ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ଏପ୍ରିଲ ମାସ ୩୦ ତାରିଖରେ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗରେ ଚନ୍ଦ୍ରମା ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିଦେଇଥାଏ। ଯେଉଁଥିପାଇଁ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼ିପାରେନାହିଁ। ଯେତେବେଳେ ସୂର୍ଯ୍ୟଙ୍କୁ ଚନ୍ଦ୍ର ଆଂଶିକ ଆଚ୍ଛାଦିତ କରେ, ଏହାକୁ ଆଂଶିକ ସୂର୍ଯ୍ୟପରାଗ କୁହାଯାଏ। ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଙ୍କୁ ମଧ୍ୟ ଭାଗରେ ଆଚ୍ଛାଦିତ କରେ, ଏହାକୁ ବଳୟକାର ସୂର୍ଯ୍ୟପରାଗ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ-


COMMERCIAL BREAK
SCROLL TO CONTINUE READING

କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ ସୂର୍ଯ୍ୟପରାଗ


ମେଶ- ସୂର୍ଯ୍ୟପରାଗ ସମୟରେ ମେଶ ରାସିର ଲୋକଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜ୍ୟୋତିର୍ବିଦଙ୍କ ପରାମର୍ଶ ଅନୁଯାୟୀ ସୂର୍ଯ୍ୟଗ୍ରହଣ ଦିନ ମେଶ ରାଶିର ବ୍ୟକ୍ତି ବିଶେଷ ଅର୍ଥ ସହ ଜଡ଼ିତ କୌଣସି କାର୍ଯ୍ୟ କରନ୍ତୁ ନାହିଁ। କଥାବାର୍ତ୍ତା କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।


ବୃଷ- ସୂର୍ଯ୍ୟପରାଗ ସମୟରେ ବୃଷ ରାଶି ବ୍ୟକ୍ତିବିଶେଷଙ୍କର ଆତ୍ମବିଶ୍ୱାସର ହ୍ରାସ ଘଟିବ। ଏହି ଦିନ ଅନାବଶ୍ୟକ ଚାପଠାରୁ ଦୂରେଇ ରୁହନ୍ତୁ।


ମିଥୁନ- ସୂର୍ଯ୍ୟପରାଗ ସମୟରେ ମିଥୁନ ରାଶିର ବ୍ୟକ୍ତିବିଶେଷ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଉଚିତ୍। ଏହାସହ ଆପଣଙ୍କ ଚତୁର୍ପାର୍ଶ୍ୱରେ ଘଟୁଥିବା ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ ଓ ସାବଧାନ ରୁହନ୍ତୁ।


କର୍କଟ- ସୂର୍ଯ୍ୟପରାଗ ସମୟରେ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ। ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ। ଏହି ସମୟରେ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସମସ୍ୟା ଦୂର ହେବ।


Also Read: ଆଜିର ରାଶିଫଳ: ସୁଖମୟ ହେବ ଦାମ୍ପତ୍ୟ ଜୀବନ, ଏହି କାର୍ଯ୍ୟରେ ଆସିପାରେ ଅବରୋଧ


 


ସିଂହ- ସୂର୍ଯ୍ୟପରାଗ ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ। ହେଲେ ଧ୍ୟାନ ରଖନ୍ତୁ ସୂର୍ଯ୍ୟପରାଗ ସମୟରେ କୌଣସି ପ୍ରକାର ନିବେଶ କରନ୍ତୁ ନାହିଁ।


କନ୍ୟା- ସୂର୍ଯ୍ୟପରାଗ ସମୟରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଚାକିରି ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।


ତୁଳା- ସୂର୍ଯ୍ୟପରାଗ ସମୟରେ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନକରାତ୍ମକ ରହିବ। ଏହି ସମୟରେ, ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ। ଏହାସହ ସହିତ କୈଣସି ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।


ବିଛା- ସୂର୍ଯ୍ୟପରାଗ ସମୟରେ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଚାକିରି ଓ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ, ଅହଂଭାବକୁ ପରିତ୍ୟାଗ କରନ୍ତୁ । ସ୍ୱଭାବରେ କୋମଳତା ଆଣନ୍ତୁ।


Also Read: ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା


 


ଧନୁ- ସୂର୍ଯ୍ୟପରାଗ ସମୟରେ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସୂର୍ଯ୍ୟପରାଗ ସମୟରେ ଶତ୍ରୁମାନଙ୍କ ଉପରେ ବିଜୟ ପାଇବେ।


ମକର- ସୂର୍ଯ୍ୟପରାଗ ସମୟରେ ମକର ରାଶିର ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
ଏହି ସମୟ ମଧ୍ୟରେ ଜୁଆ ଖେଳ ଓ ବାଜି ଲଗାଇବାରୁ ଦୂରେଇ ରୁହନ୍ତୁ...


କୁମ୍ଭ- ସୂର୍ଯ୍ୟପରାଗ ସମୟରେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ନିବେଶରେ କ୍ଷତି ସହିବେ। ପାରିବାରିକ ବିବାଦ ଓ ଯୋଜନାରେ ବିଫଳତାର ସମ୍ମୁଖୀନ ହୋଇପାରନ୍ତି।


ମୀନ- ସୂର୍ଯ୍ୟପରାଗ ସମୟରେ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହେବାକୁ ଯାଉଛି। ଅତୀତର ନିବେଶରୁ ଲାଭ ମିଳିବ। ଶତ୍ରୁମାନଙ୍କୁ ପରାସ୍ତ କରିବେ ଓ ସାମାଜିକ ସମ୍ମାନ ପାଇବାକୁ ସକ୍ଷମ ହେବ।