Vastu tips: ରୋଷେଇ ଘରୁ ଖାଲି କରନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହେବ ବଡ଼ କ୍ଷତି
Advertisement

Vastu tips: ରୋଷେଇ ଘରୁ ଖାଲି କରନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହେବ ବଡ଼ କ୍ଷତି

Vastu tips:  ବାସ୍ତୁ ଅନୁଯାୟୀ ରୋଷେଇ ଘରେ ଥିବା ଜିନିଷ ଗୁଡି଼କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରୋଷେଇ ଘରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି ତାଙ୍କୁ ପ୍ରସନ୍ନ କରିବା ପାଇଁ ବାସ୍ତୁ ଅନୁସାରେ ଜିନିଷ ରଖିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ରୋଷେଇ ଘରେ ରଖିଲେ ମାଆ ଲକ୍ଷ୍ମୀ ଖୁସି ହୋଇଥାଆନ୍ତି।

ସୌ(ସୋସିଆଲ ମିଡିଆ)

Vastu tips: ବାସ୍ତୁ ଶାସ୍ତ୍ର ଏକ ପାରମ୍ପରିକ ହିନ୍ଦୁ ବ୍ୟବସ୍ଥା ଅଟେ ଯାହାକି ବସ୍ତୁ ବିଜ୍ଞାନକୁ ଦର୍ଶାଇ ଥାଏ। ଘରକୁ ନକରାତ୍ମକ ଶକ୍ତିରୁ ଦୂରେଇ ରଖିବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଘରେ ଆସବାସ ପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡି଼କ ସଠିକ ସ୍ଥାନରେ ନ ରହିଲେ ଘରେ ଥିବା ଦେବାଦେବୀ ଅସନ୍ତୋଷ ହୁଅନ୍ତି। ଘରେ କିମ୍ବା କାର୍ଯ୍ୟାଳୟରେ ବାସ୍ତୁ ଅନୁସାରେ ଜିନିଷ ଗୁଡି଼କ ନଥିଲେ ଘର ତଥା ଲୋକଙ୍କର ଅବନତି ଘଟିବା ସହ ଅର୍ଥାଭାବ ଦେଖା ଦେଇଥାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଏହି ସବୁ ସମସ୍ୟା ଦୂର କରିହେବ। ବାସ୍ତୁ ଅନୁଯାୟୀ ରୋଷେଇ ଘରେ ଥିବା ଜିନିଷ ଗୁଡି଼କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରୋଷେଇ ଘରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି ତାଙ୍କୁ ପ୍ରସନ୍ନ କରିବା ପାଇଁ ବାସ୍ତୁ ଅନୁସାରେ ଜିନିଷ ରଖିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ରୋଷେଇ ଘରେ ରଖିଲେ ମାଆ ଲକ୍ଷ୍ମୀ ଖୁସି ହୋଇଥାଆନ୍ତି।

ଚାଉଳ- ଘରେ ଲୋକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ରଖିଥାଆନ୍ତି । କିନ୍ତୁ କିଛି ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ ତେଣୁ ସେମାନେ ଘରକୁ ଚାଉଳ ଆଣିନଥାଆନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବା ସହ ପୂଜାରେ ବ୍ୟବହୃତ ଚାଉଳ ଯଦି ରୋଷେଇ ଘରୁ ଶେଷ ହୋଇଥାଏ ତାହାଲେ ଶୁକ୍ର ଗ୍ରହ ଦୋଷ ଲାଗିଥାଏ । ଏହି କାରଣରୁ ଘରର ଆର୍ଥିକ ସ୍ଥିତି ଦୋହଲି ଯିବା ସହ ଟଙ୍କାର ଅଭାବ ଦେଖାଦେଇଥାଏ । ତେଣୁ କେବେ ବି ରୋଷେଇ ଘରେ ଚାଉଳ ଖାଲି କରନ୍ତୁ ନାହିଁ ।

ଲୁଣ-  ଲୁଣ ଏକ ପ୍ରଧାନ ଜିନିଷ ଅଟେ । ଏହା ବିନା ସମସ୍ତ ଖାଦ୍ୟର ସ୍ବାଦ ଫିକା ଲାଗିଥାଏ । ସେହିପରି ରୋଷେଇ ଘରେ ଲୁଣ ସରିଗଲେ ଏହା ଆପଣଙ୍କ ଖାଦ୍ୟ ସହ ଜୀବନକୁ ମଧ୍ଯ ସ୍ବାଦହୀନ କରିଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘରେ ଥିବା ଲୁଣ ଡ଼ବାରୁ ଲୁଣ ସଂପୂର୍ଣ୍ଣ ଖାଲି ହୋଇଯାଇଥାଏ ତାହାଲେ ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଖାଲି ଏତିକି ନୁହେଁ ଏହା ଦ୍ବାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।

ହଳଦୀ- ଖାଦ୍ୟରେ ହଳଦୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  । ଖାଲି ଖାଦ୍ୟ କାହିଁକି ବହୁ ଶୁଭ କାମରେ ମଧ୍ୟ ହଳଦୀ ବ୍ୟବହାର କରାଯାଇଥାଏ । ରୋଷେଇ ଘରେ ହଳଦୀ ଶେଷ ହୋଇଗଲେ ଏହା ବୃହସ୍ପତି ଗ୍ରହର ଦୋଷ ସୃଷ୍ଟି କରେ । ଘରୁ ହଳଦୀ ଖାଲି ହେବା ଶୁଭଙ୍କର ହୋଇନଥାଏ । ଏହାଦ୍ବାରା ଶୁଭ କାମରେ ବାଧା ଉପୁଜ଼ିଥାଏ । ତେଣୁ କେବେ ବି ରୋଷେଇ ଘରୁ ହଳଦୀକୁ ସଂପୂର୍ଣ୍ଣ ଖାଲି କରନ୍ତୁ ନାହିଁ ।

ଅଟା- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବା ସାମଗ୍ରୀ ଘରର ଆର୍ଥିକ ସ୍ଥିତି ସହ ଜଡ଼ିତ ଏଇ ଯେମିତି ଅଟା । ସମସ୍ତଙ୍କ ଅଟା ଥିବା ଏକ ସାଧାରଣ କଥା ଅଟେ । କିନ୍ତୁ ପ୍ରାୟତଃ ମାସ ଶେଷ ଆଡ଼କୁ ସମସ୍ତଙ୍କ ଘରେ ଅଟା ଶେଷ ହୋଇଯାଇଥାଏ । କିନ୍ତୁ ଘରୁ ଅଟା ସଂପୂର୍ଣ୍ଣ ଖାଲି ହେବା ଶୁଭ ହୋଇନଥାଏ । ଏହାଦ୍ବାରା ମାନ ସମ୍ମାନହାନୀ ହୋଇଥାଏ ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)