ଚଷମାରେ ଶୁଣିବେ ଗୀତ, କରିପାରିବେ କଲ୍ ! ବଜାରକୁ ଆସିଲା ଶସ୍ତା ଏମ୍ବ୍ରେନ୍ ସ୍ମାର୍ଟ ଗ୍ଲାସ୍
Advertisement
Article Detail0/zeeodisha/odisha1348952

ଚଷମାରେ ଶୁଣିବେ ଗୀତ, କରିପାରିବେ କଲ୍ ! ବଜାରକୁ ଆସିଲା ଶସ୍ତା ଏମ୍ବ୍ରେନ୍ ସ୍ମାର୍ଟ ଗ୍ଲାସ୍

Smart Audio Sunglasses: ସ୍ମାର୍ଟ ଡିଭାଇସ ତାଲିକାରେ ଯୋଡି଼ ହୋଇଛି ସ୍ମାର୍ଟ ଗ୍ଲାସ୍ । ମୋବାଇଲ୍ ଆସୋସରିଜ୍ ବ୍ରାଣ୍ଡ୍ ଏମ୍ବ୍ରେନ୍ (Ambrane) ଦ୍ୱାରା ଗ୍ଲେର୍ (Glare) ନାମକ ସ୍ମାର୍ଟ ଗ୍ଲାସ୍ ଲଞ୍ଚ୍ ହୋଇଛି । ଏହି ସ୍ମାର୍ଟ ଗ୍ଲାସର ବଜାର ମୂଲ୍ୟ ମାତ୍ର  ୪,୯୯୯ ଟଙ୍କା  ରହିଛି । 

ଚଷମାରେ ଶୁଣିବେ ଗୀତ, କରିପାରିବେ କଲ୍ ! ବଜାରକୁ ଆସିଲା ଶସ୍ତା ଏମ୍ବ୍ରେନ୍ ସ୍ମାର୍ଟ ଗ୍ଲାସ୍

Smart Audio Sunglasses: ମୋବାଇଲ ଉପକରଣ ନିର୍ମାଣକାରୀ କମ୍ପାନି ଏମ୍ବ୍ରେନ୍ ଏହାର ପ୍ରଥମ ସ୍ମାର୍ଟ ଗ୍ଲାସ୍ ଲଞ୍ଚ୍ କରିଛି। ଗ୍ଲେର୍ (Glare) ନାମକ ଏହି ସ୍ମାର୍ଟ ଗ୍ଲାସର ମୂଲ୍ୟ ମାତ୍ର ୪,୯୯୯ ଟଙ୍କା ରଖାଯାଇଛି । କମ୍ପାନି ଏହା ସାହାଯ୍ୟରେ ଉପଭୋକ୍ତାମାନଙ୍କୁ ସ୍ୱତନ୍ତ୍ର ଅଡିଓ ଅଭିଜ୍ଞତା ଦେବାକୁ ଦାବି କରୁଛି। ପ୍ରଥମ ପର୍ଯ୍ୟାୟରେ ଏହା କେବଳ କଳା ରଙ୍ଗରେ ଉବଲବ୍ଧ ହୋଇଛି । ସ୍ମାର୍ଟ ଗ୍ଲାସ୍ ଆୟତାକାର ଓ ଗୋଲାକାର (ଫ୍ରେମ୍) ଆକାରରେ ଉପଲବ୍ଧ ହେଉଛି ।

ଏମ୍ବ୍ରେନ୍ ଗ୍ଲେର୍ (Ambrane Glare) ସ୍ମାର୍ଟ ଗ୍ଲାସରେ ବିଲ୍ଟ-ଇନ୍ ହିଡେନ ସ୍ପିକର ଦିଆଯାଇଛି । ଏହାକୁ ମଲ୍ଟି-ଫଙ୍କସନାଲ ଟଚ୍ କଣ୍ଟ୍ରୋଲ ସହିତ ନିୟନ୍ତ୍ରଣ କରାଯାଇପାରିବ । MEMS ମାଇକ୍ରୋଫୋନ୍ ଯୁକ୍ତ ଏହି ଡିଭାଇସ୍ ରେ HD କ୍ୱାଲିଟି ଧ୍ୱନି ଅଭିଜ୍ଞତା ପ୍ରଦାନ କରିବାକୁ ସମର୍ଥ ଅଟେ ।  ଏଥିରେ IPX4 ଜଳ ପ୍ରତିରୋଧ ରେଟିଂ ସହିତ ଲଞ୍ଚ୍ ହୋଇଛି । ଗ୍ଲେର୍ ସ୍ମାର୍ଟ ଗ୍ଲାସ୍ ସ୍ମାର୍ଟଫୋନ୍ କିମ୍ବା ବ୍ଲୁଟୁଥ୍ 5.1 କନେକ୍ଟିଭିଟି ସହିତ ଅନ୍ୟ ଡିଭାଇସ୍ ସହିତ ମଧ୍ୟ ସଂଯୁକ୍ତ ହୋଇପାରିବ । 

ସ୍ମାର୍ଟ ଚଷମା ସହିତ ସ୍ୱତନ୍ତ୍ର ଅଡିଓ ଅଭିଜ୍ଞତା 

କମ୍ପାନି ଦାବି ଅନୁସାରେ ଉପଭୋକ୍ତାମାନେ ଗ୍ଲାସରେ ପ୍ରଦତ୍ତ ସ୍ପିକର ସହିତ HD ସରାଉଣ୍ଡ ସାଉଣ୍ଡ ଅଭିଜ୍ଞତା ପାଇପାରିବେ । ବ୍ୟବହାରକାରୀମାନେ ସ୍ୱୟଂଚାଳିତ ଭାବରେ ଲାଉଡ ଏମ୍ବିଏଣ୍ଟ ଶବ୍ଦକୁ ହ୍ରାସ ମଧ୍ୟ କରିପାରିବେ । ଏହା ସହିତ ଇମର୍ସିଭ୍ ଆକ୍ୟୁଷ୍ଟିକ୍ ଅଭିଜ୍ଞତା ମଧ୍ୟ ପାଇପାରିବେ । କମ୍ପାନି ଦାବି ଅନୁସାରେ ଏହି ସ୍ମାର୍ଟ ଡିବାଇସ ଗୋଟିଏ ଥର ଫୁଲ ଚାର୍ଜ ହେବାପରେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିବ । ସବୁଠାରୁ ଖାସ୍ କଥା ହେଉଛି ଏଥିରେ ଆପଣ ମ୍ୟୁଜିକ ଶୁଣିପାରିବା ସହିତ କଲ୍ ମଧ୍ୟ କରିପାରିବେ । 

ୟୁନିକ୍ ହଲ୍ ସ୍ୱିଚ୍ ସହିତ ଉତ୍ତମ ସଂଯୋଗ 

ଏମ୍ବ୍ରେନ୍ ଗ୍ଲେର୍ ସ୍ମାର୍ଟ ଗ୍ଲାସରେ ଏକ ନିଆରା ହଲ୍ ସ୍ୱିଚ୍ ଟେକ୍ନୋଲୋଜି ସଂଯୁକ୍ତ ରହିଛି । ଯାହା ଚଷମା ଖୋଲିବା ମାତ୍ରେ ତୁରନ୍ତ ଡିଭାଇସ୍ ସହିତ ସଂଯୁକ୍ତ ହୋଇଯିବ । ଏହାସହିତ ୧୦ ମିଟର ପରିସର ମଧ୍ୟରେ ଖୁବ ସହଜରେ ସଂଯୋଗ ହୋଇପାରିବ ବୋଲି ନିର୍ମାଣକାରୀ କମ୍ପାନି ଦାବି କରିଛି । ଉପଭୋକ୍ତାମାନଙ୍କୁ ଏହାସହିତ ଭଏସ୍ ଆସିଷ୍ଟାଣ୍ଟର ସପୋର୍ଟ ମଧ୍ୟ ଦିଆଯାଇଛି, ଅର୍ଥାତ୍ ସେମାନେ ଭଏସ୍ କମାଣ୍ଡ୍ ମଧ୍ୟ ଦେଇପାରିବେ । 

ସ୍ମାର୍ଟ ଗ୍ଲାସ୍ ମଧ୍ୟ UV ସୁରକ୍ଷା ପ୍ରଦାନ କରିବ

ନୂଆ ସ୍ମାର୍ଟ ଗ୍ଲାସରେ ଆଶ୍ଚର୍ଯ୍ୟଜନକ ବୈଶିଷ୍ଟ୍ୟ ରହିଛି । ଅନ୍ୟ ସନଗ୍ଲାସ ପରି ଚଷମା ପରି ଏହା ଅଲଟ୍ରା ଭାଓଲେଟ୍ କିରଣରୁ ୯୯.୯୯ ପ୍ରତିଶତ ଯାଏ ସୁରକ୍ଷା ପ୍ରଦାନ କରିବ । ଏହି ଉପାୟରେ କେବଳ ଅଡିଓ କନେକ୍ଟିଭିଟି ଉପଲବ୍ଧ ହେବ ନାହିଁ, ବରଂ ଆଖିରେ ଥକ୍କାପଣ ଏବଂ ଚାପ ମଧ୍ୟ କମାଇପାରିବ । ମ୍ୟାଗ୍ନେଟିକ୍ କ୍ଲିପ୍ ଅନ୍ ସହିତ ଏହି ସ୍ମାର୍ଟ ଗ୍ଲାସର ଲେନ୍ସକୁ ପରିବର୍ତ୍ତନ କରାଯାଇପାରିବ । 

 

ଏହିବି ପଢ଼ନ୍ତୁ: KTM 390 Duke ପାଇଁ ଅପେକ୍ଷାର ଅନ୍ତ ! ବାଇକ୍ ଲଭର୍ସଙ୍କ ଦିଲ୍ ଧକଧକ୍, ଜାଣନ୍ତୁ ସ୍ପେସିଫିକେସନ୍ସ

 

ଯଦିଓ ଭାରତୀୟ ବଜାରରେ ପୂର୍ବରୁ ଟାଇଟନ କମ୍ପାନି ସ୍ମାର୍ଟ ସନ ଗ୍ଲାସ୍ ଲଞ୍ଚ କରିସାରିଛି । କିନ୍ତୁ ଏହାର ମୂଲ୍ୟ ଭାରତ ବଜାରରେ ୯,୯୯୯ ରହିଛି । ଏବେ ଏମ୍ବ୍ରେନ୍ ଗ୍ଲେର୍ ଦ୍ୱାରା ଲଞ୍ଚ ହୋଇଥିବା ନୂଆ ସ୍ମାର୍ଟ ଗ୍ଲାସର ମୂଲ୍ୟ ଏହାର ଅଧା ରହିଛି । କିନ୍ତୁ ଫ୍ୟାସିଲିଟି ଦୃଷ୍ଟିରୁ ଦେଖିଲେ ଟାଇଟନ ସ୍ମାର୍ଟ ଅଡିଓ ଗ୍ଲାସଠାରୁ  ଏମ୍ବ୍ରେନ୍ ଗ୍ଲେର୍ ସ୍ମାର୍ଟ ଗ୍ଲାସରେ ଅଧିକ ଫିଚର୍ସ ରହିଛି ।