Kendrapara: ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି ଏହି ଓଡ଼ିଆ ଯୁବ ବୈଜ୍ଞାନିକର ହାତ
Advertisement
Article Detail0/zeeodisha/odisha1839966

Kendrapara: ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି ଏହି ଓଡ଼ିଆ ଯୁବ ବୈଜ୍ଞାନିକର ହାତ

Chandrayaan-3 mission: ଚନ୍ଦ୍ରଯାନ-୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏହାର ଏକ ସ୍ଵତନ୍ତ୍ର ବିଭାଗର ନେତୃତ୍ବ ନେଇଥିଲେ l ଏଥିପାଇଁ ଦୀର୍ଘ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  l ତେବେ ସୁଶିଲଙ୍କ ଗାଁରେ ଏହି ଖବର ପହଁଞ୍ଚିବା ପରେ ତାଙ୍କ ଗାଁରେ ଉତ୍ସବର ପରିବେଶ ରହିଛି l ବାଜା ବଜାଇ ମିଠା ବାଣ୍ଟି ଗାଁ ଲୋକ ଖୁସି ପାଳନ କରୁଛନ୍ତି l

ସୌ: ଜୀ ଓଡ଼ିଶା

Chandrayaan-3: ଚନ୍ଦ୍ରଯାନ-୩ ସଫଳତା ପଛରେ ଜଣେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ଭୂମିକା ମଧ୍ୟ ରହିଛି l ସେହି ଯୁବ ବୈଜ୍ଞାନିକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିଆ ଗାଁର ସୁଶୀଲ କୁମାର ନାୟକ l ପାରାଦୀପ ପୋର୍ଟ ର ଅବସରପ୍ରାପ୍ତ କର୍ମଚାରୀ ମୁରଲୀଧର ନାୟକ ଓ ଗୃହିଣୀ ପାଞ୍ଚାଳୀ ନାୟକ ଙ୍କ ବଡ଼ପୁଅ ହେଉଛନ୍ତି ସୁଶୀଲ  l ତାଙ୍କ ବାପା ପାରାଦୀପରେ ପୋର୍ଟରେ କାର୍ଯ୍ୟ କରୁଥିବାରୁ ସୁଶୀଲ ସେଠାରେ ସ୍କୁଲ ଶିକ୍ଷା ଶେଷ କରିଛନ୍ତି  l ସଫଳତା ସହ ମାଟ୍ରିକ୍ ପାସ୍ କଲାପରେ ସୁଶୀଲ ବେସିକ୍ ସାଇନ୍ସ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ରେ ଉତ୍ତୀର୍ଣ୍ଣ ହୋଇଥିଲେ  l 

ଏହା ପରେ ସାରଙ୍ଗ ସ୍ଥିତ ଇନ୍ଦିରାଗାନ୍ଧୀ ବୈଷଇକ ଅନୁଷ୍ଠାନ ରୁ ମେକାନିକାଲ ଡିଗ୍ରୀ ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହୋଇ କର୍ମମୟ ଜୀବନ ଆରମ୍ଭ କରିଥିଲେ l କିନ୍ତୁ ତାଙ୍କ ମନ ଗବେଷଣାରେ ରହିଥିଲା l ପରେ ସୁଯୋଗ ପାଇ ସର୍ଵ ଭାରତୀୟ ସ୍ତରରେ ଇସ୍ରୋ ପକ୍ଷରୁ ଆୟୋଜିତ ପ୍ରବେଶିକା ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ  l ଚନ୍ଦ୍ରଯାନ-୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏହାର ଏକ ସ୍ଵତନ୍ତ୍ର ବିଭାଗର ନେତୃତ୍ବ ନେଇଥିଲେ l ଏଥିପାଇଁ ଦୀର୍ଘ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା  l ତେବେ ସୁଶିଲଙ୍କ ଗାଁରେ ଏହି ଖବର ପହଁଞ୍ଚିବା ପରେ ତାଙ୍କ ଗାଁରେ ଉତ୍ସବର ପରିବେଶ ରହିଛି l ବାଜା ବଜାଇ ମିଠା ବାଣ୍ଟି ଗାଁ ଲୋକ ଖୁସି ପାଳନ କରୁଛନ୍ତି l

ବୈଜ୍ଞାନିକ ସୁଶିଲ୍ ନାୟକ ଚନ୍ଦ୍ରଯାନ-୩ ର ଉତକ୍ଷେପଣ ର ସମୟସୀମା ଓ ଚନ୍ଦ୍ର ପୃଷ୍ଠ ରେ ଅବସ୍ଥାନ ପରେ ପରିଚାଳନା ନେଇ ଗଠିତ ବୈଷଇକ ଟିମ଼ର ଜଣେ ସଦସ୍ୟ l ତେବେ ଏକ ୧୦ ଜଣିଆ ଉପ କମିଟି ରେ ସେ ନେତୃତ୍ୱ ନେଉଥିବା ତାଙ୍କ ବାପା କହିଛନ୍ତି l ସୁଶୀଲ ଙ୍କ ସାନଭାଇ ମଧ୍ଯ ଜଣେ ଇଞ୍ଜିନିୟର  l ଏବେ ସୁଶୀଲ ଙ୍କ ଗାଁ ରେ ଥିବା ତାଙ୍କ ବାପା ବେଶ୍ ଖୁସି  l ସୁଶିଲ୍ ଙ୍କ ସ୍ତ୍ରୀ ମୋନାଲିସା ନାୟକ ଇସ୍ରୋ ରେ ଡାକ୍ତର୍ ଭାବେ କାର୍ଯ୍ୟ କରୁଛନ୍ତି l 

ଏହା ବି ପଢ଼ନ୍ତୁ: Moon Mystery: ଜହ୍ନର ଏହି ୬ଟି ରହସ୍ୟ ଯାହା ଉପରୁ ପରଦା ଉଠାଇବାରେ ଅକ୍ଷମ ଆଜିର ବିଜ୍ଞାନ

ଏହା ବି ଦେଖନ୍ତୁ: ISRO Chief Viral Video: ଚନ୍ଦ୍ରଯାନ-୩ ର ସଫଳତା ପରେ ISRO ମୁଖ୍ୟ ନିଜ ଟିମ୍ ସହ କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ