେଜମାନଙ୍କ ସାମ୍ନାରେ ମୁଣ୍ଡ ନ ନୂଆଁଇବାରୁ ୧୮୦୬ ଡିସେମ୍ବର ୬ ତାରିଖରେ ଇଂରେଜମାନେ ଖୁବ୍ ଅମାନୁଷିକ ଭାବେ ତାଙ୍କୁ ହତ୍ୟା କରିଥିଲେ ।

2/6

ବାଜି ରାଉତ- ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରୁ ବାଜି ରାଉତ ଅନ୍ୟତମ। ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗାଆଁରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଭାରତର କନିଷ୍ଠତମ ଶହୀଦ, ଯିଏ କି ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖରେ ମାତ୍ର ୧୨ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ଯାଇ ପ୍ରାଣ ତ୍ୟାଗ କରିଥିଲେ ।

3/6

ବୀର ସୁରେନ୍ଦ୍ର ସାଏ- ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓଡ଼ିଆ ପୁଅ ସୁରେନ୍ଦ୍ର ସାଏ। ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାରଙ୍କ ବିରୋଧରେ ସେ ‘ଉଲଗୁଲାନ’ ଆରମ୍ଭ କରିଥିଲେ ।ବିଶ୍ୱାସଘାତକତାର ଶୀକାର ହୋଇ ସେ ଗୀରଫ ହେବା ସହ ବନ୍ଦୀ ଅବସ୍ଥାରେ ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ସେ ପ୍ରାଣ ତ୍ୟାଗ କରିଥିଲେ ।

4/6

ଚାଖି ଖୁଣ୍ଟିଆ-   ସିପାହୀ ବିଦ୍ରୋହର ନେତୃତ୍ତ୍ୱ ନେଇଥିବା ଜଣେ ବୀର ଯୋଦ୍ଧା  ହେଉଛନ୍ତି ଚାଖି ଖୁଣ୍ଟିଆ ଯାହାଙ୍କର ପ୍ରକୃତ ନାମ ଥିଲା ଚନ୍ଦନ ହଜୁରୀ। ସେ ପୁରୀ ଶ୍ରୀମନ୍ଦିରକୁ  ଆସୁଥିବା ନେପାଳୀ ଭକ୍ତମାନଙ୍କର ପଣ୍ଡା ଭାବେ କାର୍ଯ୍ୟ କରୁଥିଲେ। ୧୮୭୦ ମସିହାରେ ସେ ଇଂରେଜମାନଙ୍କ ଦ୍ୱାରା ନିହତ ହୋଇଥିଲେ।

5/6

ଲକ୍ଷ୍ମଣ ନାଏକ- ୨୨ ନଭେମ୍ବର ୧୮୯୯ ମସିହାରେ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମାରେ ଜନ୍ମୀତ ଓଡ଼ିଶାର ବୀରପୁତ୍ର ହେଉଛନ୍ତି ସହୀଦ ଲକ୍ଷ୍ମଣ ନାଏକ। ମାଥିଲି ଗୁଳିକାଣ୍ଡର ଘଟଣାରେ ତାଙ୍କୁ କୋରାପୁଟ ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ସହୀଦ ଲକ୍ଷ୍ମଣ ନାୟକଙ୍କୁ ନିର୍ଦୋଷରେ ଖଲାସ ଦାବିରେ ପାଟନା ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ପୂର୍ବାହ୍ନ ୬ଟାରେ ଫାଶୀ ହୋଇଥିଲା ଏବଂ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

6/6

ବକ୍ସି ଜଗବନ୍ଧୁ- ଭାରତୀୟ ସ୍ୱାଧିନତା ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ବୀର ଯୋଦ୍ଧା । ପାଇକ ବିଦ୍ରୋହୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ବ୍ରିଟିସ୍ ଶାସନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ଇଂରେଜ ସରକାର ବକ୍ସି ଜଗବନ୍ଧୁଙ୍କୁ କଟକସ୍ଥିତ ବକ୍ସି ବଜାରଠାରେ ଗୃହବନ୍ଦୀ କରି ରଖିଥିଲେ। ସେହିଠାରେ ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।