Makar Sankranti 2024: ମକର ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ମିଳିବ ଶୁଭଫଳ ସହ ଧନଧାନ୍ୟରେ ଭରିଯିବ ଜୀବନ!
Advertisement
Article Detail0/zeeodisha/odisha2045043

Makar Sankranti 2024: ମକର ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ମିଳିବ ଶୁଭଫଳ ସହ ଧନଧାନ୍ୟରେ ଭରିଯିବ ଜୀବନ!

Makar Sankranti 2024:  ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଏହି ଦିନ ନଦୀରେ ଗାଧୋଇବା ସହ ଦାନର ବିଶେଷ ମହତ୍ବ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ଜାନୁୟାରୀ ୧୫ ଅର୍ଥାତ୍ ପୁଷ ମାସ ଶୁକ୍ଲ ପକ୍ଷ ପଞ୍ଚମ ତିଥିରେ ମକର ସଂକ୍ରାନ୍ତି ପାଳନ କରାଯିବ। ତେବେ, ଆସନ୍ତୁ ଜାଣିବା କେଉଁ ମକର ସଂକ୍ରାନ୍ତିରେ କେଉଁ ରାଶିର ଲୋକେ କଣ ସବୁ ଦାନ କଲେ ସେମାନଙ୍କୁ ପୁଣ୍ୟପ୍ରାପ୍ତି ହେହା ସହ ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ...

Makar Sankranti 2024: ମକର ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ମିଳିବ ଶୁଭଫଳ ସହ ଧନଧାନ୍ୟରେ ଭରିଯିବ ଜୀବନ!

Makar Sankranti 2024: ମକର ସଂକ୍ରାନ୍ତି (Makar Sankranti 2024) ଏକ ସର୍ବ ଭାରତୀୟ ପର୍ବ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଏହି ଦିନ ନଦୀରେ ଗାଧୋଇବା ସହ ଦାନର ବିଶେଷ ମହତ୍ବ ରହିଛି । ଏହା ବ୍ୟତୀତ ଏହି ଦିନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ ମଧ୍ୟ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ଜାନୁୟାରୀ ୧୫ ଅର୍ଥାତ୍ ପୁଷ ମାସ ଶୁକ୍ଲ ପକ୍ଷ ପଞ୍ଚମ ତିଥିରେ ମକର ସଂକ୍ରାନ୍ତି ପାଳନ କରାଯିବ। ଏହି ଦିନ ସକାଳ ୦୭:୧୫ରୁ ସନ୍ଧ୍ୟା ୦୫:୪୬ ଯାଏଁ ଶୁଭ ବେଳା ରହିଛି । ଏହି ଅବଧି ମଧ୍ଯରେ, ପୂଜାପାଠ ଓ ଦାନ ଧର୍ମ କରିବା ଦ୍ବାରା ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ମକର ସଂକ୍ରାନ୍ତିରେ କେଉଁ ରାଶିର ଲୋକେ କଣ ସବୁ ଦାନ କଲେ ସେମାନଙ୍କୁ ପୁଣ୍ୟପ୍ରାପ୍ତି ହେହା ସହ ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ...

ଏହାବି ପଢନ୍ତୁ : Gold Rate: ୫୦ ହଜାର ତଳେ ସୁନା , ଜାଣନ୍ତୁ ଟ୍ବିନସିଟିରେ କେତେ ରହିଛି ସୁନା ଦର?

ମେଷ ରାଶି: ଏହି ରାଶିର ଲୋକମାନେ ମକର ସଂକ୍ରାନ୍ତି ଦିନ ଧଳା ରଶି ଓ ଗୁଡ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ। ବ୍ୟବସାୟରେ ଅଗ୍ରଗତି କରିବା ସହ ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇବ।

ବୃଷ ରାଶି: ସେହିପରି ଏହି ରାଶିର ଲୋକେ ଧଳା ରଙ୍ଗର ପୋଷାକ ଓ ଧଳା ରଙ୍ଗର ରାଶି ଲଡୁ ଦରିଦ୍ର ଲୋକଙ୍କୁ ଦାନ କରିବା ଉଚିତ୍। ଫଳରେ କୋଟିପୂଣ୍ୟ ମିଳିଥାଏ। 

ମିଥୁନ ରାଶି:  ଏହି ରାଶିର ଲୋକେ ଚାଉଳ ଓ ମୁଗ ଡାଲି ଅସହାୟଙ୍କୁ ଦାନ କଲେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇଥାଆନ୍ତି।
 
କର୍କଟ ରାଶି: ମକର ସଂକ୍ରାନ୍ତି ଦିନ ଏହି ରାଶିର ଲୋକେ ମିଠା ବା କିଛି ରାନ୍ଧା ଖାଦ୍ୟ ଗରିବଙ୍କୁ ଦାନ କରନ୍ତୁ। ଦେଖିବେ ବିବାହରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଯିବ। ଏବଂ ସମସ୍ତ ପାପାରୁ ମୁକ୍ତି ମିଳିବ। 

ସିଂହ ରାଶି: ସେହିପରି, ଏହି ରାଶିର ବ୍ୟକ୍ତି ବିଶେଷ ତମ୍ବାପାତ୍ର ଅସହାୟ ଲୋକଙ୍କୁ ଦାନ କରିବା ଉଚିତ୍।  ଘରେ ସୁଖ ସମୃଦ୍ଧି ବଢିବ।

କନ୍ୟା ରାଶି:  ଏହି ରାଶିର ଲୋକେ ସବୁଜ ପୋଷାକ ଓ ଡାଲି(ମୁଗ ଡାଲି) ଦାନ କରିବା ଉଚିତ୍ । ଏପରି କରିବା ଦ୍ବାରା ସୂର୍ଯ୍ୟଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଥାଆନ୍ତି। 
 
ତୁଳା ରାଶି: ଏହି ରାଶିର ଲୋକେ ଅସହାୟଙ୍କୁ ମକର ସଂକ୍ରାନ୍ତି ଦିନ କମ୍ବଳ ଓ ଚିନି ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ଆପଣ କ୍ୟାରିୟରରେ ବିଶେଷ ସଫଳତା ପାଇବେ।

ବିଛା ରାଶି:  ଅସହାୟଙ୍କୁ କଳା ଜିରା ଓ ନାଲି ପୋଷାକ ଦାନ କରିବା ଉଚିତ୍ । ଏହା ଦ୍ବାରା ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ।

ଧନୁ ରାଶି: ସେହିପରି, ଏହି ରାଶିର ଲୋକେ ସେହି ଦିନ ଗୁଡ ଓ କିଛି ରନ୍ଧା ଖାଦ୍ୟ ଦାନ କରିବା ଉଚିତ୍। 

ମକର ରାଶି: ମକର ରାଶିର ଲୋକେ ମକର ସଂକ୍ରାନ୍ତି ଦିନ ଗୁଡ ଓ ଧଳା ରାଶି ଲଡୁ ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ। 

କୁମ୍ଭ ରାଶି:  ଖିଚିଡି, ବିରି ସହ ଧଳା ରାଶିର ଲଡୁ ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ଆପଣଙ୍କ ସମାଜରେ ଯଶ ବଢିବ।

ମୀନ ରାଶି: କାବୁଲି ବୁଟ, ଚାଉଳ ସହ ଅସହାୟ ମହିଳାଙ୍କୁ ଶିଲ୍କ ଶାଢୀ ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ଆପଣଙ୍କ କ୍ୟାରିୟରରେ ବିପୁଳ ସଫଳତା ପାଇବେ। ଏବଂ ଚାକିରି ପାଇଁ ନୂଆ ଅଫର ବି ପାଇବେ।  

ମକର ସଂକ୍ରାନ୍ତି ଦିନ ଦାନ କରନ୍ତୁ : 
-ମକର ସଂକ୍ରାନ୍ତି ଦିନ ଖିଚିଡି ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଆସିଥାଏ ।
-ଏହି ଦିନ ଗୁଡ ଏବଂ ରାଶି(ରାଶି ଲଡୁ) ଦାନ କରିବା ଦ୍ୱାରା ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି ମଜବୁତ୍ ହୋଇଥାଏ। 
-ଶନିଙ୍କ ସାଡେ ଶତି ଦ୍ୱାରା ପ୍ରଭାବିତ ବ୍ୟକ୍ତି , ଏହି ଦିନ ଏକ ତମ୍ବା ପାତ୍ରରେ ଗୁଡ ଓ କଳା ରାଶି ଦାନ ଅସହାୟଙ୍କୁ ଦାନ କରିବା ଉଚିତ୍। 
-ଯଦି କୌଣସି ବ୍ୟକ୍ତି ଖରାପ ସମୟ ଦେଇ ଗତି କରୁଛନ୍ତି ତେବେ ସେ ମକର ସଂକ୍ରାନ୍ତି ଦିନ ଲୁଣ ଦାନ କରିବା ଉଚିତ୍।
-ମକର ସଂକ୍ରାନ୍ତି ଦିନ ଘିଅ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ, ଏହା କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଥାଏ। 
-ମକର ସଂକ୍ରାନ୍ତି ଦିନ ଶସ୍ୟ ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ମାଆଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ଥାଏ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)