Grah Gochar 2023: ଚୈତ ନବରାତ୍ରୀରେ ଗ୍ରହଙ୍କ ମହାସଂଯୋଗ, ଏହି ରାଶି ମାନଙ୍କ ଉପରେ ପଡ଼ିବ ପ୍ରଭାବ
topStories0hindi1616582

Grah Gochar 2023: ଚୈତ ନବରାତ୍ରୀରେ ଗ୍ରହଙ୍କ ମହାସଂଯୋଗ, ଏହି ରାଶି ମାନଙ୍କ ଉପରେ ପଡ଼ିବ ପ୍ରଭାବ

Chaitra Navratri Grah Gochar 2023: ଚଳିତ ଚୈତ ନବରାତ୍ରୀରେ ଗ୍ରହ ମାନଙ୍କ ବିଶେଷ ମହାସଂଯୋଗ ହେବାକୁ ଯାଉଛି । ଏହି ସଂଯୋଗ ଫଳରେ ମୀନ ରାଶିରେ ଗୁରୁ, ଶୁକ୍ର, ଚନ୍ଦ୍ର, ବୁଧ ଓ ସୂର୍ଯ୍ୟଙ୍କ ମିଳନ ହେବ। ଏହି ଗ୍ରହ ମାନଙ୍କର ପ୍ରଭାବ କନ୍ୟା ରାଶି ଉପରେ ମଧ୍ଯ ପଡ଼ିବ। ତେବେ ଆସନ୍ତୁ ଜାଣିବା ଚୈତ ନବରାତ୍ରୀରେ ହେବାକୁ ଥିବା ମହାସଂଯୋଗ କେଉଁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ।  

Grah Gochar 2023: ଚୈତ ନବରାତ୍ରୀରେ ଗ୍ରହଙ୍କ ମହାସଂଯୋଗ, ଏହି ରାଶି ମାନଙ୍କ ଉପରେ ପଡ଼ିବ ପ୍ରଭାବ

Chaitra Navratri Grah Gochar 2023: ଚଳିତ ଚୈତ ନବରାତ୍ରୀରେ ଗ୍ରହ ମାନଙ୍କ ବିଶେଷ ମହାସଂଯୋଗ ହେବାକୁ ଯାଉଛି । ଏହି ସଂଯୋଗ ଫଳରେ ମୀନ ରାଶିରେ ଗୁରୁ, ଶୁକ୍ର, ଚନ୍ଦ୍ର, ବୁଧ ଓ ସୂର୍ଯ୍ୟଙ୍କ ମିଳନ ହେବ। ଏହି ଗ୍ରହ ମାନଙ୍କର ପ୍ରଭାବ କନ୍ୟା ରାଶି ଉପରେ ମଧ୍ଯ ପଡ଼ିବ। ୨୨ ମାର୍ଚ୍ଚରୁ ଚୈତ ନବରାତ୍ରୀ ଓ ହିନ୍ଦୁ ନବବର୍ଷ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଗ୍ରହମାନଙ୍କର ମହାସଂଯୋଗ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଶୁଭଙ୍କର ବୋଲି ମନାଯାଇଥାଏ । ତେବେ ଆସନ୍ତୁ ଜାଣିବା ଚୈତ ନବରାତ୍ରୀରେ ହେବାକୁ ଥିବା ମହାସଂଯୋଗ କେଉଁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ।  

ମିଥୁନ ରାଶି- ମୀନରେ ରାଶିରେ ହେବାକୁ ଥିବା ଗ୍ରହମାନଙ୍କ ଏହି ମହାସଂଯୋଗ ମିଥୁନ ରାଶିର ଲୋକଙ୍କ ପାଇଁ ବେଶ ଲାଭଜନକ ସାବ୍ୟସ୍ତ ହେବ। କ୍ୟାରିୟରେ ଆପଣଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ମାଆ ଦୁର୍ଗାଙ୍କ କୃପାରୁ ବ୍ୟବସାୟରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ବଜାଇ ରହିବ। ଲୋକମାନଙ୍କ ସହ ଆପଣଙ୍କ ସଂପର୍କ ମିଠା ହେବ। କୌଣସି ସ୍ଥାନରୁ ଶୁଭ ଖବର ମିଳିପାରେ ।

କନ୍ୟା ରାଶି- ଏହି ମହାସଂଯୋଗ ଫଳରେ କନ୍ୟା ରାଶିର ବ୍ୟକ୍ତି ବିଶେଷ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । ପଦୋନ୍ନତି ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରା ହେବ । ମହିଳା ମାନେ ସୁନା କିଣିବାର ଯୋଗ ରହିଛି । ଦାମ୍ପତ୍ତି ଜୀବନ ସୁଖମୟ ହେବ ।

ବିଛା ରାଶି-  ଏହି ରାଶିରେ ଲୋକମାନଙ୍କୁ ବ୍ୟବସାୟରେ ଫାଇଦା ହୋଇପାରେ । ଅଟକି ଥିବା କାର୍ଯ୍ୟ ପୂରା ହେବ । ଭାବିଚିନ୍ତି କାମ କରନ୍ତୁ । ଏହି ମହାସଂଯୋଗ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଜନକ ସାବ୍ୟସ୍ତ । ଯେଉଁ ମାନଙ୍କର ବିବାହକୁ ନେଇ ସମସ୍ୟା ରହିଛି ଏହା ଦୂର ହେବା ସହ ବିବାହ ଜଲଦି ହେବାର ଯୋଗ ରହିଛି । ବ୍ୟବସାୟ ପାଇଁ ସମୟ ଭଲ ଅଟେ । ଖର୍ଚ୍ଚର ପରିମାଣ କମ ରହିବ ।

କର୍କଟ ରାଶି-  ଗ୍ରହଙ୍କ ମହାସଂଯୋଗର ପ୍ରଭାବ ଏହି ରାଶି ମାନଙ୍କ ଉପରେ ବି ଦେଖିବାକୁ ମିଳିବ ଫଳରେ ଆୟ ବୃଦ୍ଧି ହେବ । ପଦୋନ୍ନତି ନେଇ ଯୋଗ ରହିଛି । ପରିବାର ଲୋକଙ୍କ ସହଯୋଗ ମିଳିବ । ଆକ୍ମସିକ ଧନ ଲାଭ ହେବ। ମାଆ ଦୁର୍ଗାଙ୍କ କୃପାରୁ ଆର୍ଥିକ ସ୍ଥିତି ମଜଭୁତ ହେବ। ଭଲ ଜୀବନସାଥୀ ମିଳିବେ ।

ମୀନ ରାଶି – ଏହି ରାଶିରେ ଗ୍ରହଙ୍କ ସଂଯୋଗ ହେଉଥିବାରୁ ସବୁଠୁ ବେଶି ଫାଇଦା ଏହି ରାଶିର ଲୋକମାନଙ୍କ ହେବ। ଆର୍ଥିକ ସ୍ଥିତି ଭଲ ରହିବ । ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ଆସିବ । ବ୍ୟବସାୟରେ ଲାଭ ମିଳିବ । ଚାକିରି କରୁଥିବା ଲୋକଙ୍କର ଦରମା ବଢିପାରେ । ପରିବାରେ ସୁଖ ଶାନ୍ତି ରହିବ ।

 

 

 

Trending news