ଗୁଗଲର ମାଗଣା ଯୁଗ ଶେଷ!
Advertisement

ଗୁଗଲର ମାଗଣା ଯୁଗ ଶେଷ!

ଗୁଗଲ ୟୁଜର୍ସଙ୍କୁ ଝଟକା! ଫଟୋ ଓ ଭିଡିଓ ଅପଲୋଡ ପଡିବ ମହଙ୍ଗା। ଆସନ୍ତାବର୍ଷ ଜୁନରୁ କାର୍ଯ୍ୟକାରୀ ହେବ ନୂଆ ନିୟମ।

ପ୍ରତିକାତ୍ମକ ଫଟୋ
ନୂଆଦିଲ୍ଲୀ: ଶେଷ ହେଉଛି ଲୋକପ୍ରିୟ ସର୍ଚ୍ଚଇଂଜିନର ମାଗଣା ଯୁଗ। ଆଗକୁ ମହଙ୍ଗା ହେବ ଫଟୋ ଓ ଭିଡିଓ ଅପଲୋଡ। ଆଉ ମିଳିବନି ୧୫ ଜିବିର ଦେୟମୁକ୍ତ ଷ୍ଟୋରେଜ। ଆସନ୍ତାବର୍ଷ ଜୁନର କମ୍ପାନୀ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।
 
ଗୁଗଲ ଏକ ବିବୃତ୍ତିରେ କହିଛି ଯେ, ୨୦୨୧ ଜୁନ ଏକ ତାରିଖ ଠାରୁ ଆଉ ୧୫ ଜିବି ମାଗଣା ଷ୍ଟୋରେଜ ମିଳିବ ନାହିଁ। ଯଦି କୋଣସି ୟୁଜର୍ସ ନିଜର ଏଚଡି ଫଟୋ କିମ୍ବା ଭିଡିଓ ସୁରକ୍ଷିତ ରଖିବାକୁ ଚାହିଁଲେ, ତାଙ୍କୁ ଏଥିପାଇଁ ଦେୟ ଦେବାକୁ ପଡିବ। ଗତ କିଛି ବର୍ଷ ହେଲା ଗୁଗଲ ୟୁଜର୍ସଙ୍କ ସଂଖ୍ୟା ବଢିଛି। ଫଳରେ ଡାଟା ସେଭିଂ ବା ଷ୍ଟୋରେଜର ଡିମାଣ୍ଡ ମଧ୍ୟ ବଢିବାରେ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ମାଗଣା ଷ୍ଟୋରେଜ୍ ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।
 
ତେବେ ୨୦୨୧ ଜୁନ ପୂର୍ବରୁ ସେଭିଂ କିମ୍ୱା ରିଷ୍ଟୋର ପାଇଁ ୟୁଜର୍ସଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ୟୁଜର୍ସ ଚାହିଁଲେ ନିଜର ଅରଜିନାଲ କ୍ୟାଲିଟିରେ ଭିଡିଓ କିମ୍ବା ଫଟୋକୁ ବ୍ୟାକଅପ୍ କରିପାରିବେ। ଜୁନରେ ନିୟମ କାର୍ଯ୍ୟକାରୀ ହେଲା ପରେ ମଧ୍ୟ ୟୁଜର୍ସଙ୍କୁ ନିଜ ଡାଟା ବ୍ୟାକଅପ ପାଇଁ ସମୟ ମିଳିବ। ଆଗକୁ ଆଉ ୩ ବର୍ଷ ପାଇଁ ପ୍ରାୟ ୮୦ ପ୍ରତିଶତ ପୁରୁଣା ଡାଟା ସୁରକ୍ଷିତ ରହିବ ବୋଲି ଗୁଗଲ ତାର ବିବୃତ୍ତିରେ କହିଛି।
 
ନିଜ ସ୍ମୃତିକୁ ସାଇତି ରଖିବାକୁ ୟୁଜର୍ସମାନେ ଗୁଗଲ ଡ୍ରାଇଭକୁ ଅଧିକ ପସନ୍ତ କରନ୍ତି। କାରଣ ଏହା ଏକ ଭରଷାଯୋଗ୍ୟ କମ୍ପାନୀ। ସେ ନିଜ ୟୁଜର୍ସଙ୍କ ତଥ୍ୟକୁ ସର୍ବଦା ଗୋପନୀୟ ରଖିବାକୁ ପ୍ରତିଜ୍ଞାବୋଧ। ବର୍ତ୍ତମାନ ଗୁଗଲ ଫଟୋ ଡ୍ରାଇଭରେ ୪ ଟ୍ରିଲିୟନରୁ ଅଧିକ ଫଟୋ ଷ୍ଟୋର ଅଛି। ପ୍ରତି ସପ୍ତାହରେ ଏଥିରେ ୨୮ ବିନିୟନ ନୂଆ ଫଟୋ ଯୋଡିହେଉଛି।