)
Rajyog 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ରାଶିରେ ଏକା ସାଙ୍ଗରେ ତିନି ଗ୍ରହଙ୍କ ମିଳନ ଫଳରେ ରାଜଯୋଗ (Rajyog 2024) ସୃଷ୍ଟି ହୋଇଥାଏ । ଆସନ୍ତାମାସ ଅର୍ଥାତ୍ ମାର୍ଚ୍ଚ ମାସରେ ମଙ୍ଗଳ ,ଶନି ଓ ଶୁକ୍ର ଏକତ୍ର ହୋଇ ରୁଚକ ରାଜଯୋଗ (Ruchak Rajyog) ଗଠନ କରିବେ। ଜ୍ୟୋତିଷ ଅନୁଯାୟୀ, ଏହି ରାଜଯୋଗ ୧୨ ଟି ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଯେ, ରାଜଯୋଗ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ମାସ (ମାର୍ଚ୍ଚ ୨) ସକାଳ ୭ଟା ୪୫ ମିନିଟ୍ ସମୟରେ ମଙ୍ଗଳ ଓ ଶନିଦେବ ମୀନ ରାଶିକୁ ଚଳନ କରିବେ । ଯେଉଁ ରାଶିରେ ଶୁକ୍ର ପୂର୍ବରୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ତିନି ରାଶିଙ୍କ ମିଳନ ରୁଚକ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ ଦିର୍ଘ ୨୦୦ ବର୍ଷ ପରେ ପଡିଛି। ?ଯାହା କିଛି ରାଶି ପାଇଁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ଅଟେ। ଏହି ରୁଚକ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
ଧନୀ ହେବେ ତିନି ଏହି ତିନି ରାଶି:
ବୃଷ ରାଶି: ରୁଚକ ରାଜଯୋଗ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଲାଭ ମିଳିବ । ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ନିବେଶରୁ ଲାଭ ମିଳିବ । କୋର୍ଟ କେଚେରୀରେ ଚାଲିଥିବା ମାମଲା ଆପଣଙ୍କ ସପକ୍ଷରେ ଯିବ
ମିଥୁନ ରାଶି: ମିଥୁନ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ ଏହି ରାଜଯୋଗ। ଶାସ୍ତ୍ର ଅନୁଯାୟୀ, ଏହି ରାଜଯୋଗ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ବହୁ ପୁରୁଣା ସମସ୍ୟାରୁ ମୁକ୍ତି ଦେବ। ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । ଚାକିରିରେ ପଦୋନ୍ନତି ହେବ । ବ୍ୟବସାୟରୁ ଲାଭ ମିଳିବ । ନୂତନ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଚାକିରି ନେଇ ଅଫର ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ମାଆଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ ।
ସିଂହ ରାଶି: ସେହିପରି ଆସନ୍ତା ମାସରୁ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ସହ ଲାଭ ମିଳିବ । ଆୟ ବଢିବ । ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ପୁରୁଣା ମନୋମାଳିନ୍ୟ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଖାସ୍ ରହିବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)