Broccoli Juice: ବ୍ରୋକୋଲି ଜୁସ୍ ପିଇଲେ ପାଖ ମାଡି଼ ନଥାଏ ଏହି ସବୁ ରୋଗ!
Advertisement
Article Detail0/zeeodisha/odisha1743500

Broccoli Juice: ବ୍ରୋକୋଲି ଜୁସ୍ ପିଇଲେ ପାଖ ମାଡି଼ ନଥାଏ ଏହି ସବୁ ରୋଗ!

Broccoli Juice:  ବ୍ରୋକୋଲିରେ (Broccoli) ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ସେଲେନିୟମ୍, ଭିଟାମିନ୍-ଏ ଏବଂ ସି ପରି ଗୁଣ ରହିଛି। ବ୍ରୋକୋଲି ଜୁସ୍ ପିଇବା ଦ୍ବାରା ଆପଣଙ୍କର ଅଧା ରୋଗ ଭଲ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବ୍ରୋକଲି ରସ ବା ବ୍ରୋକୋଲି ଜୁସ୍ ପିଇବା ଦ୍ବାରା କଣ ସବୁ ଶରୀରକୁ ଲାଭ ମିଳିଥାଏ। ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Broccoli Juice: ବ୍ରୋକୋଲି (Broccoli) ହେଉଛି ଏଭଳି ଏକ ପରିବା। ଯାହାକୁ କଞ୍ଚା ମଧ୍ୟ କିଛି ଲୋକେ ଖାଇଥାଆନ୍ତି । ବ୍ରୋକୋଲିରେ (Broccoli) ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ସେଲେନିୟମ୍, ଭିଟାମିନ୍-ଏ ଏବଂ ସି ପରି ଗୁଣ ରହିଛି। ଏହାକୁ ଖାଇବା ଦ୍ଵାରା ଆପଣଙ୍କର ମଧୁମେହ ନିୟନ୍ତ୍ରଣରେ ରହିଥାଏ (Broccoli Juice Benefits For Diabetes)। ଏହା ବ୍ୟତୀତ ଆପଣଙ୍କ ଯକୃତ ମଧ୍ୟ ସୁସ୍ଥ ରହିଥାଏ । ଏହାକୁ ଆପଣ ବିଭିନ୍ନ ଉପାୟରେ ଖାଇ ପାରିବେ। ବ୍ରୋକୋଲି  ଜୁସ୍  ପିଇବା ଦ୍ବାରା ଆପଣଙ୍କର ଅଧା ରୋଗ ଭଲ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବ୍ରୋକଲି ରସ ବା ବ୍ରୋକୋଲି ଜୁସ୍ ପିଇବା ଦ୍ବାରା କଣ ସବୁ ଶରୀରକୁ ଲାଭ ମିଳିଥାଏ। 

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ: (Broccoli Juice Benefits For Diabetes) ମଧୁମେହ ରୋଗୀଙ୍କ ପାଇଁ ବ୍ରୋକୋଲି ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ମଧୁମେହ (Diabetes)ରୋଗୀମାନେ ବ୍ରୋକୋଲି ରସ ପିଇବା ଦ୍ବାରା ମଧୁମେହ ସମୁଳେ ନାଶ ମଧ୍ୟ ହୋଇଥାଏ। 

Also Read: Prabhas: ହିଟ୍ ନୁହେଁ, ଏକାଧିକ୍ ଫ୍ଲଫ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରଭାସ, ଦେଖନ୍ତୁ ତାଲିକା

Also Read: Kendujhar News: ବାଃ ବାଃ ରେ ପ୍ରେମିକ! ପ୍ରେମିକା ଗର୍ଭବତୀ ହେବାରୁ ମାଡିବସି ଖୁଆଇ ଦେଲା ଗର୍ଭପାତ ଔଷଧ , ଆଉ ତା' ପରେ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ: ବ୍ରୋକୋଲିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଆପଣଙ୍କ ହଜମ ଶକ୍ତିକୁ ସଠିକ ଭାବେ ପରିଚାଳିତ କରିଥାଏ।  ବ୍ରୋକୋଲି ଜୁସ୍ ପିଇବା ଦ୍ବାରା ଆପଣଙ୍କୁ ସଂକ୍ରମଣର ଭୟ କମ୍ ରହିଥାଏ ।  କୈଣସି ସଂକ୍ରମଣ ରୋଗ ଆପଣଙ୍କୁ ଛୁଇଁ ନାହିଁ। 

ପାଦ ଫୁଲିବା ଭଳି ସମସ୍ୟା ଦୂର ହୋଇଥାଏ: ଯଦି ଆପଣଙ୍କର ପାଦ ସକାଳ ସମୟରେ ଅଧିକ ଫୁଲୁ ଥାଏ। ତେବେ, ଆପଣ ବୋକ୍ରୋଲି ଜୁସ୍ ପିଇ ପାରିବେ। ଏଥିରେ ଓମେଗା ଫ୍ୟାଟି ଏସିଡ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଗୁଣ ରହିଛି, ଯାହା ଫୁଲା ଭଳି ସମସ୍ୟାକୁ ଦୂର କରିଥାଏ। 

ହାଇ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ: ଶରୀରରେ ଅଧିକ କୋଲେଷ୍ଟ୍ରଲ କମାଇବା ପାଇଁ ଆପଣ ବ୍ରୋକୋଲି ଜୁସ୍ ପିଇ ପାରିବେ । ବ୍ରୋକୋଲି ଫାଇବରରେ ଭରପୂର ଅଟେ, ଯାହା ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।

ହାଡକୁ ମଜବୁତ କରେ: ବ୍ରୋକୋଲି ଭିଟାମିନ୍ କେ ଏବଂ କ୍ୟାଲସିୟମର ଏକ ଉତ୍ତମ ଉତ୍ସ । ଏହି ଉଭୟ ପୋଷକ ତତ୍ତ୍ୱ ଆପଣଙ୍କ ହାଡକୁ ଶକ୍ତିଶାଳୀ କରିଥାଏ ଏବଂ ସୁସ୍ଥ ରଖେ । ବ୍ରୋକୋଲି ଜୁସ୍ ପିଇବା ଦ୍ବାରା ହାଡ ଜଡିତ ରୋଗ ହେବାର ଆଶଙ୍କା ମଧ୍ୟ କମିଥାଏ । 

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ: ଅସାଧାରଣ ଜୀବନ ଶୈଳୀ ଓ ଖାଦ୍ୟ ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ଅତି ସାଧାରଣ ହୋଇଗଲାଣି । ଏଭଳି ପରିସ୍ଥିତିରେ ବ୍ରୋକୋଲି ଜୁସ୍ ପିଇବା ଦ୍ବାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)