Diwali 2023: ପୁରଠାରୁ ପଲ୍ଲୀ ସବୁଠି ବେଶ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ ଏହି ଆଲୋକର ଏହି ପର୍ବ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ ।
Trending Photos
Diwali 2023: ଆଜି ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟା ଏହା ପାଳିତ ହୋଇଥାଏ । ପୁରଠାରୁ ପଲ୍ଲୀ ସବୁଠି ବେଶ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ ଏହି ଆଲୋକର ଏହି ପର୍ବ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ । ଦୀପାବଳୀ ପାଳନ ନେଇ ନାନାପ୍ରକାର ପୁରାଣ ଓ ଲୋକକଥା ରହିଛି । ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହି ଦିନର ମାହାତ୍ମ୍ୟ ।
କାହିଁକି ପାଳନ ହୁଏ ଦୀପାବଳି?
ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ତ ଦେଇସାରି କାଉଁରିଆ କାଠି ଜଳାଯାଇଥାଏ । ଏହି ଦିନକୁ ‘ପୟା ଅମାବାସ୍ୟା’ ବା ‘କାର୍ତ୍ତିକ ଅମାବାସ୍ୟା’ ମଧ୍ୟ କୁହାଯାଏ। ଦୀପାବଳି ଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଓ ପିତୃପୁରୁଷଙ୍କୁ ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ । ଏହାସହ ଭଗବାନଙ୍କୁ ପୂଜାର୍ଚ୍ଚନା କରି କାଉଁରିଆ କାଠିରେ ନିଆଁ ଜଳାଯାଇ ବଡ଼ବଡୁଆ (Badabadua) ଡକାଯାଇଥାଏ । ବଡ଼ ବଡୁଆ ଡକା ସମୟରେ -'ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ ଗଡଉଥାଅ ଉଚ୍ଚାରଣ କରାଯାଇଥାଏ । ଏହାପରେ ଲୋକେ ବାଣ ଫୁଟାଇ ପିଠା ଖାଇ ପାଳନ କରିଥାଆନ୍ତି ଦୀପାବଳି ପର୍ବ ।
Also Read-Guru Margi Rajyog: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଚମକାଇବ ୪ ରାଶିଙ୍କ ଭାଗ୍ୟ!