ତମ୍ବା ପାତ୍ରରେ ପାଣି ପିଇଲେ ମିଳିଥାଏ ଏସବୁ ଲାଭ
Advertisement
Article Detail0/zeeodisha/odisha1287005

ତମ୍ବା ପାତ୍ରରେ ପାଣି ପିଇଲେ ମିଳିଥାଏ ଏସବୁ ଲାଭ

Copper Vessels: ଆପଣ ଜାଣିଛନ୍ତି କି ତମ୍ବାପାତ୍ରରେ ପାଣି ରଖି ପିଇଲେ ଅନେକ ସୁଫଳ ମିଳିଥାଏ, ଯାହାର ସାଇଣ୍ଟିଫିକ୍ ରିଜିନ୍ ମଧ୍ୟ ରହିଛି । ତମ୍ବାରେ ବ୍ୟାକ୍ଟ୍ରିଆ ମାରିବା ସହିତ ଦୁଷିତ ପାଣିକୁ ବିଷୁଦ୍ଧ କରିବାର ଶକ୍ତି ଥାଏ । 

ସାଙ୍କେତିକ ଫଟୋ

Benefits Of Drinking Water From Copper Bottle Vessels: ପ୍ରାୟତଃ ଅନେକ ଘରର ଗୁରୁଜନ ତଥା ଆଇ, ଜେଜେମା ମାନେ ତମ୍ବା ପାତ୍ରରେ ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଆମେ ସେମାନଙ୍କ କଥାକୁ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ତମ୍ବାପାତ୍ରରେ ପାଣି ରଖି ପିଇଲେ ଅନେକ ସୁଫଳ ମିଳିଥାଏ,ଯାହାର ସାଇଣ୍ଟିଫିକ୍ ରିଜିନ୍ ମଧ୍ୟ ରହିଛି । ତମ୍ବାରେ ବ୍ୟାକ୍ଟ୍ରିଆ ମାରିବା ସହିତ ଦୁଷିତ ପାଣିକୁ ବିଷୁଦ୍ଧ କରିବାର ଶକ୍ତି ଥାଏ । ତମ୍ବା ପାତ୍ରରେ ପାଣି ରଖିଲେ ତମ୍ବାର ତତ୍ତ୍ୱ ପାଣିରେ ମିଶିଥାଏ, ସେହି ପାଣି ଶରୀରର ହାନିକାରକ ପଦାର୍ଥକୁ ନଷ୍ଟ କରିଥାଏ । ଖାଲି ଏତି କି ନୁହେଁ ଅନେକ ରୋଗରୁ ଉପଶମ ମିଳିଥାଏ । ଜାଣନ୍ତୁ ଗୁରୁଜନମାନେ କାହିଁକି ପରାମର୍ଶ ଦିଅନ୍ତି ତମ୍ବା ପାତ୍ରରେ ପାଣି ପିଇବା ପାଇଁ....    

ତମ୍ବା ପାତ୍ରରେ ପାନୀୟ ଜଳପାନର ଉପକାରିତା ....

୧. ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି :
ତମ୍ବାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଯନ୍ତ୍ରଣା ହ୍ରାସ କରିବାରେ ପ୍ରଭାବଶାଳୀ। ଏହି କାରଣରୁ ପ୍ରତିଦିନ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

୨. ପେଟ ସଂକ୍ରମଣ ଦୂର ହୋଇଥାଏ :
ତମ୍ବା ପେଟରେ ଥିବା କ୍ଷତିକାରକ ଜୀବାଣୁକୁ ମାରି ମାରି ପେଟକୁ ସଫା କରିଥାଏ। ଏକ ତମ୍ବା ପାତ୍ରରୁ ପାଣି ପିଇବା ଦ୍ୱାରା ଅଲସର ଭଳି ରୋଗ ହେବାର ଆଶଙ୍କା ଖୁବ କମ୍ ଥାଏ । ତମ୍ବା ପାତ୍ରର ପାଣି କିଡନୀ ଏବଂ ଯକୃତକୁ ସଫା କରିଥାଏ ଓ  ଏହାକୁ ସୁସ୍ଥ ରଖେ ।

୩. ମସ୍ତିଷ୍କ ଶକ୍ତି ବୃଦ୍ଧି କରେ:
ତମ୍ବା ପାତ୍ରର ପାଣି ମସ୍ତିଷ୍କକୁ ତୀକ୍ଷ୍ଣ କରିଥାଏ ବା କହିପାରିବା ସ୍ମରଣଶକ୍ତି ବୃଦ୍ଧିକରେ  । ଅନେକ ବିଶେଷଜ୍ଞ ମତ ଅନୁଯାଇ ଏହା ନ୍ୟୁରନ୍ଗୁଡ଼ିକୁ ସକ୍ରିୟ କରିଥାଏ, ଯେଉଁ କାରଣରୁ ଆମର ମସ୍ତିଷ୍କ କ୍ଷୀପ୍ର ବେଗରେ କାମ କରିବା ଆରମ୍ଭ କରେ।

୪.ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ :
ତମ୍ବା ପାତ୍ରର ପାଣି ହଜମ ଶକ୍ତିରେ (Digestion)ଉନ୍ନତି ଆଣେ, ଏହା ଶରୀରର ଅତିରିକ୍ତ(Extra Fat)ଚର୍ବିକୁ ହ୍ରାସ କରିଥାଏ। ନିୟମିତ ତମ୍ବା ପାତ୍ରର ପାଣି ବ୍ୟବହାର କଲେ ଶୀଘ୍ର ଓଜନ ହ୍ରାସ (Weight Loss)ହୋଇଥାଏ ।

୪. ଚର୍ମର ଚମକ ବଢ଼ାଏ:
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆମେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରୁ, କିନ୍ତୁ ଏହି ଜିନିଷଗୁଡ଼ିକ କିଛି ସମୟ ପାଇଁ ଲାଭଦାୟକ, ପରେ ପରେ ସେମାନେ ଚର୍ମକୁ ନଷ୍ଟ କରନ୍ତି । ତମ୍ବାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଅଛି, ଯାହା କୋଷ ଭିତରକୁ ଯାଇ ଚେହେରାର ଚମକ  ବଢ଼ାଇଥାଏ । ଚେହେରାରେ ଉପସ୍ଥିତ ଥିବା କୁଞ୍ଚିକୁ ବା ରିଙ୍କଲ୍ସ ଦୂର କରେ, ଯେଉଁ କାରଣରୁ ଚର୍ମ ଚମକିବା ସହିତ ୟଙ୍ଗ୍ ଦେଖାଯାନ୍ତି । ଅର୍ଥାତ୍ ତମ୍ବା  ପାତ୍ରରେ ପାଣି ପିଇବା ଦ୍ୱାରା ରାସାୟନିକ ପଦାର୍ଥ ବ୍ୟବହାର ନକଲେ ମଧ୍ୟ ଚମକ ଆସିଥାଏ ।

ଏହା ବି ପଢ଼ନ୍ତୁ: ଲୋକସଭାରେ ପାସ୍ ହେଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଜାଣନ୍ତୁ ଏହା କାହିଁକି ସ୍ୱତନ୍ତ୍ର?