ପୃଥିବୀ ବାହାରେ ଉଡିଲା ତ୍ରିରଙ୍ଗା, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1303841

ପୃଥିବୀ ବାହାରେ ଉଡିଲା ତ୍ରିରଙ୍ଗା, ଦେଖନ୍ତୁ ଭିଡିଓ

76th Indipendence Day: ଆମ ଦେଶ ଭାରତ ସମେତ ଅନ୍ୟ କେତେକ ଦେଶରେ ୭୬ତମ ସ୍ୱାଧୀନତା ଦିବସ (Indipendence Day) ପାଳନ କରାଯାଉଛି। ଭିଡିଓ ଜାରି କରିବା ପରେ ସ୍ପେସ୍ କିଡ୍ସ ଇଣ୍ଡିଆ(Space Kidz India) କହିଛି, ମହାକାଶରେ ୩୦ କିଲୋମିଟର ଦୂରରେ ଭାରତୀୟ ପତାକା ଉଡାଇ ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରୁଛୁ।

ପ୍ରତୀକାତ୍ମକ

76th Indipendence Day: ଆମ ଦେଶ ଭାରତ ସମେତ ଅନ୍ୟ କେତେକ ଦେଶରେ ୭୬ତମ ସ୍ୱାଧୀନତା ଦିବସ (Indipendence Day) ପାଳନ କରାଯାଉଛି। ଏହି ଅବସରରେ ତୁଷାରାଚ୍ଛନ୍ନ ପର୍ବତ ଠାରୁ ଆରମ୍ଭ କରି ସମୁଦ୍ରର ଜଳରାଶି ପର୍ଯ୍ୟନ୍ତ, ସବୁଠି ଛାତି ଚଉଡା କରି ଉଡୁଛି ତ୍ରିରଙ୍ଗା ପତାକା। ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତ୍ରିରଙ୍ଗା ପତାକା ମହାକାଶରେ ଉଡୁଥିବା ଦେଖାବାକୁ ମିଳିଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପୃଥିବୀଠାରୁ ୩୦ କିଲୋମିଟର ଉଚ୍ଚତାରେ ଜାତୀୟ ପତାକା ଫରଫର ହୋଇ ଉଡୁଥିବା ଦେଖାଯାଇଛି। ସ୍ପେସ୍ କିଡ୍ସ ଇଣ୍ଡିଆ(Space Kidz India) ଏକ ବେଲୁନ୍ ସାହାଯ୍ୟରେ ମହାକାଶକୁ ତ୍ରିରଙ୍ଗା ପତାକା ପଠାଇଲା। ଦେଶ ପାଇଁ ଯୁବ ବୈଜ୍ଞାନିକ ତିଆରି କରୁଥିବା ଏହା ଏକ ଏରୋସ୍ପେସ୍ ସଂଗଠନ। 

ଭିଡିଓ ଜାରି କରିବା ପରେ ସ୍ପେସ୍ କିଡ୍ସ ଇଣ୍ଡିଆ(Space Kidz India) କହିଛି, ମହାକାଶରେ ୩୦ କିଲୋମିଟର ଦୂରରେ ଭାରତୀୟ ପତାକା ଉଡାଇ ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରୁଛୁ। ପୃଥିବୀ ଠାରୁ ଏତେ ଦୂରରେ ପତାକା ଉତ୍ତଳନ କରିବା ସ୍ବାଧୀନତା ଦିବସ ପାଳନର କରିବାର ଏକ ଅଂଶ। ଅମୃତ ମହୋସ୍ତବ ପାଳନ ଅବସରରେ ଏପରି କିଛି କରକିବାର ପରିକଳ୍ପନା କରୁଥିଲୁ। 

 

Space Kidz India ସଂଗଠନ କହିଛି, ଏହା ସେହି ମହାନ ବିପ୍ଳବୀ ଯେଉଁମାନେ ସ୍ବାଧୀନତାରେ ଝାସ ଦେଇ ନିଜ ଜୀବନ ତ୍ୟାଗ କରିଥିଲେ ସେମାନଙ୍କ ସମ୍ମାନାର୍ଥେ ଏହା ଉତ୍ସର୍ଗୀକୃତ। ସ୍ପେସ୍ କିଡ୍ସ ଇଣ୍ଡିଆ ନିକଟରେ ୭୫୦ ସ୍କୁଲ ଛାତ୍ରଙ୍କ ଦ୍ୱାରା ନିର୍ମିତ ଏକ ଉପଗ୍ରହ "ଆଜାଦିସାଟ" ଉତକ୍ଷେପଣ କରିଥିଲେ। ଏହି ଉପଗ୍ରହଟି ଯଦିଓ ଏକ ଅସ୍ଥିର କକ୍ଷପଥରେ ସ୍ଥାପିତ ହୋଇଥିଲା ଓ ଏହା କାର୍ଯ୍ୟରେ ଆସିପାରି ନାହିଁ, ତଥାପି ଏହା ନିଶ୍ଚିତ ଭାବେ ଏକ ସଫଳତା। ଏହା ମଧ୍ୟୟରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି ଆଜି ସକାଳେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଭାରତୀୟ ପତାକାର ଏକ ଫଟୋ ମଧ୍ୟ ସେୟାର କରିଥିଲେ।

୭୬ତମ ସ୍ୱାଧୀନତା ଦିବସ (Indipendence Day) ଅବସରରେ ଲାଲକିଲା (Red Fort) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ଲାଲକିଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଦେଶବାସୀଙ୍କୁ ସମ୍ୱୋଧନ କରିଥିଲେ । ପ୍ରଥମ ଥର ପାଇଁ ଏମ୍-୧୭ ହେଲିକପ୍ଟରରୁ ପୁଷ୍ପ ବର୍ଷା କରାଯାଇଥିଲା। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦୁଇଟି ଯନ୍ତ୍ରଚାଳିତ ହାତୀ ଲାଲକିଲ୍ଲା ପ୍ରବେଶ ପଥରେ ରଖାଯାଇଥିଲା। ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ବିଶ୍ୱର କୋଣ କୋଣରେ ଭାରତର ତ୍ରିରଙ୍ଗା ଗର୍ବର ସହିତ ଉଡ଼ୁଛି ଓ ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରୁଛି, ଆସନ୍ତା ୨୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବେଲି କହିଥିଲେ । ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି, ଦେଶର ଗଠନରେ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। 

ଏହା ବି ପଢନ୍ତୁ: ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ଦିଆଗଲା ସଲାମୀ, ଜାଣନ୍ତୁ ଏଥର ସ୍ୱାଧୀନତା ଦିବସ କାହିଁକି ଏତେ ଖାସ୍