ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା
Advertisement
Article Detail0/zeeodisha/odisha1131129

ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

Heart Attack: ଯଦି ହୃଦୟ ମାଂସପେଶୀ ଠିକ୍ ସମୟରେ କାମ ନକରେ, ତେବେ ଏକ ବଡ଼ ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ହୃଦଘାତ ପୂର୍ବରୁ ଆମ ଶରୀର କେଉଁ ପ୍ରକାରର ସଙ୍କେତ ଦେଇଥାଏ, ଯାହାକୁ ଆପଣ କେବେବି ଅଣଦେଖା କରିବା ଉଚିତ୍ ନୁହେଁ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Heart Attack: ସାଧାରଣତଃ ହାର୍ଟ ଆଟାକ୍ ବା ହୃଦଘାତ (Heart Attack) ର ସମସ୍ୟା ପରିବର୍ତ୍ତିତ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ଯୋଗୁଁ ହୋଇଥାଏ । ଏହି କାରଣରୁ ଦେଶର ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ହୃଦଘାତ ଜନିତ ସମସ୍ୟା ରହିଛି । ଧ୍ୟାନ ଦେବା କଥା ହେଉଛି ଅଧିକାଂଶ ଲୋକଙ୍କୁ ସାଇଲେଣ୍ଟ ଆଟାକ୍ ମଧ୍ୟ ଅନେକ ଥର ଆସିଥାଏ, କିନ୍ତୁ ସେମାନେ ଏହା ଜାଣ ପାରନ୍ତି ନାହିଁ । ଯଦି ହୃଦୟ ମାଂସପେଶୀ ଠିକ୍ ସମୟରେ କାମ ନକରେ, ତେବେ ଏକ ବଡ଼ ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ହୃଦଘାତ ପୂର୍ବରୁ ଆମ ଶରୀର କେଉଁ ପ୍ରକାରର ସଙ୍କେତ ଦେଇଥାଏ, ଯାହାକୁ ଆପଣ କେବେବି ଅଣଦେଖା କରିବା ଉଚିତ୍ ନୁହେଁ ।

ଯଦି ହୃଦଘାତ (Heart Attack) ର ପ୍ରାରମ୍ଭିକ ଲକ୍ଷଣ ଶୀଘ୍ର ଚିହ୍ନଟ ହୁଏ ତେବେ ଅନେକ ଜୀବନ ରକ୍ଷା କରାଯାଇପାରିବ ।  ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଅସ୍ଥିରତା, ଛାତିରେ ଅସ୍ୱାଭାବିକତା, ଛାତିରେ ଭାରୀତା, ଛାତି ଯନ୍ତ୍ରଣା, ଝାଳ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ସାମିଲ ରହିଛି । ଏହା ବ୍ୟତୀତ ଅନେକ ଲୋକଙ୍କୁ ଏସିଡିଟି ହୋଇଥାଏ, ଯାହାକୁ କିଛି ଲୋକ ଏକ ଗ୍ୟାସ୍ ସମସ୍ୟା ବୋଲି ଭାବନ୍ତି । ଆପଣଙ୍କୁ କହି ରଖୁଛୁ ଯେ ହୃଦଘାତ ପୂର୍ବରୁ ଏହା ମଧ୍ୟ ଏକ ଲକ୍ଷଣ । ଏହାକୁ ସାଇଲେଣ୍ଟ ହୃଦଘାତ (Silent Heart Attack) ବୋଲି ମଧ୍ୟ କୁହାଯାଏ ।

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର

ଏହା ବି ପଢ଼ନ୍ତୁ:-ମାର୍ଚ୍ଚ ୨୫ରେ ବନ୍ଦ ହେବ କି ଋଷ-ୟୁକ୍ରେନ ଯୁଦ୍ଧ ନା ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁଦ୍ଧର ମହା ବିନାଶ? ଜାଣନ୍ତୁ କାହିଁକି ଏତେ ଖାସ୍ ଏହି ଦିନ

ଏହା ବି ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି

 

ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (US Centers for Disease Control and Prevention:CDC) ଅନୁଯାୟୀ, ହୃଦଘାତ (Heart Attack) ପୂର୍ବରୁ ଦୁର୍ବଳତା, ହାଲୁକା ମୁଣ୍ଡବିନ୍ଧା, ବେକ ଏବଂ ପିଠିରେ ଅସୁବିଧା କିମ୍ବା ଯନ୍ତ୍ରଣା ମଧ୍ୟ ସାମିଲ ରହିଛି । ଅର୍ଥାତ ଯଦି ଆପଣ ଏପରି କୌଣସି ଲକ୍ଷଣ ଦେଖନ୍ତି, ତେବେ ଏହାକୁ ହାଲୁକା ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ଅଧିକ ସୂଚନା ପାଇବା ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।