Olive Ridley Turtles: କଇଁଛ ପାଇଁ କଟକଣା, ମତ୍ସ୍ୟଜୀବୀଙ୍କ ପେଟରେ ଲାତ!
Advertisement
Article Detail0/zeeodisha/odisha1420670

Olive Ridley Turtles: କଇଁଛ ପାଇଁ କଟକଣା, ମତ୍ସ୍ୟଜୀବୀଙ୍କ ପେଟରେ ଲାତ!

Odisha Imposes 7 Month Ban On Fishing: ସରକାର କଟକଣା ଜାରି କରି ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଚିନ୍ତାରେ ପଡିଯାଇଛନ୍ତି । 

ସୌ: ସୋସିଆଲ ମିଡିଆ

Olive Ridley Turtles: ଅଲିଭ ରିଡଲେ କଇଁଛକୁ ନେଇ ସମୁଦ୍ର କୂଳରେ ମାଛ ଧରା ଉପରେ ସରକାର କଟକଣା ଲାଗୁ କରିଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବୀ । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ସୁରକ୍ଷା ପାଇଁ ଆଗାମୀ ସାତ ମାସ ସରକାର କଟକଣା ଜାରୀ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଚିନ୍ତାରେ ପଡିଯାଇଛନ୍ତି । 

୧ ନଭେମ୍ବର ରୁ ୩୧ ମଇ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ମାଛ ଧରିବାକୁ ନେଇ ସରକାର କଟକଣା ଜାରି କରିଛନ୍ତି । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ କୁହାଯାଇଛି । କାରଣ ଏହି ସମୟ କଇଁଚଙ୍କ ପ୍ରଜନନ ସମୟ ହୋଇଥିବାରୁ ଦୂର ସମୁଦ୍ରରୁ ଅଲିଭ ରିଡଲେ କଇଁଚ କୂଳକୁ ଆସୁଛନ୍ତି । ଅଣ୍ଡା ଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ କଇଁଛ କୂଳକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ଓଡ଼ିଶାର ଦେବୀ, ଋଷିକୁଲ୍ୟା, ମହାନଦୀ ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ସରକାର ଲାଗାଇଛନ୍ତି ।

ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ତା କରାଯାଇ ନାହିଁ ବୋଲି କିଛି ମତ୍ସ୍ୟଜୀବୀ କହିଛନ୍ତି । ସୀମା ନିର୍ଦ୍ଧାରଣ ହୋଇ ନଥିବାରୁ ଅନେକ ମତ୍ସ୍ୟଜିବୀ ସମୁଦ୍ରରେ ବାଟ ନଯାଣି ପାରିବାରୁ ମତ୍ସ୍ୟ ବିଭାଗ, ବନ ବିଭାଗ, ମେରାଇନ୍ ପୋଲିସ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ମଧ୍ଯ ହେଉଛନ୍ତି, ସେହିପରି ପ୍ରତିବର୍ଷ ମାଛ ଧରିବା ଆରମ୍ଭରୁ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବା ରେ ମଧ୍ଯ ସମସ୍ୟା ଲାଗି ରହୁଛି । ଯାହା ଫଳରେ ଅନେକ ଦିନ ମାଛ ଧରିବାରେ ସମସ୍ୟା ଏଠାକାର ମତ୍ସ୍ୟଜୀବୀ ଭୋଗ କରୁଛନ୍ତି ।

ମାଛ ପ୍ରଜନନ ଓ କଇଁଛଙ୍କ ଅଣ୍ଡା ଦାନ ପାଇଁ ପ୍ରତିବର୍ଷ ସରକାର କଟକଣା ଲଗାଉଥିବା ଓ ବାତ୍ୟା ଏବଂ ଲଘୁଚାପ ମତ୍ସ୍ୟଜୀବୀଙ୍କ ଉପରେ ଭାରି ପଡୁଥିବା ବେଳେ ଡିଜେଲର ମୂଲ୍ୟରେ ମଧ୍ଯ ଅହେତୁକ ବୃଦ୍ଧି ଘଟିଛି । ଏବେ ମାଛ ଧରିବାରେ ଢେର୍ ଅସୁବିଧାର ସମ୍ମୁଖୀନ ହେଉଥିବା ଟ୍ରଲର ମାଲିକ ଓ ଗରିବ ମତ୍ସ୍ୟଜୀବୀଙ୍କୁ ସରକାର କିଛି ତେଲ ଦରରେ ରିହାତି ଓ ଅନୁକମ୍ପା ରାଶି ପ୍ରଦାନ ନକଲେ ଧିରେ ଧିରେ ମତ୍ସ୍ୟ ଶୀଳ୍ପ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଶୀଳ୍ପ ଦ୍ବାରା ପ୍ରାୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦ହଜାର ଲୋକ ଜୀବିକା ନିର୍ବାହ କରୁଛନ୍ତି । ତେଣୁ ଏହି ମତ୍ସ୍ୟ ଶୀଳ୍ପ ପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପକ୍ଷରୁ ଦାବୀ କରାଯାଇଛି ।

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନକୁ ନେଇ ସମୁଦ୍ର କୂଳରେ ମାଛ ମାରିବା କଟକଣାକୁ ସ୍ବାଗତ କରା ଯାଉଛି ହେଲେ ଅନ୍ୟ ପଟେ ମତ୍ସ୍ୟ ଶୀଳ୍ପରେ ସରକାର ଅଧିକ ରାଜସ୍ୱ ପାଉଥିବା ବେଳେ ମାଛ ବ୍ୟବସାୟ ଉପରେ ନିର୍ଭର କରି ଚାଲୁଥିବା ଏହି ଟ୍ରଲର ମାଲିକ ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ନେଇ ସରକାର ଚିନ୍ତାଶୀଳ ହେବା ଦରକାର ବୋଲି ଏହା ଉପରେ ନିଜର ରଖିଥିବା କିଛି ବିଶେଷଜ୍ଞ କହିଛନ୍ତି ।

ଏହା ବି ପଢ଼ନ୍ତୁ: Gujarat Bridge Collapse: ମୋରବି ଦୁର୍ଘଟଣାକୁ ନେଇ ଦୁଃଖବ୍ୟକ୍ତ କଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ; ପିଏମ ମୋଦିଙ୍କୁ ଜଣାଇଲେ ସମବେଦନା