ଦଶମ, ଦ୍ୱାଦଶ ଛାତ୍ର-ଛାତ୍ରୀମାନଙ୍କୁ କିପରି ଦିଆଯିବ ନମ୍ବର, ସରକାର କହିଲେ Formula
Advertisement

ଦଶମ, ଦ୍ୱାଦଶ ଛାତ୍ର-ଛାତ୍ରୀମାନଙ୍କୁ କିପରି ଦିଆଯିବ ନମ୍ବର, ସରକାର କହିଲେ Formula

CBSE 12th Results Updates: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ସୁପ୍ରିମକୋର୍ଟରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରିବାର ସୂତ୍ର ଉପସ୍ଥାପନ କରିଛି ଓ ଏହା ପାଇଁ ୩୦:୩୦:୪୦ ସୂତ୍ର ପ୍ରସ୍ତୁତ କରାଯାଇଛି ବୋଲି କହିଛି ।

ପ୍ରତୀକାତ୍ମକ ଛବି

CBSE 12th Results Updates: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ସୁପ୍ରିମକୋର୍ଟରେ (Supreme Court)ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରିବାର ସୂତ୍ର ଉପସ୍ଥାପନ କରିଛି । ବୋର୍ଡ କହିଛି ଯେ ଏଥିପାଇଁ ୩୦:୩୦:୪୦ ଫର୍ମୁଲା ଆଧାରରେ ହେବ ଓ ରେଜଲ୍ଟ ପ୍ରସ୍ତୁତ ହେବ ।

୩୦:୩୦:୪୦ ଫର୍ମୁଲା କ’ଣ?
ବୋର୍ଡ କହିଛି ଯେ ୩୦:୩୦:୪୦ ସୂତ୍ର ଅନୁଯାୟୀ ଦଶମ ବୋର୍ଡ ଫଳାଫଳ ଆଧାରରେ ୩୦ ପ୍ରତିଶତ ମାର୍କ, ଏକାଦଶ ଆଧାରରେ ୩୦ ପ୍ରତିଶତ ମାର୍କ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ୪୦ ପ୍ରତିଶତ ମାର୍କ ଦିଆଯିବ ।

୫ ଟି ବିଷୟ ମଧ୍ୟରୁ ତିନୋଟିର ମାର୍କ ନିଆଯିବ 
ସିବିଆଇ କହିଛି ଯେ ଦ୍ୱାଦଶ ଫଳାଫଳ ପାଇଁ ଦଶମର ଶ୍ରେଷ୍ଠ ତିନିଟି ବିଷୟ ଅର୍ଥାତ୍ ଯେଉଁଥିରେ ସର୍ବାଧିକ ସଂଖ୍ୟକ ମାର୍କ ରହିଛି ତାକୁ ଗଣନାକୁ ନିଆଯିବ । ସେହିଭଳି ଏକାଦଶର ଶ୍ରେଷ୍ଠ ତିନୋଟି ବିଷୟ ଅର୍ଥାତ୍ ଯେଉଁ ବିଷୟରେ ସର୍ବାଧିକ ମାର୍କ ରହିଛି ତାକୁ ଗଣନାକୁ ନିଆଯିବ ଓ ଦ୍ୱାଦଶ ପ୍ରି-ବୋର୍ଡରୁ ୪୦ ପ୍ରତିଶତ ମାର୍କ ମିଳିବ । ଏଥିରେ ଶ୍ରେଷ୍ଠ ତିନୋଟି ବିଷୟର ନମ୍ବର ମଧ୍ୟ ନିଆଯିବ ।

fallback

ଅଧିକ ପଢ଼ନ୍ତୁ: Driving License, RC କୁ ନେଇ ଆସିଲା ବଡ ଖବର, ସରକାର ବୃଦ୍ଧି କଲେ Validity

କେବେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳାଫଳ?
CBSE ସୁପ୍ରିମକୋର୍ଟରେ କହିଛନ୍ତି ଯେ ଦ୍ୱାଦଶ ପରୀକ୍ଷଣର ଫଳାଫଳ (CBSE 12th Result 2021) ୩୧  ଜୁଲାଇରେ ପ୍ରକାଶ ପାଇବ ଓ ବିଦ୍ୟାଳୟଗୁଡ଼ିକ ୧୫ ଜୁଲାଇ ମଧ୍ୟରେ ମାର୍କ ସିଟ୍ ପାଇପାରିବେ । ୩୧ ଜୁଲାଇ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ: Indian Railways: ପୁଣି ଟ୍ରାକରେ ଗଡ଼ିବ ଏହି ସ୍ପେଶାଲ ଟ୍ରେନ୍, ସହଜରେ ମିଳିବ ଟିକେଟ୍, ଦେଖନ୍ତୁ ଲିଷ୍ଟ

ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ପରୀକ୍ଷାର ବିକଳ୍ପ ପାଇବେ
ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯଦି ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି ତେବେ ସେମାନେ ଏହାର ଆବେଦନ କରିପାରିବେ ଓ ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ମଧ୍ୟ ଦିଆଯିବ । ତେବେ ସରକାର ଏହାର ତାରିଖ ଘୋଷଣା କରିନାହାଁନ୍ତି ଓ କୋରୋନା ସମ୍ବନ୍ଧୀୟ ପରିସ୍ଥିତି ଅନୁକୂଳ ହେଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ବିକଳ୍ପ ଦିଆଯିବ ।