Odisha News: ରାଜ୍ୟରେ ଉପର ମୁହାଁ ଆଜମା ରୋଗୀଙ୍କ ସଂଖ୍ୟା, ଆକ୍ରାନ୍ତଙ୍କ ଲିଷ୍ଟରେ ଟପରେ ଏହିସବୁ ଜିଲ୍ଲା..
Advertisement
Article Detail0/zeeodisha/odisha1948330

Odisha News: ରାଜ୍ୟରେ ଉପର ମୁହାଁ ଆଜମା ରୋଗୀଙ୍କ ସଂଖ୍ୟା, ଆକ୍ରାନ୍ତଙ୍କ ଲିଷ୍ଟରେ ଟପରେ ଏହିସବୁ ଜିଲ୍ଲା..

Odisha News: ବିଷ ବଳୟରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଲୋକେ। ଲଗାତାର ୧ ସପ୍ତାହ ହେଲା ଦିଲ୍ଲୀରେ ବାୟୁର ମାନ ଅତି ନିମ୍ନମାନର ହୋଇଯାଇଛି। କେବଳ ଦିଲ୍ଲୀ-ଏନସିଆର(Delhi-Ncr) ନୁହେଁ ଦେଶର ପ୍ରମୁଖ ଜନଗହଳି ପୂର୍ଣ୍ଣ ସହରମାନଙ୍କରେ ଜନସଂଖ୍ୟା ବୃଦ୍ଧି ସହ ବାୟୁ ପ୍ରଦୂଷଣ ମଧ୍ୟ ବଢ଼ି ବଢ଼ି ଚାଲିଛି। 

Odisha News: ରାଜ୍ୟରେ ଉପର ମୁହାଁ ଆଜମା ରୋଗୀଙ୍କ ସଂଖ୍ୟା, ଆକ୍ରାନ୍ତଙ୍କ ଲିଷ୍ଟରେ ଟପରେ ଏହିସବୁ ଜିଲ୍ଲା..

Odisha News: ବିଷ ବଳୟରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଲୋକେ। ଲଗାତାର ୧ ସପ୍ତାହ ହେଲା ଦିଲ୍ଲୀରେ ବାୟୁର ମାନ ଅତି ନିମ୍ନମାନର ହୋଇଯାଇଛି। କେବଳ ଦିଲ୍ଲୀ-ଏନସିଆର(Delhi-Ncr) ନୁହେଁ ଦେଶର ପ୍ରମୁଖ ଜନଗହଳି ପୂର୍ଣ୍ଣ ସହରମାନଙ୍କରେ ଜନସଂଖ୍ୟା ବୃଦ୍ଧି ସହ ବାୟୁ ପ୍ରଦୂଷଣ ମଧ୍ୟ ବଢ଼ି ବଢ଼ି ଚାଲିଛି। ବିଶ୍ୱର ଟପ୍-୧୦ ପ୍ରଦୂଷିତ ସହର ମଧ୍ୟରେ ରହିଛି ଦିଲ୍ଲୀ ଓ ମୁମ୍ବାଇ(Mumbai)। ସେପଟେ ଓଡ଼ିଶାରେ ମଧ୍ୟ ପରିସ୍ଥିତି ବିଗିଡ଼ିବାରେ ଲାଗିଛି।ରାଜ୍ୟର ୭ଟି ସହରରେ ପ୍ରଦୂଷଣର ସ୍ତର ଉଦବେଗଜନକ।

ପ୍ରଦୂଷଣ ପାଇଁ ରାଜ୍ୟରେ ଆଜ୍‌ମା ରୋଗ ମଧ୍ୟ ବଢ଼ି ବଢ଼ି ଚାଲିଛି। ଗତବର୍ଷ ରାଜ୍ୟରେ ଆଜମା ରୋଗରେ ୩ ହଜାର ୩୪୮ ଜଣ ଲୋକ ମୃତ୍ୟୁ ବରଣ କରିଥିବା ରେକର୍ଡ କରାଯାଇଛି। ତେଣୁ ପ୍ରଦୂଷଣ ପାଇଁ ଓଡ଼ିଶାରେ ହଜାର ହଜାର ଲୋକ ପ୍ରାଣ ହରାଉଥିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ଭୁବନେଶ୍ବର, କଟକ, ଅନୁଗୁଳ, ରାଉରକେଲା, ତାଳଚେର, ବାଲେଶ୍ବର ଓ କଳିଙ୍ଗନଗରରେ ପ୍ରଦୂଷଣର ମାତ୍ରା ବଢ଼ିଛି। ଏହି ସବୁ ସ୍ଥାନମାନଙ୍କରେ ବାୟୁର ଗୁଣବତ୍ତା ଖରାପ ହୋଇଛି, ଯାହାଫଳରେ ଏଠାରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।ତେବେ ଏ ନେଇ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ ଏହି ସମସ୍ତ ଜିଲ୍ଲାମାନଙ୍କ ଉପରେ ଅନୁଧ୍ୟାନ ଆରମ୍ଭ ହୋଇଛି।

ସେପଟେ ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ(Capital Hospital) ସମେତ ଏମ୍‌ସ, କିମ୍‌ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲ, କଟକରେ ଏସ୍‌ସିବି(SCB) ଓ ଅଶ୍ବିନୀ, ଅନୁଗୁଳ(Anugul) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତାଳଚେରସ୍ଥିତ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ, ରାଉରକେଲାରେ(Rourkela) ଆରଜିଏଚ୍‌ ଓ ଆଇଜିଏଚ୍‌, ବାଲେଶ୍ବରରେ(Balasore) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଓ କଳିଙ୍ଗନଗରସ୍ଥିତ ହସ୍ପିଟାଲରୁ ଏଆର୍‌ଆଇ(ARI) ରୋଗୀଙ୍କ ତଥ୍ୟ ସଂଗ୍ରହ ଚାଲିଛି। ଏହାରି ମଧ୍ୟରେ ୨ ରୁ ୩ ବର୍ଷ ହେବ, ଏହି କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଏଯାଏ ଏଆର୍‌ଆଇ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭବ ହୋଇପାରିନାହିଁ।

Also Read: Millet: ଶରୀର ପାଇଁ ବରଦାନ ସଦୃଶ୍ୟ ମାଣ୍ତିଆ, ଖାଇଲେ ଦୂର ହୋଇଥାଏ କର୍କଟ ଓ ମଧୁମେହ!