Advertisement
Article Detail0/zeeodisha/odisha1902141
Zee OdishaOdisha LifeStyle and Othersଭିଟାମିନ୍ ବି୧୨ର ଅଭାବ ଅଛି ? କେମିତି ହେବ ଦୂର ?

ଭିଟାମିନ୍ ବି୧୨ର ଅଭାବ ଅଛି ? କେମିତି ହେବ ଦୂର ?

ଯଦି ବହୂତ ସମୟରେ ଆପଣଙ୍କୁ ଥକ୍କା ବା ଦୁର୍ବଳିଆ ଲାଗୁଛି ଏବଂ ଶରୀରରେ ରକ୍ତର ମାତ୍ରା କମ୍ ଅଛି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ ଭିଟାମିନ୍ ବି୧୨ର ଅଭାବ ରହିଛି । କେମିତି ଜାଣିବେ ଭିଟାମିନ୍ ବି୧୨ର ଅଭାବ ଅଛି ନା ନାହିଁ ଏହି ପୋଷକ ତତ୍ତ୍ବ କମ୍ ଦ୍ବାରା ଆପଣଙ୍କୁ ହାଲିଆ, ଦୁର୍ବଳିଆ, ମୁହଁ ଏବଂ ଜିଭର ରଙ୍ଗ ବଦଳିବା, ଅବସାଦ, ବିରକ୍ତ ଲାଗିବା, ମୁଣ

SOCIAL MEDIA
SOCIAL MEDIA

ଯଦି ବହୂତ ସମୟରେ ଆପଣଙ୍କୁ ଥକ୍କା ବା ଦୁର୍ବଳିଆ ଲାଗୁଛି ଏବଂ ଶରୀରରେ ରକ୍ତର ମାତ୍ରା କମ୍ ଅଛି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ ଭିଟାମିନ୍ ବି୧୨ର ଅଭାବ ରହିଛି ।

କେମିତି ଜାଣିବେ ଭିଟାମିନ୍ ବି୧୨ର ଅଭାବ ଅଛି ନା ନାହିଁ

ଏହି ପୋଷକ ତତ୍ତ୍ବ କମ୍ ଦ୍ବାରା ଆପଣଙ୍କୁ ହାଲିଆ, ଦୁର୍ବଳିଆ, ମୁହଁ ଏବଂ ଜିଭର ରଙ୍ଗ ବଦଳିବା, ଅବସାଦ, ବିରକ୍ତ ଲାଗିବା, ମୁଣ୍ଡ ବୁଲାଇବା, ଅସୁନ୍ତଳନ ଏବଂ ବେହୋସ ହେବା, ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବା, ଦେଖିବାରେ ସମସ୍ୟା ହେବା ଭଳି ଲକ୍ଷଣ ଦେଖାଦିଏ । ଆମିଷରେ ଏହି ପୋଷକ ତତ୍ତ୍ବ ଯଥେଷ୍ଟ ପରିମାଣରେ ଥାଏ । ଯଦି ଆପଣ ଆମିଶ ଖାଆନ୍ତି ନାହିଁ ତାହେଲେ କେମିତି ଭିଟାମିନ୍ ବି ୧୨ର ଅଭାବ ପୂରଣ କରିବେ ।

Add Zee News as a Preferred Source

ଦହିଭାତ ଖାଇବା ଦ୍ବାରା ପ୍ରଚୁର ପରିମାଣରେ ଭିଟାମିନ ବି ୧୨ ମିଳିଥାଏ । କିଛି ମାତ୍ରାରେ ଭାତ ଆଣିବେ ଏବଂ ସେଥିରେ ଦହି ଗୋଳାଇ ଫ୍ରିଜରେ ତିନି ଚାରି ଘଣ୍ଟା ପାଇଁ ରଖି ଦିଅନ୍ତୁ । ତାପରେ ତାକୁ କାଢ଼ି ଖାଇ ପାରିବେ ।

ଦହିଭାତରେ ଫରମେସନ କାରଣରୁ ଭିଟାମିନ ବି ୧୨ ସହ ଭିଟାମିନ୍ ବି କମ୍ପ୍ଲେକ୍ସ ବି ସୃଷ୍ଟି ହୋଇଥାଏ । ଫର୍ମେଟେଡ଼୍ ଦହିଭାତକୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ସେଥିରେ ତେନ୍ତୁଳି ରସ ଦେି ମଧ୍ୟ ଖାଇ ପାରିବେ ।

ଏହି ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପର୍ମେଟେଡ଼୍ ଖାଦ୍ୟକୁ ପ୍ରି ଡ଼ାଇଜେଷ୍ଟ ଫୁଡ଼୍ ମଧ୍ୟ କୁହାଯାଏ । କାରଣ ବ୍ୟକ୍ଟେରିଆ ଦ୍ବାରା ହଜମ ଭଳ ହୋଇଥାଏ । ଏମିତିକି ହଜମ ନହେଉଥିବା ବ୍ୟକ୍ତିର ମଧ୍ୟ ଏହାକୁ ଖାଇବା ଦ୍ବାରା ଭଲ ହଜମ ହୋଇଥାଏ । ଏଭଳି ପ୍ରତ୍ୟେକ ଦିନ ଖାଇବା ଦ୍ବାରା ୩୦ ଦିନ ଭିତରେ ରେଜଲ୍ଟ ମିଳିଥାଏ ।

ତେବେ ଯଦି କୌଣସି ବ୍ୟକ୍ତି ଭାତ ଖାଇବାକୁ ଭଳ ନପାଆନ୍ତି ତାହେଲେ ଭାତ ବଦଳରେ ରୁଟି ମଧ୍ୟ ଦହି ସହ ଖାଇ ପାରିବେ । ରୁଟିକୁ ଦହି ସହ ମିଶାଇ ଫ୍ରିଜରେ ରକି ଖାଇ ପାରିବେ ।

ଏହା କେବଳ ଆପଣ ମାନଙ୍କ ଜାଣିବା ପାଇଁ, କିନ୍ତୁ ଦେହ ଅସୁସ୍ଥ ହେଲେ ସବୁବେଳେ ଡ଼ାକ୍ତରଙ୍କ ପରାମର୍ଶକୁ ପ୍ରାଥମିକତା ଦେବା ଉଚିତ୍ ।  

About the Author