ପୀଡିତା ମହିଳା କହିଛନ୍ତି ଯେ ସେ ଗତ ଚାରି ବର୍ଷ ଧରି ପୂର୍ବତନ ମନ୍ତ୍ରୀ ଏମ.ମଣିକନ୍ଦନଙ୍କ ତାଙ୍କ ସହ ସମ୍ପର୍କ ରଖିଥିଲେ । ଏହି ସମୟରେ ମାଣିକନ୍ଦନ ବିବାହ କରିବାକୁ ପ୍ରତିଶୃତି ଦେଇ ପରେ ଏଡ଼ାଇ ଯାଇଥିଲେ ।
Trending Photos
ବେଙ୍ଗାଲୁରୁ: ପୂର୍ବତନ ଏଆଇଏଡିଏମକେ ମନ୍ତ୍ରୀ ଏମ.ମଣିକନ୍ଦନଙ୍କୁ ବେଙ୍ଗାଲୁରୁରୁ ଚେନ୍ନାଇ ସିଟି ପୋଲିସ ଗିରଫ କରିଛି । ମନ୍ତ୍ରୀ ମାଲେସିଆର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା, ଗର୍ଭପାତ କରାଇବା ଓ ଅପରାଧିକ ଧମକ ଦେଇଥିବା ଅଭିଯୋଗ ହୋଇଛି । ତାମିଲନାଡୁ ପୋଲିସ କହିଛି ଯେ ମାଡ୍ରାସ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ସେ ଗିରଫଦାରୀ ଭୟରେ ଫେରାର ଥିଲେ ।
ଏହାପୂର୍ବରୁ ବୁଧବାର ଦିନ ଏମ.ମଣିକନ୍ଦନଙ୍କ ଆବେଦନକୁ ଖାରଜ କରି ମାଡ୍ରାସ ହାଇକୋର୍ଟର ବିଚାରପତି ଅବଦୁଲ କୁଡୋସ ଅଭିଯୋଗର ଗୁରୁତରତା ଓ ଅଭିଯୁକ୍ତଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ମାମଲାର ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି ଓ ଏଭଳି ପରିସ୍ଥିତିରେ ସେ ଅଗ୍ରିମ ଜାମିନ ଆବେଦନ ଯୋଗ୍ୟ ନୁହେଁ ।
Former AIADMK minister M Manikandan arrested in Bengaluru by Chennai City Police for allegedly raping a Malaysian woman, causing miscarriage as well as for criminal intimidation. He was evading arrest after Madras High Court had refused him anticipatory bail: Tamil Nadu Police
— ANI (@ANI) June 20, 2021
ବିଚାରପତି କହିଛନ୍ତି ଯେ ଏହି ମାମଲା ଜଣେ ପୂର୍ବତନ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକ ଅପରାଧ ସମ୍ବନ୍ଧୀୟ ଅଟେ ଯାହା ଗମ୍ଭୀର ପ୍ରକୃତିର ଓ ଏହାକୁ ପ୍ରାଥମିକତା ଦେବା ଉଚିତ । ଆବେଦନକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ କଷ୍ଟୋଡ଼ିଆଲ୍ ପଚରାଉଚରା ଆବଶ୍ୟକ । ଯଦି ଜାମିନ ପ୍ରଦାନ କରାଯାଏ, ଏହା ସମ୍ଭବ ଯେ ସେ ଗୁରୁତର ଯାଞ୍ଚରୁ ରକ୍ଷା ପାଇବା ପାଇଁ ନିଜର ପ୍ରଭାବକୁ ବ୍ୟବହାର କରିପାରନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଧାରା ୩୭୬ (ବଳାତ୍କାର ଦଣ୍ଡ) ବ୍ୟତୀତ ଆଦର ଅଲ ୱମେନ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ ଏମ.ମଣିକନ୍ଦନ ବିରୋଧରେ ଆଇପିସିର (i) ଧାରା ୫୦୬ (ଅପରାଧିକ ଭୟଭୀତତା), ୩୨୩ (ମହିଳାଙ୍କ ବିନା ଅନୁମତିରେ ଗର୍ଭପାତ), ୩୩୨ (ସ୍ବେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା) ଓ ଧାରା ୬୭ଏ ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରିଛନ୍ତି । ପୀଡିତା କହିଛନ୍ତି ଯେ ସେ ଗତ ଚାରି ବର୍ଷ ଧରି ପୂର୍ବତନ ମନ୍ତ୍ରୀ ମାଣିକନ୍ଦନଙ୍କ ସହ ସମ୍ପର୍କ ରଖିଥିଲେ, ଏହି ସମୟରେ ଏମ.ମଣିକନ୍ଦନ ବିବାହ କରିବାକୁ ପ୍ରତିଶୃତି ଦେଇ ପରେ ଏଡ଼ାଇ ଯାଇଥିଲେ ।