Grah Gochar 2023: ଚଳନ ବଦଳାଇବେ ୬ଟି ଗ୍ରହ, ଅପାର ଧନ ସମ୍ପତ୍ତିରେ ଭରିଯିବ ଏହି ରାଶିଙ୍କ ଜୀବନ!
Advertisement
Article Detail0/zeeodisha/odisha1887673

Grah Gochar 2023: ଚଳନ ବଦଳାଇବେ ୬ଟି ଗ୍ରହ, ଅପାର ଧନ ସମ୍ପତ୍ତିରେ ଭରିଯିବ ଏହି ରାଶିଙ୍କ ଜୀବନ!

Grah Gochar 2023:  ଆସନ୍ତା ଅକ୍ଟୋବର ମାସରେ ସୂର୍ଯ୍ୟ, ଶୁକ୍ର, ରାହୁ, କେତୁ ଓ ବୁଧ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହମାନଙ୍କ ଏହି ଗତିବିଧି କିଛି ରାଶି ପାଇଁ ଲାଭବାନ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହ କେଉଁ ରାଶିକୁ ଚଳନ କରିବେ।

 

ସୌ(ସୋସିଆଲ ମିଡିଆ)

Grah Gochar October 2023: ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପକାଇଥାଏ । ତେବେ ଆସନ୍ତା ଅକ୍ଟୋବର ମାସରେ ବହୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ୧୨ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବା ନେଇ ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ମାସରେ ସୂର୍ଯ୍ୟ, ଶୁକ୍ର, ରାହୁ, କେତୁ ଓ ବୁଧ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହମାନଙ୍କ ଏହି ଗତିବିଧି କିଛି ରାଶି ପାଇଁ ଲାଭବାନ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହ କେଉଁ ରାଶିକୁ ଚଳନ କରିବେ।

  • କନ୍ୟା ରାଶିକୁ ଚଳନ କରିବେ ବୁଧ

ଗ୍ରହମାନଙ୍କ ରାଜକୁମାର ବୁଧ ଅକ୍ଟୋବର ୧ ତାରିଖ ରାତି ୮:୨୯ ମିନିଟ୍ ରେ କନ୍ୟା ରାଶିକୁ ଚଳନ କରିବେ ।

  • ସିଂହ ରାଶିକୁ ଚଳନ କରିବେ ଶୁକ୍ର

ଦତ୍ୟ ଗୁରୁ ଶୁକ୍ର ଅକ୍ଟୋବର ୨ ତାରିଖ ରାତି ୧୨:୪୩ ମିନିଟ୍ ରେ ସିଂହ ରାଶିକୁ ଚଳନ କରିବେ ।

  • ତୁଳା ରାଶିକୁ ଚଳନ କରିବେ ମଙ୍ଗଳ

ଗ୍ରହ ମାନଙ୍କ ସେନାପତି ମଙ୍ଗଳ ଅକ୍ଟୋବର ୩ ତାରିଖ ସନ୍ଧ୍ୟା ୫:୧୨ ମିନିଟ୍ ରେ ତୁଳା ରାଶିରେ ପ୍ରବେଶ କରିବେ ।

  • ତୁଳା ରାଶିକୁ ଚଳନ କରିବେ ସୂର୍ଯ୍ୟ

ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅକ୍ଟୋବର ୧୮ ତାରିଖ ଦ୍ବିପ୍ରହର ୧:୧୮ ମିନିଟ୍ ରେ ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।

  • ତୁଳା ରାଶିକୁ ଚଳନ କରିବେ ବୁଧ

ବୁଦ୍ଧି ଓ ବାଣୀର କାରକ ବୁଧ ଅକ୍ଟୋବର ୧୯ ଦ୍ବିପ୍ରହର ୧:୦୬ ମିନିଟ୍ ରେ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ ।

  • ମୀନ ରାଶିକୁ ଚଳନ କରିବେ ରାହୁ

ରାହୁ ଅକ୍ଟୋବର ୩୦ ତାରିଖ ଦ୍ବିପ୍ରହର ୨:୧୩ ମିନିଟ୍ ରେ ମେଷ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ।

  • କନ୍ୟା ରାଶିରେ ପ୍ରବେଶ କରିବେ କେତୁ

କେତୁ ପ୍ରାୟ ଦେଢ ବର୍ଷ ପରେ ତୁଳା ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଏହି ଚଳନ ଅକ୍ଟୋବର ୩୦ ତାରିଖ ରାତି 2ଟା ୧୩ ମିନିଟ୍ ରେ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)