Benefits Of Dates: ପ୍ରତିଦିନ ଏହି ସମୟରେ ଖାଆନ୍ତୁ ମାତ୍ର ୩ଟି ଖଜୁରୀ, ଦୂର ହେବ ଥକ୍କାପଣ, ମିଳିବ ଏସବୁ ଆଶ୍ଚର୍ଯ୍ୟଜନକ ଲାଭ
Advertisement

Benefits Of Dates: ପ୍ରତିଦିନ ଏହି ସମୟରେ ଖାଆନ୍ତୁ ମାତ୍ର ୩ଟି ଖଜୁରୀ, ଦୂର ହେବ ଥକ୍କାପଣ, ମିଳିବ ଏସବୁ ଆଶ୍ଚର୍ଯ୍ୟଜନକ ଲାଭ

Benefits Of Dates: ଖଜୁରୀରେ ମିଳୁଥିବା ପୋଷକତତ୍ତ୍ୱ ବିଷୟରେ ଆଲୋଚନା କଲେ ଏଥିରେ କ୍ୟାଲସିୟମ୍, ଫାଇବର, ଜିଙ୍କ, ମ୍ୟାଗ୍ନେସିୟମ୍ ଓ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଯାହା ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

ସୌ: ସୋସିଆଲ ମିଡିଆ

Benefits Of Dates: ଆପଣ ଯଦି ସବୁବେଳେ ଥକାପଣ କିମ୍ବା ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ଯଦି କୌଣସି କାରଣରୁ ଏହି ସମସ୍ୟାଗୁଡିକ ଘଟୁଛି, ତେବେ ଆପଣଙ୍କର ଖାଦ୍ୟପାନିୟକୁ ପରିବର୍ତ୍ତନ କରନ୍ତୁ । ଶରୀରରେ ପୋଷକ ତତ୍ତ୍ୱ ଅଭାବରୁ ଏପରି ସମସ୍ୟା ପ୍ରାୟତଃ ଘଟେ । ସେଥିପାଇଁ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ସୁସ୍ଥ ରହିବା ପାଇଁ ଏକ ସୁସ୍ଥ ଖାଦ୍ୟପାନିୟ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଖାଦ୍ୟରେ ଖଜୁରୀ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆପଣ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବେ ।

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରି
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି 6, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ, ଯାହା ଏକ ସୁସ୍ଥ ଶରୀର ପାଇଁ ଜରୁରୀ ବୋଲି ବିବେଚନା କରାଯାଏ ।

କ’ଣ କୁହନ୍ତି ବିଶେଷଜ୍ଞ?
ବିଶେଷଜ୍ଞ କହିଛନ୍ତି ଯେ ସକାଳେ ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି ସେମାନେ ସକାଳେ ଏହାକୁ ଖାଲି ପେଟରେ ଖାଇବା ଉଚିତ୍ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଓ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରହି ପାରନ୍ତି । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ଖଜୁରୀ ଖାଇବା ଦ୍ୱାରା ମିଳିଥାଏ ଏସବୁ ଲାଭ

  • କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି
  • ହାର୍ଟକୁ ସୁସ୍ଥ ରଖେ
  • ହାଡକୁ ମଜବୁତ କରିବାରୋ ସାହାଯ୍ୟ କରେ
  • ରକ୍ତଚାପକୁ ନିୟନ୍ତ୍ରଣ କରେ
  • ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଭଲ ରଖେ

ଗୋଟିଏ ଦିନରେ କେତୋଟି ଖାଇବା ଉଚିତ୍ ଖଜୁରୀ
ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ସୁସ୍ଥ ବ୍ୟକ୍ତି ଦିନରେ ଦୁଇରୁ ତିନୋଚି ଖଜୁରି ଖାଇ ପାରିବେ । ଏହା ସମେତ ଚାରୋଟି ଖଜୁରୀ ଭିଜାଇ ମଧ୍ୟ ଖାଇପାରିବେ ।

ଖଜୁରୀର ଅନ୍ୟାନ୍ୟ ଲାଭ 

୧. ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ ଅଟେ । ଏହାର ନିୟମିତ ବ୍ୟବହାର ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

୨. ଯଦି ଆପଣ ବଡି ବିଲଡିଂ କରୁଛନ୍ତି ଓ ଓଜନ ବଢାଇବାକୁ ଚାହୁଁଛନ୍ତି, ଖଜୁରୀ ଆପଣଙ୍କୁ ସାହାଯ୍ୟ କରିପାରିବ । କ୍ଷୀର ଓ ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ, ଯାହା ଓଜନ ବୃଦ୍ଧି ପାଇଁ ଭଲ ଫଳାଫଳ ଦେଇପାରେ ।

୩. ଭିଟାମିନ୍ ଏ, ବି ଖଜୁରୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା ସହିତ ଏହା ଆପଣଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରେ  ।

୪. ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ପାଇହୁଏ । କାରଣ ଏଥିରେ ପୋଟାସିୟମ୍ ଥାଏ, ତେଣୁ ଆପଣ ଏହାକୁ କ୍ଷୀରରେ ମିଶାଇ ଏହାକୁ ଖାଇପାରିବେ ।

(ଏହି ଆର୍ଟିକିଲ ବିଷୟରେ ଆପଣ ନିଜ ମତାମତକୁ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ । ଏଥିସହ, ଯଦି ଆପଣ ଏହି ଆର୍ଟିକିଲ୍କୁ ପସନ୍ଦ କରନ୍ତି, ତେବେ ଏହାକୁ ସେୟାର କରନ୍ତୁ ଓ ଏପରି ଅନ୍ୟାନ୍ୟ ଆର୍ଟିକିଲ୍ ପଢି଼ବା ପାଇଁ ଆପଣ ଆମ ୱେବସାଇଟ୍ ଜି ଓଡ଼ିଶା ସହିତ ଯୋଡି ରୁହନ୍ତୁ ।)

ଏହା ବି ପଢନ୍ତୁ: Ben Stokes love story: ବିବାହ ପୂର୍ବରୁ ବାପା ହୋଇଥିଲେ ବେନ୍ ଷ୍ଟୋକ୍ସ, ଅତ୍ୟନ୍ତ କୌତୁହଳପୂର୍ଣ୍ଣ ତାଙ୍କର ଲଭ୍ ଷ୍ଟୋରି; ଜାଣନ୍ତୁ ସବୁକିଛି