White Hair Remedy: ଧଳା କେଶକୁ କଳା କରିବ କଫି, ଘରେ ହିଁ ବନାନ୍ତୁ ଏହି ହେୟାର କଲର
Advertisement
Article Detail0/zeeodisha/odisha1614480

White Hair Remedy: ଧଳା କେଶକୁ କଳା କରିବ କଫି, ଘରେ ହିଁ ବନାନ୍ତୁ ଏହି ହେୟାର କଲର

White Hair Black Tea and Coffee Remedy: ଅଳ୍ପ ବୟସରେ କେଶ ଧଳା (White Hair) ହେବା ବା ପାଚିବା ବର୍ତ୍ତମାନ ଏକ ବଡ ସମସ୍ୟା (White Hair Problem)ହୋଇଗଲାଣୀ । ଏହା ପଛରେ ଅନେକ କାରଣ ଅଛି, ଖରାପ ଜୀବନ ଶୈଳୀ , ଖାଦ୍ୟ ଓ ପ୍ରଦୂଷଣ ଏହାର ହେଉଛି ମୁଖ୍ୟ କାରଣ । ଧଳା କେଶକୁ ଲୁଚାଇବା ପାଇଁ ଆଜିକାଲି ଯୁବକ ଯୁବତୀମାନେ କେଶକୁ ବିଭିନ୍ନ ପ୍ରକାର କର୍ଲର କରୁଛନ୍ତି । ପାର୍ଲରରେ କେଶ ରଙ୍ଗ କରୁଥିଲେ ମଧ୍ୟ ଏହାର ପାଶ୍ବ ପ୍ରତିକ୍ରିୟା ଦେଖାଯାଉଛି (White Hair Remedy) । ଏପରିକି କେଶ ମୂଳରେ ସଂକ୍ରମଣ ମଧ୍ୟ ହେଉଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

White Hair Black Tea and Coffee Remedy: ଅଳ୍ପ ବୟସରେ କେଶ ଧଳା (White Hair) ହେବା ବା ପାଚିବା ବର୍ତ୍ତମାନ ଏକ ବଡ ସମସ୍ୟା (White Hair Problem)ହୋଇଗଲାଣୀ । ଏହା ପଛରେ ଅନେକ କାରଣ ଅଛି, ଖରାପ ଜୀବନ ଶୈଳୀ , ଖାଦ୍ୟ ଓ ପ୍ରଦୂଷଣ ଏହାର ହେଉଛି ମୁଖ୍ୟ କାରଣ । ଧଳା କେଶକୁ ଲୁଚାଇବା ପାଇଁ ଆଜିକାଲି ଯୁବକ ଯୁବତୀମାନେ କେଶକୁ ବିଭିନ୍ନ ପ୍ରକାର କର୍ଲର କରୁଛନ୍ତି । ପାର୍ଲରରେ କେଶ ରଙ୍ଗ କରୁଥିଲେ ମଧ୍ୟ ଏହାର ପାଶ୍ବ ପ୍ରତିକ୍ରିୟା ଦେଖାଯାଉଛି (White Hair Remedy) ।  ଏପରିକି କେଶ ମୂଳରେ ସଂକ୍ରମଣ ମଧ୍ୟ ହେଉଛି । ଫଳରେ ଡାକ୍ତରଙ୍କ ପାଖକୁ ଯାଇ ହଜାର ହଜାର ଟଙ୍କାର ଔଷଧ କିଣି ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଯଦି ଆପଣ ପ୍ରାକୃତିକ ଉପାୟରେ କେଶକୁ ରଙ୍ଗ କରିବାକୁ ଚାହାଁନ୍ତି । ତେବେ,କିଛି ଘରୋଇ ଟିସ୍ପ ଆମେ ଆଜି ଆପଣଙ୍କୁ କହିବୁ । ନିଜ କେଶକୁ ଘରେ ରଙ୍ଗ କରିପାରିବେ । ଏଥିରେ କୌଣସି ପ୍ରକାର ପାଶ୍ବ ପ୍ରତିକ୍ରିୟା ମଧ୍ୟ ନାହିଁ । ତେବେ,ଆପଣଙ୍କ କେଶ ବ୍ରାଉନ୍ ମଧ୍ୟ ଦେଖାଯିବା ସହ ସାଇନିଂ ମଧ୍ୟ କରିବ । ଏହାସହ ଦୀର୍ଘ ଦିନ ଧରି ରଙ୍ଗ ରହିବ । 

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ହେୟାର କର୍ଲର:

ବ୍ଲାକ୍ ଟି:  ବ୍ଲାକ୍ ଚା ଟାନିକ୍ ଏସିଡ୍ ବହୁ ପରିମାଣରେ ରହିଛି । ଯାହା ଆପଣଙ୍କ କେଶକୁ କଳା ରଖିବାରେ ସାହର୍ଯ୍ୟ କରେ । ତେବେ, ଏହି ହେୟାର କର୍ଲର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ କପ୍ ପାଣି ଫୁଟାନ୍ତୁ । ପରେ,ଏଥିରେ ୬ ଚାମଚ ବ୍ଲାକ୍ ଟି ପକାନ୍ତୁ ।  ଦିର୍ଘ ୧୦ ମିନିଟ ପାଣି ଫୁଟିବା ପରେ ଏହାକୁ ଆପଣ ଚୁଲାରୁ କାଢନ୍ତୁ ଏବଂ ଥଣ୍ତା କରନ୍ତୁ । କିଛି ସମୟ ପରେ ଏହି ପାଣିକୁ ନିଜ କେଶରେ ପ୍ରୟୋଗ କରନ୍ତୁ । ଅଧାଘଣ୍ଟା ପରେ କେଶକୁ ସାଧା ପାଣିରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶ କଳା ହେବା ସହ ସାଇନିଂ ମଧ୍ୟ କରିବ । 

Also Read :  Vastu For Home: ଘରେ ଏହି ସବୁ ସାମଗ୍ରୀ ଆର୍ଥିକ ସଙ୍କଟ ଓ କଳିର ମୂଳ କାରଣ, ଦେଖିବା ମାତ୍ରେ...

Also Read : Chaitra Navratri 2023: ଚୈତ୍ର ନବରାତ୍ରୀର ଦିନକ ପୂର୍ବରୁ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଚମକି ଉଠିବ ଭଗ୍ୟ, ବର୍ଷିବ ଟଙ୍କା

କଫି ଏବଂ ଚା ପତିକୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ : କଫି କେଶ ପାଇଁ ବେଶ ଲାଭଦାୟକ ।  କଫିରେ ଆପଣ ହେୟାର ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ । 
ହେୟାର ମାସ୍କ ପ୍ରସ୍ତୁତ କରିବାକୁ, ତିନି ଚାମଚ ଚା ପତିକୁ ତିନି କପ୍ ପାଣିରେ ମିଶ୍ରଣ କରି ଦିର୍ଘ ୧୦ ମିନିଟ୍ ପାଇଁ ଫୁଟାନ୍ତୁ । ପରେ ସେହି ମିଶ୍ରଣରେ ତିନି ଚାମଚ କଫି ଗୁଣ୍ତ ମିଶାନ୍ତୁ । ଏହି ମିଶ୍ରଣକୁ ୫ ମିନିଟ୍ ପାଇଁ ପୁଣି ଥରେ ଫୁଟାନ୍ତୁ। ପରେ, ହେୟାର ମାସ୍କ ପ୍ରସ୍ତୁତ ହୋଇଯିବ । ଏହା ଥଣ୍ଡା ହେବା ପରେ ଏକ ବ୍ରଶରେ ଏହି ମିଶ୍ରଣକୁ ଆପଣଙ୍କ କେଶରେ ଲଗାନ୍ତୁ । ବର୍ତ୍ତମାନ ଏକ ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ । ଏହାପରେ ଆପଣ ଦେଖିବେ ଯେ, ଆପଣଙ୍କ କେଶ ସମ୍ପୁର୍ଣ୍ଣ କଳା ହୋଇଯାଇଥିବ । ଅର୍ଥାତ୍ ହେୟାର ମାସ୍କ କେଶକୁ କଳା ଓ ସାଇନିଂ ପ୍ରଦାନ କରେ । 

ନଡିଆ ତେଲରେ କଫି ଗୁଣ୍ଡ ମିଶାଇ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। ରାତିଯାକ ଏହାକୁ ଲଗାଇ ରଖନ୍ତୁ। ସକାଳେ କେଶ ସଫା କରି ଦିଅନ୍ତୁ।
କଫିର ତେଲ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ନିଜେ ବ୍ୟବହାର କରୁଥିବା ତେଲ ରଖନ୍ତୁ। ଅଳ୍ପ ପରିମାଣରେ କଫି ପକାଇ କିଛି ସମୟ ଯାଏଁ ଗ୍ୟାସରେ ବସାଇ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଛାଣି ଏହି ତେଲକୁ ନିୟମିତ ବ୍ୟବହାର କରନ୍ତୁ।

କଫିରେ ପାଣି ପକାଇ ଏହାକୁ ପେଷି କେଶରେ ଲଗାନ୍ତୁ। କେଶ ପାଇଁ ଏହା ଖୁବ୍‍ ଉପକାରୀ। କଫିର ବ୍ୟବହାର ଦ୍ୱାରା କେଶରେ ରୂପି ସମସ୍ୟା ହୋଇନଥାଏ। କେଶ ଝଡିବା ମଧ୍ୟ ରୋକି ଥାଏ। ସପ୍ତାହକୁ ଥରେ କଫି ମାସ୍କ ବ୍ୟବହାର ଦ୍ୱାରା କେଶ ଖୁବ ଘନ ଓ ଲମ୍ବା ହୋଇଥାଏ। ଏହାକୁ ବ୍ୟବହାର କଲେ କିଛି ଦିନରେ ନିଜେ ଏହାର ଚମତ୍କାର ଅନୁଭବ କରିବେ। ନିୟମିତ କେଶରେ କଫି ଲଗାଇବା ଦ୍ୱାରା କେଶର ଚମକ ବୃଦ୍ଧି ସହ ରେଶମୀ ହୋଇଥାଏ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)