ସ୍ୱାସ୍ଥ୍ୟ ଉପକାରିତା ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି' ଏବେ ଆଗରେ ରହିଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା'ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଛି ଯାହା ବହୁ ପ୍ରକାର ଶାରୀରିକ ଯନ୍ତ୍ରଣାକୁ ଦୂର କରିପାରୁଛି ।
Trending Photos
ବଜାରରେ ଭଳିକିଭଳି ଚା' ମିଳୁଛି । କେଉଁ ଚା'ର ସ୍ୱାଦ ଲୋକଙ୍କୁ ଆକର୍ଷଣ କରୁଥିବାବେଳେ ଆଉ ସ୍ୱାସ୍ଥ୍ୟଗତ ଉପକାରିତା ଯୋଗୁ କେଉଁ ଚା'ର ଚାହିଦା ବଢୁଛି । ଆପଣ ନିଶ୍ଚିତ ଭାବରେ ମସାଲା ଚା, ବ୍ଲାକ ଟି' ଓ ଗ୍ରୀନ ଟି'ର ନାମ ଶୁଣିଥିବେ। ଏବେ ଚା ତାଲିକାରେ ବ୍ଲୁ ଟି'ର ନାମ ଯୋଡି ହୋଇଛି । ଅନ୍ୟ ସମସ୍ତ ଚା'ଠାରୁ ବ୍ଲୁ ଟି'ର ସ୍ୱାଦ ଭଲ ରହିବା ସହ ଏହାର ଗୁଣ ସମସ୍ତଙ୍କୁ ଆକର୍ଷିତ କରୁଛି । ସ୍ୱାସ୍ଥ୍ୟ ଉପକାରିତା ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି' ଏବେ ଆଗରେ ରହିଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା'ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଛି ଯାହା ବହୁ ପ୍ରକାର ଶାରୀରିକ ଯନ୍ତ୍ରଣାକୁ ଦୂର କରିପାରୁଛି ।
ବ୍ଲୁ ଟି'ର ଉପକାରିତା
Also Read: ମଦ୍ୟପାନ କରୁଥିଲେ ସାବଧାନ! ଧରାପଡିଲେ ତଣ୍ଡ ଓ ଦଣ୍ଡ, ସରକାର ଆଣିଲେ କଠୋର ନିୟମ
କିପରି ପ୍ରସ୍ତୁତ କରିବେ ବ୍ଲୁ ଟି?
ଅନ୍ୟ ସମସ୍ତ ଚା'କୁ ଖାଲି ପେଟରେ ପିଇବାକୁ ବାରଣ କରାଯାଉଥିବାବେଳେ ବ୍ଲୁ ଟି'କୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ସାଧାରଣ ଚା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ, ଏହି ଅଭ୍ୟାସ ଆପଣଙ୍କ ମେଟାବୋଲିଜିମକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । କିନ୍ତୁ ନିୟମିତ ବ୍ଲୁ ଟି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥାଏ ।