Gajalakshmi Rajyoga 2024: ଗଜଲକ୍ଷ୍ମୀ ରାଜଯୋଗ ବଦଳାଇବ ତିନି ରାଶିଙ୍କ ଭାଗ୍ୟ , ମିଳିବ ଶୁଭଫଳ
Advertisement
Article Detail0/zeeodisha/odisha2109470

Gajalakshmi Rajyoga 2024: ଗଜଲକ୍ଷ୍ମୀ ରାଜଯୋଗ ବଦଳାଇବ ତିନି ରାଶିଙ୍କ ଭାଗ୍ୟ , ମିଳିବ ଶୁଭଫଳ

Gajalakshmi Rajyoga 2024:  ବୃହସ୍ପତି ଆଜି ସକାଳ ୧୦ଟା ୫୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ ବା ମାର୍ଗି (guru gochar 2023) ହେବେ। ବୃହସ୍ପତିଙ୍କ ଏହି ମାର୍ଗି ହେବା ଗଜଲକ୍ଷ୍ମୀ ରାଜଯୋଗ (Gaja lakshmi Rajyoga) ସୃଷ୍ଟି କରୁଛି ।  ଗଜଲକ୍ଷ୍ମୀ ରାଜଯୋଗ କାରଣରୁ କିଛି ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ଆଣୁଛି । ଅର୍ଥାତ୍ ସେମାନଙ୍କ ଜୀବନରେ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆର୍ଥପ୍ରାପ୍ତିର ଯୋଗ ରହିବା ସହିତ ସେମାନଙ୍କ କର୍ମକ୍ଷେତ୍ରେର ମଧ୍ୟ ସଫଳତା ପ୍ରାପ୍ତ କରିବେ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

Gajalakshmi Rajyoga 2024: ଗଜଲକ୍ଷ୍ମୀ ରାଜଯୋଗ ବଦଳାଇବ ତିନି ରାଶିଙ୍କ ଭାଗ୍ୟ , ମିଳିବ ଶୁଭଫଳ

Gajalakshmi Rajyoga 2024: ଦେବଗୁରୁ (jupiter)ବୃହସ୍ପତି ହେଉଛନ୍ତି ସମସ୍ତ ଗ୍ରହମାନଙ୍କର ଗୁରୁ ଅଟନ୍ତି । ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧି ଆଦିର କାରକ ବୋଲି ବିବେଚନା କରାଯାଏ।  ଏହି ଗ୍ରହର ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଗୁଡିକ ଉପରେ ପ୍ରଭାବ ପକାଇଥାଏ।  ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଲୋକଙ୍କ ଭାଗ୍ୟ ମଧ୍ଯ ବଦଳିଥାଏ । ତେବେ ଏଭଳି ସ୍ଥିତିରେ ବୃହସ୍ପତି ଆଜି ସକାଳ ୧୦ଟା ୫୦ ମିନିଟ୍ ସମୟରେ ମେଷ ରାଶିକୁ ଚଳନ ବା ମାର୍ଗି (guru gochar 2023) ହେବେ। ବୃହସ୍ପତିଙ୍କ ଏହି ମାର୍ଗି ହେବା ଗଜଲକ୍ଷ୍ମୀ ରାଜଯୋଗ (Gaja lakshmi Rajyoga) ସୃଷ୍ଟି କରୁଛି ।  ଗଜଲକ୍ଷ୍ମୀ ରାଜଯୋଗ କାରଣରୁ କିଛି ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ଆଣୁଛି । ଅର୍ଥାତ୍ ସେମାନଙ୍କ ଜୀବନରେ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆର୍ଥପ୍ରାପ୍ତିର ଯୋଗ ରହିବା ସହିତ ସେମାନଙ୍କ କର୍ମକ୍ଷେତ୍ରେର ମଧ୍ୟ ସଫଳତା ପ୍ରାପ୍ତ କରିବେ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

ALSO READ: Today Horoscope: ସିଂହ ସହ ଏହି ତିନି ରାଶି ରୁହନ୍ତୁ ସାବଧାନ୍, ଜାଣନ୍ତୁ ଆଜିର ରାଶିଫଳ

ଏ-ହି ରାଶିର ଲୋକେ ହେବେ ମାଲେମାଲ୍:

ସିଂହ: ଗଜଲକ୍ଷ୍ମୀ ରାଜଯୋଗ କାରଣରୁ ଏହି ରାଶିର ଲୋକେ ଧନୀ ହେବେ। ଅର୍ଥାତ୍ ପୂର୍ବ ଅପେକ୍ଷା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ସମାଜରେ ସମ୍ମାନର ବୃଦ୍ଧି ଘଟିବ । ଏହି ସମୟରେ ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ବିଦେଶ ଯାତ୍ରା ନେଇ ଯୋଗ ରହିଛି। ବ୍ୟବସାୟରେ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ମନ ଶାନ୍ତ ଓ ପ୍ରସନ୍ନ ରହିବ । ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବା ସହ କର୍ମ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। ନୂଆ ଚାକିରି ପାଇବାର ସମ୍ଭାବନା ମଧ୍ୟ ରହିଛି । 

ଧନୁ: ଗଜଲକ୍ଷ୍ମୀ ରାଜଯୋଗ (Gaja lakshmi Rajyoga) କାରଣରୁ ଧନୁ ରାଶିର ଲୋକେ ଶୁଭଫଳ ପାଇବେ। ନୂଆବର୍ଷରୁ ଏମାନଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି ବ୍ୟବସାୟୀଙ୍କ ପାଇଁ ସମୟ ଅନୂକୂଳ ରହିଛି।  ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ । ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଏହା ସହିତ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପୁରୁଣା ବିବାଦର ଅନ୍ତ ଘଟିବ । ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବା ସହ କର୍ମ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। ନୂଆ ଚାକିରି ପାଇବାର ସମ୍ଭାବନା ମଧ୍ୟ ରହିଛି । 

କର୍କଟ: ଦେବଗୁରୁ ବୃହସ୍ପତିଙ୍କ କୃପା ଏହି ରାଶି ଉପରେ ବର୍ଷିବ। ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଆପଣ ପିଲାମାନଙ୍କ ଠାରୁ ଭଲ ଖବର ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଗଜଲକ୍ଷ୍ମୀ ରାଜଯୋଗର (Gaja lakshmiRajyoga) କାରଣରୁ ଆୟ ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହେବ। ଏହି ସମୟରେ, ଆପଣ ମଧ୍ୟ ଧନ ସଞ୍ଚୟ କରିବାକୁ ସମର୍ଥ ହେବେ । ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜନିତ ବ୍ୟାପାରରେ ସଫଳତା ପାଇବେ।  ଏବଂ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆପଣ ଏହି ସମୟରେ ନୂତନ ଗାଡି ଓ ଘର ମଧ୍ୟ କ୍ରୟ କରିପାରିବାର ସମ୍ଭାବନା ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)