Health benefits of watermelon seeds: ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା, ଖାଇଲେ ମିଳିଥାଏ ଏହିସବୁ ଲାଭ!
Advertisement
Article Detail0/zeeodisha/odisha1667931

Health benefits of watermelon seeds: ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା, ଖାଇଲେ ମିଳିଥାଏ ଏହିସବୁ ଲାଭ!

Health benefits of watermelon seeds: ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା ସୁସ୍ଥ ପାଇଁ ବେଶ ଉପଯୋଗୀ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Health benefits of watermelon seeds: ତରଭୁଜ କାହାକୁ ବା ଭଲ ନ ଲାଗେ? ପଟିକୁ ସୁଆଦିଆ ଲାଗିବା ସହ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଖରା ଦିନେ ତରଭୁଜର ଚାହିଦା ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ସଠିକ ଭାବରେ ରହିବା ସହ ଏହା ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ। ଏଥିରେ ୯୨ ଭାଗ ପାଣି ରହିଥାଏ। ତେଣୁ ଖରାଦିନେ ଏହା ଏକ ଉତ୍ତମ ଖାଦ୍ୟ ଅଟେ। ତେବେ ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି? ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା କେତେ ଯେ ଉପକାରୀ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ ଯାହା ଏକ ତରଭୁଜ ମଞ୍ଜିରେ ଭରପୂର ମାତ୍ରାରେ ରହିଥାଏ।

ତରଭୁଜ ମଞ୍ଜି ହେଉଛି ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଭଲ ଉତ୍ସ। ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇଂଫ୍ଲେମେଟୋରୀ ଏଜେଣ୍ଟ ରୂପେ କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟ୍ସ‌, ଆଇରନ (Iron), ଜିଙ୍କ, ପ୍ରୋଟିନ୍ ଓ ଫାଇବର (Fiber) ଭରପୂର ମାତ୍ରାରେ ରହିଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ। ତରଭୁଜ ମଞ୍ଜିରେ କମ୍ କ୍ୟାଲୋରୀ ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହିତକର ହୋଇଥାଏ ।

ମୁଠାଏ ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ହେବା ସହ ଉଭୟ ମାଆ ଓ ଛୁଆକୁ ସୁସ୍ଥ ରହିଥାଆନ୍ତି। ଏଥିରେ ଥିବା ଜିଙ୍କ ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବଢାଇ ଥାଏ। ଏହାଛଡା ପ୍ରଜନନ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ ।

ତରଭୁଜ ମଞ୍ଜି ପ୍ରୋଟିନ୍, ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ମ୍ୟାଗ୍ନେସିୟମ୍, ଜିଙ୍କ ପରି ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ। ଏହା ଆମ ଶରୀରକୁ ଅନେକ ଲାଭ ଯୋଗାଇ ଥାଏ। ଆସନ୍ତୁ ଜାଣିବା ତରଭୂଜ ମଞ୍ଜି ଖାଇବା ଦ୍ୱାରା ଶରୀରରକୁ କି ପ୍ରକାର ଉପକାର ମିଳିଥାଏ।

 ଚର୍ମକୁ ସୁସ୍ଥ ରଖେ

ତରଭୁଜ ମଞ୍ଜି ଆପଣଙ୍କ ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏଥିରୁ ବାହାରୁ ଥିବା ତେଲ ବିଭିନ୍ନ ସୌନ୍ଦର୍ଯ୍ୟ ଦ୍ରବ୍ୟ ତିଆରି କରିବାରେ ବ୍ୟବହୃତ ହୁଏ। ମୁହଁରୁ କଳା ଦାଗ ଓ ବ୍ରଣ ଆଦି ହଟାଇବାରେ ଏହା ସାହାଯ୍ୟ କରୁଥିବା ବେଳେ ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଏହା ଦୂର କରିଥାଏ। ତରଭୁଜ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ ସାମୟିକ ଭାବରେ ଚର୍ମର ରୂପକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଶୁଷ୍କ ଓ କୁଞ୍ଚିତ ଚର୍ମ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ତରଭୁଜ ମଞ୍ଜି ଆପଣଙ୍କ ଦୁର୍ବଳ, ଶୁଷ୍କ ଚର୍ମ ପାଇଁ ଏକ ମଏଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ। ଏଥିରେ ଥିବା ଜିଙ୍କର କୋଷ ବିଭାଜନ, ପ୍ରୋଟିନ ସିନ୍ଥେସିସ୍‌ ଓ ମରାମତି କରିବା କ୍ଷମତା ଯୋଗୁଁ ଏହା ବାର୍ଦ୍ଧକ୍ୟ ହେବା ପ୍ରକ୍ରିୟାକୁ ମନ୍ଥର କରି ପାରେ।

fallback

କେଶକୁ ମଜବୁତ କରିବାରେ ସାହାଯ୍ୟ କରେ

କେଶକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଆପଣ ତରଭୁଜ ମଞ୍ଜିର ବ୍ୟବହାର କରିପାରିବେ। ତରଭୁଜ ମଞ୍ଜି ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଓ କପରରେ ପରିପୂର୍ଣ୍ଣ, ଯାହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହି ମଞ୍ଜିଗୁଡ଼ିକ ଆପଣଙ୍କ କେଶକୁ ମଜବୁତ କରିବା ଓ କେଶର ଘନତ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ମାଙ୍ଗାନିଜ କେଶ ଝଡିବା ଓ ନଷ୍ଟ ହେବାରୁ ରକ୍ଷା କରିଥାଏ।

ହୃତପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୁଏ

ତରଭୁଜ ମଞ୍ଜି ହୃତପିଣ୍ଡକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଉତ୍ତମ ଉତ୍ସ ଯାହା କି ହୃଦଘାତ, ଷ୍ଟ୍ରୋକରୁ ରକ୍ଷା କରିବାରେ ଉପଯୋଗୀ ଅଟେ। ଏହି ମଞ୍ଜିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତରଭୁଜ ମଞ୍ଜି ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଓ ଭାସୋଡିଲେଟର (Anti-inflammatory, Antioxidant, and Vasodilator) ଭାବରେ କାର୍ଯ୍ୟ କରେ ଯାହା ହୃତପିଣ୍ଡର କାର୍ଯ୍ୟ କ୍ଷମତା ବଢାଇବାରେ ସାହାଯ୍ୟ କରେ। ଏଥିରେ ଥିବା ଆଇରନ ବା ଲୌହ ଶରୀରରେ ଅମ୍ଲଜାନଯୁକ୍ତ ରକ୍ତ କଣିକା (Oxygenated blood) ବହନ କରିଥାଏ। ଏହା ହୃତପିଣ୍ଡରେ କ୍ୟାଲସିୟମର ଗତିକୁ ନିୟନ୍ତ୍ରଣ କରିଥାଏ।

ରକ୍ତରେ ଶର୍କରା ସ୍ତର କମାଇ ଥାଏ

ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତରଭୁଜ ମଞ୍ଜି ଏକ ସଞ୍ଜିବନୀ ପରି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ (Magnesium), କାର୍ବୋହାଇଡ୍ରେଟ (carbohydrates) ଗୁଡିକର ମେଟାବୋଲିଜିମ୍‌ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇନଥାଏ। ଏହି ମଞ୍ଜି ଗୁଡି଼କ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

ଶରୀରରେ ମେଟାବୋଲିଜିମ୍ବୃଦ୍ଧି କରେ

ତରଭୁଜ ମଞ୍ଜି ଫୋଲେଟ୍, ଆଇରନ୍, ଜିଙ୍କ, ତମ୍ବା, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆମିନୋ ଏସିଡ୍ ଓ ଭିଟାମିନ୍ ବି କମ୍ପ୍ଲେକ୍ସ ପରି ପୁଷ୍ଟିକର ପଦାର୍ଥରେ ଭରପୂର ଅଟେ। ଏହି ପୋଷକ ତତ୍ତ୍ୱ ଶରୀରର ପ୍ରାକୃତିକ ମେଟାବୋଲିଜିମ୍ ବୃଦ୍ଧି କରିବା ସହିତ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ।

ଶ୍ୱାସ ରୋଗ କମାଇବାରେ ସାହାଯ୍ୟ କରେ

ତରଭୁଜ ମଞ୍ଜିରେ ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଶ୍ୱାସରୋଗ ବା ଆସ୍ଥମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଭିଟାମିନ୍ ସି ଏକ ଶକ୍ତିଶାଳୀ ଡାଏଟାରୀ ଆଣ୍ଟିଅକ୍ସିଡାଣ୍ଟ ଅଟେ ଓ ଏହା ଆସ୍ଥମାର ପ୍ରଭାବ ଧିରେ ଧିରେ ଶରୀରରୁ କମାଇ ଥାଏ। ଶ୍ୱାସ ରୋଗର ନିରାକରଣ ନିମନ୍ତେ ତରଭୂଜ ମଞ୍ଜିର ବ୍ୟବହାରକୁ ନେଇ ବୈଜ୍ଞାନିକ ମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ତଥାପି ଏହି ରୋଗ ପାଇଁ ତରଭୂଜ ମଞ୍ଜିର ବ୍ୟବହାର ଏକ ନିରାପଦ ଉପଚାର ଅଟେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)