Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଯାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ। ଏହି କ୍ରମରେ ଛାୟାଗ୍ରହ କେତୁ ବର୍ତ୍ତମାନ ମକର ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୬ଟା ୨୦ ମିନିଟ୍ ସମୟରେ  ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ କେତୁ-ବୃହସ୍ପତିଙ୍କ ମିଳନ ନବପଞ୍ଚମ ରାଜଯୋଗ (Navpancham Rajyog 2024) ସୃଷ୍ଟି କରୁଛି। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଧନ, ସମ୍ପତ୍ତି, ବିବାହ, ସନ୍ତାନ, ଅପାରଗତା, ଧାର୍ମିକ କାର୍ଯ୍ୟ, ଦାନ ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଉଥିବା ବେଳେ କେତୁକୁ ଛାୟାଗ୍ରହ ବୋଲି କୁହାଯାଏ।  ଦିର୍ଘ ୫୦୦ ବର୍ଷ ପରେ ସୃଷ୍ଟି ହୋଇଥିବା  ଏହି ନବପଞ୍ଚମ ରାଜଯୋଗ କିଛି ରାଶିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବାକୁ ଯାଉଛି।...


COMMERCIAL BREAK
SCROLL TO CONTINUE READING

ALSO READ: Rahu Transit 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ରାହୁଙ୍କ ଚଳନ, ମିଳିବ ପ୍ରବଳ ଧନ!


ବୃଷ: ଦିର୍ଘ ୫୦୦ ବର୍ଷ ପରେ ସୃଷ୍ଟି ହୋଇଥିବା ଏ-ହି ନବପଞ୍ଚମ ରାଜଯୋଗ ବୃଷ ରାଶିଙ୍କ ପାଇଁ ବେଶ୍ ପଳଦାୟୀ ରହିବ।  କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ବ୍ୟାବସାୟ ଖୁବ୍ ଜୋରରେ ଆଗକୁ ବଢିବାର ସମ୍ଭାବନା ରହିଛି । ଆୟରେ ବୃଦ୍ଧି ଘଟିବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଫଳରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ସୁସମ୍ବାଦ ପାଇବେ। 


ମିଥୁନ: ନବପଞ୍ଚମ ରାଜଯୋଗ  ଏହି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିଦେବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଦରମା ବୃଦ୍ଧି ହେବା ସହ ବ୍ୟୟ ସନ୍ତୁଳିତ ରହିବ । ଏହି ସମୟରେ ଭାଗ୍ୟ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସାଥ୍ ଦେବ। ପରିଶ୍ରମର ଫଳ ପାଇବେ। ବ୍ୟାଙ୍କ ବାଲାନ୍ସ ବଢିବ। ପ୍ରେମୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ନିଜ ଜୀବନ ସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।


ମକର: ମକର ରାଶିର ଲୋକଙ୍କ ପାଇଁ ଏହି ରାଜଯୋଗ ବେଶ୍ ଫଳପ୍ରଦ ରହିବ। ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିବ । ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ। ଏପରିକି ବିବାହ ସହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି ହେବ। ଆୟରେ ବୃଦ୍ଧି ଘଟିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)